ହଜିଯାଉଛି ରଜ ମଉଜ

ଡେରାବିଶ,୧୪ା୬(ବେବର୍ତ୍ତା ଅଜୟ ଦାସ): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ଅଞ୍ଚଳରେ କୃଷିଭିତ୍ତିକ ଗଣପର୍ବ ରଜ ଏକ ମୁଖ୍ୟପର୍ବ ଭାବେ ପାଳିତ ହୋଇଆସୁଛି। ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏହି ପର୍ବ କ୍ରମଶଃ ସାଧାରଣରେ ଯେପରି ଅନାଗ୍ରହ ସୃଷ୍ଟି କରୁଥିବା ଭଳି ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ବାଗୁଡ଼ି ଖେଳ, ଯୁବତୀମାନଙ୍କ ପୁଚି ଖେଳ ସାଙ୍ଗକୁ ପିଠାପଣାର ଆସର ଯେପରି ଆଉ ଦେଖିବାକୁ ମିଳୁନାହିଁ। ମାତ୍ର ଡେରାବିଶ ବ୍ଲକ ଅଞ୍ଚଳରେ ଶୁକ୍ରବାରଠାରୁ ରବିବାରଯାଏ ଅନୁଷ୍ଠିତ ହେବାକୁ ଥିବା ରଜପର୍ବ ପାଇଁ ବିଭିନ୍ନ ଗାଁଗୁଡିକରେ ରହୁଥିବା ଯୁବତୀଙ୍କ ମଧ୍ୟରେ ରଜ ପାଇଁ ପ୍ରସ୍ତୁତି ଜୋରଦାର ଥିବା ଦେଖିବାକୁ ମିଳିଛି। ଗୁରୁବାର ସଜବାଜ ଥିବାରୁ ଯୁବତୀମାନେ ବିଳମ୍ବିତ ରାତିରେ ନିଜକୁ ସଜେଇ ହୋଇ ରଜ ମଉଜ ପାଳିବାକୁ ପ୍ରସ୍ତୁତି ଜୋରଦାର କରିଥିବା ବ୍ଲକ ଅଧୀନ ଡେରାଡିହ ଗ୍ରାମର ପ୍ରୀତିରେଖା ମହାନ୍ତି କହିଛନ୍ତି। ମାତ୍ର ପିଲା ଦିନେ ପାଳୁଥିବା ରଜ ବର୍ତ୍ତମାନ ମଧ୍ୟରେ ବହୁ ତାରତମ୍ୟ ଦେଖାଦେଇଛି। ପିଲାଦିନେ କଦଳୀ ପଟୁଆର ଚପଲ ପିନ୍ଧି ଦୋଳି ଓ ପୁଚି ଖେଳୁଥିଲୁ। ମାତ୍ର ବର୍ତ୍ତମାନ ସେ ଦୋଳି, ପୁଚି ଓ କଦଳି ପଟୁଆର ଚପଲ ନାହିଁ ବୋଲି ପ୍ରୀତିରେଖା କହିଛନ୍ତି। ସେହିପରି ଫକୀରାବାଦର ବୟୋଜ୍ୟେଷ୍ଠ ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି, ପିଲାଦିନେ ରଜରେ ବାଗୁଡ଼ି ଖେଳିବାକୁ ଓ ଦେଖିବାକୁ ଯେପରି ଖାଇବା ଭୁଲି ଯାଉଥିଲୁ। ମାତ୍ର ତାହା ଏବେ ଯେପରି ସ୍ବପ୍ନ ପାଲଟିଛି। ରଜରେ ତାସ୍‌ ଖେଳର ମଜା ଏବେବି ଆମ ଭିତରେ ଉଙ୍କି ମାରୁଛି। ମାତ୍ର ତାସ୍‌ ଖେଳ ବର୍ତ୍ତମାନ ଯେପରି ସ୍ବପ୍ନ ପାଲଟିଛି ବୋଲି କୁଅଁରପୁର ଗ୍ରାମର ସଚ୍ଚିଦାନନ୍ଦ ରଥ କହିଛନ୍ତି। ନୂତନ ଯୁବ ପିଢ଼ି ପାଇଁ ରଜ ମଉଜ ଯେପରି କ୍ରମଶଃ ଦୂରେଇ ଯିବାକୁ ବସିଛି। ତେବେ ଏହି ରଜ ପାଇଁ ବାହାରେ ରହୁଥିବା ବ୍ୟକ୍ତିମାନେ ପରିବାର ସହ ଘରମୁହାଁ ହୋଇଛନ୍ତି। ତିନି ଦିନ ଧରି ବିଭିନ୍ନ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ଲକ ଅଞ୍ଚଳକୁ ଉତ୍ସବମୁଖର କରିବ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଯେପରି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର ବର୍ତ୍ତମାନର ରଜପର୍ବ ଯୁବକମାନଙ୍କ ମଧ୍ୟରେ ଏକ ଭିନ୍ନ ଢଙ୍ଗରେ ପାଳନ ହେଉଥିବା ଦେଖିବାକୁ ମିଳୁଛି। ତିଲକପୁର ଗ୍ରାମର ଧରଣୀଧର ପ୍ରଧାନ କହିଛନ୍ତି, ରଜ ତିନି ଦିନ ପାଇଁ ଭୋଜି ଭାତରଆସର ସହ ଡିଜେ ବାଜାକୁ ଅଗ୍ରିମ ଦିଆସରିଛି। ତିନି ଦିନ ଗାଁରେ ଆମ ଭିତରେ ନୃତ୍ୟ ଗୀତର ଆସର ପାଇଁ ବିଭିନ୍ନ ପ୍ରସ୍ତୁତି ସରିଛି। ସେଦିନର ରଜଦୋଳି ବହୁ ପରିମାଣରେ ନ ଥିଲେ ମଧ୍ୟ ଚଳିତ ରଜ ପାଇଁ କେତେକ ସ୍ଥାନରେ ଯୁବତୀମାନଙ୍କ ଦ୍ୱାରା ରଜ ଦୋଳି ପ୍ରସ୍ତୁତି ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି...

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

ଠେକୁଆ ଦେଖାଇବେ କହି ୭ବର୍ଷର କୁନି ଝିଅକୁ ବଳାତ୍କାର କଲେ ଜେଜେ ବୟସର  ବ୍ୟକ୍ତି: ମାଡ଼ି ବସିଲା ପୋଲିସ 

ଯାଜପୁର,୨୭।୧୦: ଯାଜପୁର ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାରର ହୋଇଥିଲ। ଘଟଣାର ୪ ଦିନ ପରେ ଅଭିଯୁକ୍ତ କାଳିଆ ପରିଡାଙ୍କୁ ପୋଲିସ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri