Posted inଖେଳ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଚିଙ୍କି, ତୋମାରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୫।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତୀୟ ମହିଳା ଶୁଟରମାନେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ୨୫ ମି. ପିସ୍ତଲ ଇଭେଣ୍ଟରେ ଭାରତୀୟ ମହିଳା ଶୁଟରମାନେ ସବୁ ପଦକ ହାସଲ କରି କ୍ଲିନ୍‌ ସୁଇପ୍‌ କରିଛନ୍ତି। ଚିଙ୍କି ଯାଦବ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭୋପାଳର ୨୩ ବର୍ଷୀୟା ଚିଙ୍କି ଓ ରାହି ସର୍ନୋବତ ସମାନ ୩୨ ଅଙ୍କ ହାସଲ କରିବା ପରେ ଶୁଟଅଫ୍‌ର ସହାୟତା ନିଆଯାଇଥିଲା। ଏଥିରେ ଚିଙ୍କି ୪-୩ରେ ସର୍ନୋବତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏଥିସହିତ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୯ରେ ପହଞ୍ଚିଛି। ସେହିପରି ୧୯ ବର୍ଷୀୟ ମନୁ ଭାକର ୨୮ ପଏଣ୍ଟ ଶୁଟ୍‌ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ଏହି ୩ ମହିଳା ଶୁଟର ପୂର୍ବରୁ ଯୋଗ୍ୟତା ହାସଲ କରିସାରିଛନ୍ତି। ଚିଙ୍କି ୨୦୧୯ରେ ଦୋହାରେ ଅନୁଷ୍ଠିତ ୧୪ତମ ଏସିଆନ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବା ସହ ଅଲିମ୍ପିକ୍‌ କୋଟା ହାସଲ କରିଥିଲେ। ଫାଇନାଲ୍ସରେ ଚିଙ୍କି ସମସ୍ତ ୫ଟି ଟାର୍ଗେଟକୁ ଦୁଇଥର ଲେଖାଏ ଶୁଟ୍‌ କରିଥିଲେ। ଏହି ୩ ଶୁଟରଙ୍କ ମଧ୍ୟରେ ସାର୍ନୋବତ୍‌ ସବୁଠାରୁ ଅଭିଜ୍ଞ।
ଅନ୍ୟପଟେ ପୁରୁଷ ୫୦ ମି. ରାଇଫଲ ୩ ପୋଜିଶନ ଫାଇନାଲରେ ଭାରତ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର ଶୀର୍ଷ ରହି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଐତିହାସିକ ସଫଳତା ପାଇଛନ୍ତି। ମାତ୍ର ୨୦ ବର୍ଷ ବୟସରେ ତୋମାର ସର୍ବକନିଷ୍ଠ ଭାରତୀୟ ଶୁଟର ଭାବେ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି। ସେ ୪୬୨.୫ ପଏଣ୍ଟ ଶୁଟ କରି ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ବିଶ୍ୱର ଏକ ନମ୍ବର ଖେଳାଳି ହଙ୍ଗେରୀର ଇଷ୍ଟଭାନ ପେନି ୪୬୧.୬ ପଏଣ୍ଟ ସହ ରୌପ୍ୟ ଓ ଡେନମାର୍କର ଷ୍ଟିଫେନ ଓସ୍‌ଲେନ ୪୫୦.୯ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି ପ୍ରଦର୍ଶନ ମୋର ଆତ୍ମବିଶ୍ୱାସ ବଢାଇଛି ବୋଲି ତୋମାର କହିଛନ୍ତି। ସେହିପରି ଅନ୍ୟ ଭାରତୀୟ ଶୁଟରଙ୍କ ମଧ୍ୟରେ ସଞ୍ଜୀବ ରାଜପୁତ୍‌ ଓ ନିରଜ କୁମାର ଯଥାକ୍ରମେ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ରହିଥିଲେ। ତୋମାର ପୂର୍ବରୁ ଅଲିମ୍ପିକ କୋଟା ହାସଲ କରିସାରିଛନ୍ତି। ୨୦୧୯ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ସେ ୫୦ ମି. ରାଇଫଲ ୩ ପୋଜିଶନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଅଲିମ୍ପିକ୍ସରେ ଭାରତ ପାଇଁ କୋଟା ପ୍ଲେସ୍‌ ହାସଲ କରିଥିଲେ।
ପୂର୍ବରୁ ୩ ଦିନ ତଳେ ତୋମାର, ଦୀପକ କୁମାର ଓ ପଙ୍କଜ କୁମାରଙ୍କୁ ନେଇ ଗଠିତ ଭାରତୀୟ ଦଳ ପୁରୁଷ ଟିମ ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲା। କଠିନ ପରିଶ୍ରମ ଓ ଅଭ୍ୟାସ କରିବା ପରେ ତୋମାର ୨୦୧୬ ଓ ୨୦୧୭ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଜୁନିୟର ନ୍ୟାଶନାଲ୍ସରେ ସବୁ ୩ଟି ରାଇଫଲ ବର୍ଗରେ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅପରପକ୍ଷରେ ୫୦ ମିଟର ମହିଳା ରାଇଫଲ ୩ ପୋଜିଶନରେ ଭାରତର ତେଜସ୍ବୀ ସାଓ୍ବନ୍ତ ଦ୍ୱାଦଶ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି। ସେହିପରି ଅଞ୍ଜୁମ ମୋଡଗିଲ ୧୬ ଓ ସୁନିଧି ଚୌହାନ ୧୭ ତମ ସ୍ଥାନରେ ରହିଥିଲେ। ଭାରତ ଏ ପର୍ଯ୍ୟନ୍ତ ୯ ସ୍ବର୍ଣ୍ଣ ସହ ମୋଟ ୧୯ଟି ସ୍ବର୍ଣ୍ଣ ପଦକ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri