Posted inଖେଳ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଚିଙ୍କି, ତୋମାରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୫।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତୀୟ ମହିଳା ଶୁଟରମାନେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ୨୫ ମି. ପିସ୍ତଲ ଇଭେଣ୍ଟରେ ଭାରତୀୟ ମହିଳା ଶୁଟରମାନେ ସବୁ ପଦକ ହାସଲ କରି କ୍ଲିନ୍‌ ସୁଇପ୍‌ କରିଛନ୍ତି। ଚିଙ୍କି ଯାଦବ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭୋପାଳର ୨୩ ବର୍ଷୀୟା ଚିଙ୍କି ଓ ରାହି ସର୍ନୋବତ ସମାନ ୩୨ ଅଙ୍କ ହାସଲ କରିବା ପରେ ଶୁଟଅଫ୍‌ର ସହାୟତା ନିଆଯାଇଥିଲା। ଏଥିରେ ଚିଙ୍କି ୪-୩ରେ ସର୍ନୋବତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏଥିସହିତ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୯ରେ ପହଞ୍ଚିଛି। ସେହିପରି ୧୯ ବର୍ଷୀୟ ମନୁ ଭାକର ୨୮ ପଏଣ୍ଟ ଶୁଟ୍‌ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ଏହି ୩ ମହିଳା ଶୁଟର ପୂର୍ବରୁ ଯୋଗ୍ୟତା ହାସଲ କରିସାରିଛନ୍ତି। ଚିଙ୍କି ୨୦୧୯ରେ ଦୋହାରେ ଅନୁଷ୍ଠିତ ୧୪ତମ ଏସିଆନ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବା ସହ ଅଲିମ୍ପିକ୍‌ କୋଟା ହାସଲ କରିଥିଲେ। ଫାଇନାଲ୍ସରେ ଚିଙ୍କି ସମସ୍ତ ୫ଟି ଟାର୍ଗେଟକୁ ଦୁଇଥର ଲେଖାଏ ଶୁଟ୍‌ କରିଥିଲେ। ଏହି ୩ ଶୁଟରଙ୍କ ମଧ୍ୟରେ ସାର୍ନୋବତ୍‌ ସବୁଠାରୁ ଅଭିଜ୍ଞ।
ଅନ୍ୟପଟେ ପୁରୁଷ ୫୦ ମି. ରାଇଫଲ ୩ ପୋଜିଶନ ଫାଇନାଲରେ ଭାରତ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର ଶୀର୍ଷ ରହି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଐତିହାସିକ ସଫଳତା ପାଇଛନ୍ତି। ମାତ୍ର ୨୦ ବର୍ଷ ବୟସରେ ତୋମାର ସର୍ବକନିଷ୍ଠ ଭାରତୀୟ ଶୁଟର ଭାବେ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି। ସେ ୪୬୨.୫ ପଏଣ୍ଟ ଶୁଟ କରି ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ବିଶ୍ୱର ଏକ ନମ୍ବର ଖେଳାଳି ହଙ୍ଗେରୀର ଇଷ୍ଟଭାନ ପେନି ୪୬୧.୬ ପଏଣ୍ଟ ସହ ରୌପ୍ୟ ଓ ଡେନମାର୍କର ଷ୍ଟିଫେନ ଓସ୍‌ଲେନ ୪୫୦.୯ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି ପ୍ରଦର୍ଶନ ମୋର ଆତ୍ମବିଶ୍ୱାସ ବଢାଇଛି ବୋଲି ତୋମାର କହିଛନ୍ତି। ସେହିପରି ଅନ୍ୟ ଭାରତୀୟ ଶୁଟରଙ୍କ ମଧ୍ୟରେ ସଞ୍ଜୀବ ରାଜପୁତ୍‌ ଓ ନିରଜ କୁମାର ଯଥାକ୍ରମେ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ରହିଥିଲେ। ତୋମାର ପୂର୍ବରୁ ଅଲିମ୍ପିକ କୋଟା ହାସଲ କରିସାରିଛନ୍ତି। ୨୦୧୯ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ସେ ୫୦ ମି. ରାଇଫଲ ୩ ପୋଜିଶନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଅଲିମ୍ପିକ୍ସରେ ଭାରତ ପାଇଁ କୋଟା ପ୍ଲେସ୍‌ ହାସଲ କରିଥିଲେ।
ପୂର୍ବରୁ ୩ ଦିନ ତଳେ ତୋମାର, ଦୀପକ କୁମାର ଓ ପଙ୍କଜ କୁମାରଙ୍କୁ ନେଇ ଗଠିତ ଭାରତୀୟ ଦଳ ପୁରୁଷ ଟିମ ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲା। କଠିନ ପରିଶ୍ରମ ଓ ଅଭ୍ୟାସ କରିବା ପରେ ତୋମାର ୨୦୧୬ ଓ ୨୦୧୭ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଜୁନିୟର ନ୍ୟାଶନାଲ୍ସରେ ସବୁ ୩ଟି ରାଇଫଲ ବର୍ଗରେ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅପରପକ୍ଷରେ ୫୦ ମିଟର ମହିଳା ରାଇଫଲ ୩ ପୋଜିଶନରେ ଭାରତର ତେଜସ୍ବୀ ସାଓ୍ବନ୍ତ ଦ୍ୱାଦଶ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି। ସେହିପରି ଅଞ୍ଜୁମ ମୋଡଗିଲ ୧୬ ଓ ସୁନିଧି ଚୌହାନ ୧୭ ତମ ସ୍ଥାନରେ ରହିଥିଲେ। ଭାରତ ଏ ପର୍ଯ୍ୟନ୍ତ ୯ ସ୍ବର୍ଣ୍ଣ ସହ ମୋଟ ୧୯ଟି ସ୍ବର୍ଣ୍ଣ ପଦକ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri