Posted inଖେଳ

୪୯ ବର୍ଷ ପରେ ଆଥ୍‌ଲେଟ୍‌ଙ୍କୁ ମିଳିଲା ସମ୍ମାନ

ଟୋକିଓ,୨୩।୭: ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍ସରେ ଇସ୍ରାଏଲର ୯ ଜଣ ଆଥ୍‌ଲେଟଙ୍କୁ ହତ୍ୟା କରିଥିଲା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ‘ବ୍ଲାକ ସେପ୍ଟେମ୍ବର’। ଏହି  ଆଥ୍‌ଲେଟଙ୍କ ପାଇଁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ଏକ ମିନିଟ୍‌ ଶୋକ ପାଳନ କରାଯାଇଛି। ଅଲିମ୍ପିକ୍ସ ଉପରେ ଆତଙ୍କବାଦୀ ଆକ୍ରମଣର ୪୯ ବର୍ଷ ପରେ ପୀଡ଼ିତଙ୍କ ପରିବାରକୁ ସମ୍ମାନ ମିଳିଛି।

ଘଟଣାରେ ପ୍ରାଣ ହରାଇଥିବା ୧୧ ଜଣ ପୀଡ଼ିତଙ୍କ ପରିବାର ପକ୍ଷରୁ ଦୀର୍ଘ ବର୍ଷ ହେଲା ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ଶୋକ ସଭା ଆୟୋଜନ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଆବେଦନ କରି ଆସୁଥିଲେ। ଶୁକ୍ରବାର ଟୋକିଓରେ ସେମାନଙ୍କ ଦାବି ପୂରଣ ହୋଇଛି।

ଆମକୁ ଛାଡ଼ି ଚାଲିଯାଇଥିବା ଅଲିମ୍ପିଆନ ଓ ସଦସ୍ୟଙ୍କୁ ଅଲିମ୍ପିକ୍‌ ସମ୍ପ୍ରଦାୟ ମନେ ପକାଉଛି। ୧୯୭୨ ମ୍ୟୁନିକ ଅଲିମ୍ପିକ୍ସ ବେଳେ ପ୍ରାଣ ହରାଇଥିବା ଇସ୍ରାଏଲ ପ୍ରତିନିଧି ଦଳ ସର୍ବଦା ଆମ ହୃଦୟରେ ରହିବ ଓ ସେମାନଙ୍କ ପାଇଁ ଛିଡ଼ା ହୁଅ ବୋଲି ଉଦ୍‌ଘାଟନୀ ଉତ୍ସବରେ ଘୋଷଣା କରାଯାଇଥିଲା। ଏହାପରେ ଷ୍ଟାଡିମୟକୁ ଏକ ମିନିଟ୍‌ ପାଇଁ ଅନ୍ଧାର କରି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ୧୯୭୨ ସେପ୍ଟେମ୍ବର ୫ ତାରିଖରେ ଅଲିମ୍ପିକ୍ସ ଭିଲେଜରୁ ଇସ୍ରାଏଲର ୯ ଜଣ ଆଥ୍‌ଲେଟଙ୍କୁ ବନ୍ଦୀ କରି ନେଇଥିଲେ ପାଲେଷ୍ଟାଇନ ଆତଙ୍କବାଦୀ। ଏହି ଘଟଣାରେ ଇସ୍ରାଏଲର ୧୧ ଓ ଜଣେ ଜର୍ମାନ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?