ଜେରୁଜେଲମର ଏକ ପୂଜା ସ୍ଥଳରେ ଗୁଳିକାଣ୍ଡ, ୮ ମୃତ. ୧୦ ଆହତ, ପୋଲିସ କହିଲା ଆତଙ୍କବାଦୀ ଆକ୍ରମଣ

ଜେରୁଜେଲମ,୨୮ ।୧: ଇସ୍ରାଏଲର ରାଜଧାନୀ ଜେରୁଜେଲମର ବାହାରେ ଥିବା ନେଭେ ୟାକୋଭ ଷ୍ଟ୍ରିଟରେ ଏକ ପୂଜା ସ୍ଥଳରେ ଶୁକ୍ରବାର ଗୁଳିକାଣ୍ଡ ହୋଇଛି । ଇସ୍ରାଏଲ ଉଦ୍ଧାର କାରୀ ସେବା ପକ୍ଷରୁ ଜେରୁଜେଲମ ପୂଜା ସ୍ଥଳରେ ଗୁଳି ଫୁଟିଥିବା କୁହାଯାଇଛି । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ଶୁକ୍ରବାର ରାତି ପ୍ରାୟ ୮ଟା ୧୫ରେ(ସ୍ଥାନୀୟ ସମୟ) ହୋଇଛି ।

ଏହି ଆକ୍ରମଣ ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲ ସେନାଙ୍କ ଦ୍ୱାରା ୧୦ ଜଣଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଘଟିଛି । ପୋଲିସ କହିଛି, ଏହି ଗୁଳିକାଣ୍ଡ ଏକ ‘ଆତଙ୍କବାଦୀ ଆକ୍ରମଣ’ । ପୋଲିସ କହିଛି ଏହି ଗୁଳିକାଣ୍ଡ ଶୁକ୍ରବାର ସନ୍ଧ୍ୟାରେ ପୂର୍ବ ଜେରୁଜେଲମର ଉତ୍ତର ଭାଗରେ ହୋଇଛି । ତେବେ ଆକ୍ରମଣକାରୀ ପୋଲିସ ଗୁଳିରେ ନିହତ ହେବା ସହ ତାଙ୍କ ନିକଟରୁ ବନ୍ଧୁକ ଜବତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି।...

ତାଇଓ୍ବାନ ଆକାଶ ମାର୍ଗରେ ଅନୁପ୍ରବେଶ କଲେ ୧୮ ଚାଇନା ବିମାନ…

ତାଇପେଇ ସିଟି, ୮।୫ : ତାଇୱାନର ଆକାଶ ମାର୍ଗରେ ଚାଇନାର ୧୮ଟି ସାମରିକ ବିମାନ ଅନୁପ୍ରବେଶ କରିଛି। ଏନେଇ ତାଇଓ୍ବାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି...

କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଏକ ମିନିଟ୍‌ରେ ଏପରି ଜାଣିପାରିବେ…

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ...

ହାଫିଜ୍‌ଙ୍କ ଆତଙ୍କବାଦୀ ସଂଗଠନ ପ୍ରବକ୍ତାଙ୍କୁ ୩୨ ବର୍ଷ ଜେଲ ଦଣ୍ଡାଦେଶ

ଇସଲାମାବାଦ୍‌,୧୨।୧୧: ବିଶ୍ୱ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବାର ପ୍ରବକ୍ତା ୟାହଆ ମୁଜାହିଦ୍‌ଙ୍କୁ ୩୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ପାକିସ୍ତାନର ଏକ ଆତଙ୍କବାଦୀ ନିରୋଧୀ...

ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ

ୟାଲା,୭ା୧୧(ଏ.ଏଫ୍‌.ପି./ଆଇଏଏନ୍‌ଏସ୍‌): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି।...

ରାଣୀ ଏଲିଜାବେଥ୍‌ଙ୍କ କଫିନ୍‌ ନିକଟରେ ବେହୋସ ହୋଇ ପଡ଼ିଗଲେ ଅଙ୍ଗରକ୍ଷୀ, ଭିଡିଓ ଦେଖିଲେ…

ଲଣ୍ଡନ,୧୫ା୯: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବୁଧବାର ଲଣ୍ଡନର ବକିଂହାମ୍‌ ପ୍ୟାଲେସରୁ ଶେଷ ଦର୍ଶନ ପରେ ରାଣୀଙ୍କ କଫିନ ଓ୍ବେଷ୍ଟମିନିଷ୍ଟର ହଲ୍‌କୁ ଅଣାଯାଇଥିଲା। ଅନ୍ତିମ...

କରୋନା ଲଢେଇରେ ଆମେରିକା ନେଲା ବଡ ପଦକ୍ଷେପ, ଟିକାର ବୁଷ୍ଟର ଡୋଜକୁ ମିଳିଲା ମଞ୍ଜୁରୀ

ୱାଶିଂଟନ,୨୦ ।୧୧: ବୟସ୍କ ବା ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଆମେରିକା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ମଞ୍ଜୁରୀ ପ୍ରଦାନ କରିଛି ।...

Advertisement
Archives

Model This Week