ଭାରତର ନିମନ୍ତ୍ରଣରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ, ୨୫ା୧: ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନତୈକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ୍‌ ଭାରତ ଆସିପାରନ୍ତି। ଏ ନେଇ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ୍‌ ସୋମବାର ସୂଚନା ଦେଇଛନ୍ତି। ଏହି ଉତ୍ସବ ପାଳନ ନିମନ୍ତେ ଆୟୋଜିତ ଏକ ଓ୍ବେବମିନାରରେ ସ୍ବତନ୍ତ୍ର ଲୋଗୋର ଭର୍ଚୁଆଲ ଲଞ୍ଚ କରାଯାଇଛି। ଏହି ଅବସରରେ ଗିଲୋନ କହିଥିଲେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ହେବା ସୌଭାଗ୍ୟର କଥା। ଦୁଇ ପ୍ରାଚୀନ ସଭ୍ୟତା ମଧ୍ୟରେ ଏଭଳି ସମ୍ପର୍କ ଅସାଧାରଣ ବୋଲି ସେ ପ୍ରକାଶ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଚଳିତ ବର୍ଷ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ସେ ପ୍ରକାଶ କରିଛନ୍ତି। ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗତ ବର୍ଷ ବେନେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ନିମନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି ପାକିସ୍ତାନ: ଜାତିସଂଘରେ ଭାରତର କଡ଼ା ଜବାବ

ଜେନେଭା,୨୮।୯: ପାକିସ୍ତାନ ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି। ଏନେଇ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘରେ ଥିବା ଭାରତୀୟ ପ୍ରଥମ ସଚିବ ବିଦିଶା ମିଶ୍ରା...

ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲେ ପାକିସ୍ତାନି ସେନା ଅଧିକାରୀ

ଇସଲାମାବାଦ,୩।୫: ପାକିସ୍ତାନର ଆର୍ଥିକ ସ୍ଥିତି ବହୁ ପୂର୍ବରୁ ଖରାପ ରହିଛି। ଏଭଳି ସ୍ଥିତି ପରେ ବି ସେ ଭାରତ ସହ ଶତ୍ରୁତା ଛାଡି ପାରୁ ନାହିଁ।...

ଶେଷ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆତ୍ମଘାତୀ

ଓ୍ବାଶିଂଟନ,୨୮।୮: କାବୁଲ ସ୍ଥିତ ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ପୂର୍ବରୁ...

ମାଡ଼ି ଆସୁଛି ବିପଦ: ପୃଥିବୀକୁ ଧକ୍କାଦେବ ଗ୍ରହାଣୁପିଣ୍ଡ, ହେବ ପ୍ରଚଣ୍ଡ ବିସ୍ଫୋରଣ

ଓ୍ବାଶିଂଟନ,୧।୧୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ୪୮ ବର୍ଷ ପରେ ୨୦୬୮ ଏପ୍ରିଲ୍‌ ୧୨ରେ ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ତୀବ୍ର ବେଗରେ ଧକ୍କାଦେବ।...

ପିଲାଙ୍କୁ ବ୍ୟବହାର କରୁଛନ୍ତି ଆତଙ୍କବାଦୀ, ମାଓବାଦୀ

ଜାତିସଂଘ,୧ା୮(ପି.ଟି. ): ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ପାଇଁ ପିଲାମାନଙ୍କୁ ବ୍ୟବହାର କରାଯାଉଥିବାରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଜମ୍ମୁ-କଶ୍ମୀରରେ ହିଜ୍‌ବୁଲ ମୁଜାହିଦ୍ଦିନ...

କୋର୍ଟରୁମ୍‌ରେ ଟଳିପଡ଼ିଲେ ମୋର୍ସି

କାଏରୋ,୧୯ା୬(ଆଇଏଏନ୍‌ଏସ୍‌): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ସି(୬୭) କୋର୍ଟରୁମ୍‌ରେ ଅଚାନକ ଟଳିପଡ଼ିବା ପରେ ଆଖି ବୁଜିଦେଇଛନ୍ତି। ମୋର୍ସିଙ୍କ ପୁତ୍ର ଅହମଦ୍‌ଙ୍କ ସୂଚନା ଅନୁଯାୟୀ, ପିତାଙ୍କୁ ପୂର୍ବ...

କରୋନାରେ ପୀଡ଼ିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଲଣ୍ଡନ,୨୭।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ ଏବେ ଏହା ଧନୀ ଗରିବ ସମସ୍ତଙ୍କୁ ତା’ କବଳକୁ ନେଇ ସାରିଲାଣି।...

ପ୍ରିୟା ପିନ୍ଧିଲେ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିଆ’ ମୁକୁଟ

ମେଲବୋର୍ନ,୨୯।୬: ଭାରତୀୟ ବଂଶୋଦ୍ଭବ ୨୬ ବର୍ଷୀୟା ପ୍ରିୟା ସେରାଓ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିଆ ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ମେଲବୋର୍ନଠାରେ ଗୁରୁବାର ରାତିରେ ଆୟୋଜିତ ଉକ୍ତ...

Advertisement
Archives

Model This Week