ଇସ୍ରାଏଲରେ ପେଗାସସ୍‌ ଝଡ଼

ଜେରୁଜେଲମ,୮ା୨: ବିବାଦୀୟ ସ୍ପାଏଓ୍ବେର ପେଗାସସ୍‌କୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଘେରି ଆସୁଥିବାବେଳେ ଏବେ ଏହାକୁ ନେଇ ଇସ୍ରାଏଲରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି। କାରଣ ଇସ୍ରାଏଲ୍‌ ପୋଲିସ ପେଗାସସ୍‌କୁ ବ୍ୟବହାର କରି ଦେଶର ଏକ ଡଜନରୁ ଅଧିକ ପ୍ରମୁଖ ବ୍ୟକ୍ତିଙ୍କ ଫୋନ ହ୍ୟାକ୍‌ କରିଛି। ସେଠାକାର ଏକ ବିଜନେସ୍‌ ଦୈନିକ ଖବରକାଗଜ ‘କାଲ୍‌କାଲିଷ୍ଟ’ ସୋମବାର ଏକଥା ପ୍ରକାଶ କରିଛି। ପେଗାସସ୍‌ ମାଧ୍ୟମରେ ଗୁପ୍ତଚରଗିରିର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ପୁଅ ଅଭନେର ନେତନ୍ୟାହୁ, ନେତନ୍ୟା ସହରର ମେୟର, ବିରୋଧୀ ନେତା ଏବଂ ଅର୍ଥ, ନ୍ୟାୟ, ଯୋଗାଯୋଗ ଆଦି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ। ଏପରି କି ବେଞ୍ଜାମିନ ନେତନ୍ୟାହୁଙ୍କ ଦୁର୍ନୀତି ମାମଲାର ପ୍ରମୁଖ ସାକ୍ଷୀ ତଥା ଓ୍ବାଲା ନ୍ୟୁଜ୍‌ ସାଇଟ୍‌ର ପୂର୍ବତନ ସିଇଓ ଇଲାନ ୟିଶୁଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ବିନା କୋର୍ଟ ଅନୁମତିରେ ଇସ୍ରାଏଲ ପୋଲିସ ପୂର୍ବରୁ ନେତନ୍ୟାହୁ ବିରୋଧୀ ଆନ୍ଦୋଳନର ନେତାଙ୍କ ବିରୋଧରେ ପେଗାସସ୍‌କୁ ବ୍ୟବହାର କରିଥିବା ଉକ୍ତ ଖବରକାଗଜ ଉଲ୍ଲେଖ କରିଛି। ତେବେ ପ୍ରକାଶିତ ରିପୋର୍ଟର ଅଭିଯୋଗ ସମ୍ପର୍କରେ ତଦନ୍ତ ପାଇଁ ଜଣେ ଜଜ୍‌ଙ୍କ ନେତୃତ୍ୱାଧୀନ ନିରପେକ୍ଷ କମିଶନ ଗଠନ କରିବାକୁ ପବ୍ଲିକ୍‌ ସିକ୍ୟୁରିଟି ମନ୍ତ୍ରୀ ଓମର ବାର୍ଲେଭଙ୍କୁ କୁହାଯାଇଥିବା ଇସ୍ରାଏଲର ପୋଲିସ କମିଶନର କୋବି ଶବତାଇ କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍‌ତାଲି ବେନେଟ୍‌ ପ୍ରକାଶିତ ରିପୋର୍ଟକୁ

ଅତି ଗମ୍ଭୀର ବୋଲି ବର୍ଣ୍ଣନା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। କିନ୍ତୁ ସେ ପେଗାସସ୍‌ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ। ଏହା ମାଧ୍ୟମରେ ପକେଟ୍‌ରେ ଥିବା ଫୋନ୍‌ ଏକ ସ୍ପାଇଂ ଡିଭାଇସ୍‌ ହୋଇପାରୁଛି ବୋଲି ପ୍ରଧାନମନ୍ତ୍ରୀ ବେନେଟ୍‌ କହିଛନ୍ତି।

ପେଗାସସ୍‌ ହେଉଛି ଏକ ମାଲଓ୍ବେର ପ୍ରଡକ୍ଟ, ଯାହାକି ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ। ଫୋନ୍‌ ହ୍ୟାକ୍‌ କରିବା ପାଇଁ ଏହା ବର୍ତ୍ତମାନ ସମୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାଇବର ଅସ୍ତ୍ର ଭାବେ ବିବେଚିତ। ଲୋକଙ୍କ ଅଜାଣତରେ ସେମାନଙ୍କ ମୋବାଇଲ ଫୋନ୍‌ର କ୍ୟାମେରା ଏବଂ ମାଇକ୍‌ ଚଳାଇବାକୁ ପେଗାସସ୍‌ ସକ୍ଷମ। ଏହା ମାଧ୍ୟମରେ ରାଜନେତା, ବିରୋଧୀ ନେତା, ବିଚାରପତି, ବ୍ୟବସାୟୀ, ସାମାଜିକକର୍ମୀ, ମାନବାଧିକାର କର୍ମୀ, ଖବରଦାତା ପ୍ରମୁଖଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରୁଛି। ଏହି ସର୍ଭିଲାନ୍ସ ସଫ୍ଟଓ୍ବେରକୁ ଭାରତ ସମେତ ଆମେରିକା, ସାଉଦିଆରବ, ମେକ୍ସିକୋ, ପୋଲାଣ୍ଡ, ହଙ୍ଗେରୀ ଭଳି ଅନେକ ଦେଶର ସରକାର କିମ୍ବା ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବିକ୍ରି କରାଯାଇଥିବା ତଥ୍ୟ ପ୍ରଘଟ ହୋଇଛି। ଏପରି କି ସବ୍‌ସ୍କ୍ରିପ୍‌ସନ ଆଧାରରେ ଏହା ପରିଚାଳନା ହେଉଥିବା ଜଣାପଡ଼ିଛି। ଭାରତରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ପେଗାସସ୍‌ ଗୁପ୍ତଚରଗିରି କରିଥିବା ନେଇ ଅଭିଯୋଗ ଉଠିଥିବାବେଳେ ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଏଭଳିସ୍ଥଳେ କେନ୍ଦ୍ରର ମୋଦି ସରକାର ୨୦୧୭ରେ ଇସ୍ରାଏଲ ସରକାରଙ୍କ ସହ ଚୁକ୍ତି କରି ପେଗାସସ୍‌ କିଣିଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ଗତ ସପ୍ତାହରେ ପ୍ରକାଶିତ ହୋଇଥିଲା, ଯାହାକୁ ନେଇ ବିରୋଧୀ ଦଳଗୁଡ଼ିକ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ତେବେ ଭାରତ ଭଳି ଇସ୍ରାଏଲରେ ମଧ୍ୟ ଏହି ସ୍ପାଏଓ୍ବେର ଦ୍ୱାରା ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କୁ ଟାର୍ଗେଟ କରାଯାଇ ସେମାନଙ୍କ ପ୍ରିଭେସି ଉଲ୍ଲଂଘନ କରାଯାଇଛି।

ସୂଚନାଥାଉ କି, ସୋମବାର ଉପରୋକ୍ତ ତଥ୍ୟ ପ୍ରଘଟ ହେବା ପୂର୍ବରୁ ଦେଶରେ ପେଗାସସ୍‌ର ସମ୍ଭାବ୍ୟ ବ୍ୟବହାର ସମ୍ପର୍କରେ ତଦନ୍ତ କରାଯିବାକୁ ଇସ୍ରାଏଲର ଆଟର୍ନି ଜେନେରାଲ, ଷ୍ଟେଟ୍‌ କମ୍ପଟ୍ରୋଲର ଆଣ୍ଡ ଜଷ୍ଟିସ୍‌ ମିନିଷ୍ଟ୍ରିର ଗୋପନୀୟତା ନିରୀକ୍ଷଣକାରୀ ସଂସ୍ଥା ଘୋଷଣା କରିଥିଲା। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଟାର୍ଗେଟ୍‌ ହୋଇଥିବା ବ୍ୟକ୍ତିମାନଙ୍କୁ କୌଣସି ଆପରାଧିକ ଦୃଷ୍ଟିରୁ ସନ୍ଦେହ କରାଯାଉ ନ ଥିଲା। ସେମାନଙ୍କ ଉପରେ ନ୍ୟାୟିକ ତଦାରଖ ମଧ୍ୟ କରାଯାଉ ନ ଥିଲା। ପୋଲିସ ସେମାନଙ୍କ ବିରୋଧରେ ପେଗାସସ୍‌ ବ୍ୟବହାର କରିବା ପାଇଁ କୋର୍ଟର ଅନୁମତି ମାଗି ନ ଥିଲା। କାରଣ ଅନୁମତି ମିଳିବ ନାହିଁ ବୋଲି ପୋଲିସ ଜାଣିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?