ଇସ୍ରାଏଲରେ ପେଗାସସ୍‌ ଝଡ଼

ଜେରୁଜେଲମ,୮ା୨: ବିବାଦୀୟ ସ୍ପାଏଓ୍ବେର ପେଗାସସ୍‌କୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଘେରି ଆସୁଥିବାବେଳେ ଏବେ ଏହାକୁ ନେଇ ଇସ୍ରାଏଲରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି। କାରଣ ଇସ୍ରାଏଲ୍‌ ପୋଲିସ ପେଗାସସ୍‌କୁ ବ୍ୟବହାର କରି ଦେଶର ଏକ ଡଜନରୁ ଅଧିକ ପ୍ରମୁଖ ବ୍ୟକ୍ତିଙ୍କ ଫୋନ ହ୍ୟାକ୍‌ କରିଛି। ସେଠାକାର ଏକ ବିଜନେସ୍‌ ଦୈନିକ ଖବରକାଗଜ ‘କାଲ୍‌କାଲିଷ୍ଟ’ ସୋମବାର ଏକଥା ପ୍ରକାଶ କରିଛି। ପେଗାସସ୍‌ ମାଧ୍ୟମରେ ଗୁପ୍ତଚରଗିରିର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ପୁଅ ଅଭନେର ନେତନ୍ୟାହୁ, ନେତନ୍ୟା ସହରର ମେୟର, ବିରୋଧୀ ନେତା ଏବଂ ଅର୍ଥ, ନ୍ୟାୟ, ଯୋଗାଯୋଗ ଆଦି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ। ଏପରି କି ବେଞ୍ଜାମିନ ନେତନ୍ୟାହୁଙ୍କ ଦୁର୍ନୀତି ମାମଲାର ପ୍ରମୁଖ ସାକ୍ଷୀ ତଥା ଓ୍ବାଲା ନ୍ୟୁଜ୍‌ ସାଇଟ୍‌ର ପୂର୍ବତନ ସିଇଓ ଇଲାନ ୟିଶୁଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ବିନା କୋର୍ଟ ଅନୁମତିରେ ଇସ୍ରାଏଲ ପୋଲିସ ପୂର୍ବରୁ ନେତନ୍ୟାହୁ ବିରୋଧୀ ଆନ୍ଦୋଳନର ନେତାଙ୍କ ବିରୋଧରେ ପେଗାସସ୍‌କୁ ବ୍ୟବହାର କରିଥିବା ଉକ୍ତ ଖବରକାଗଜ ଉଲ୍ଲେଖ କରିଛି। ତେବେ ପ୍ରକାଶିତ ରିପୋର୍ଟର ଅଭିଯୋଗ ସମ୍ପର୍କରେ ତଦନ୍ତ ପାଇଁ ଜଣେ ଜଜ୍‌ଙ୍କ ନେତୃତ୍ୱାଧୀନ ନିରପେକ୍ଷ କମିଶନ ଗଠନ କରିବାକୁ ପବ୍ଲିକ୍‌ ସିକ୍ୟୁରିଟି ମନ୍ତ୍ରୀ ଓମର ବାର୍ଲେଭଙ୍କୁ କୁହାଯାଇଥିବା ଇସ୍ରାଏଲର ପୋଲିସ କମିଶନର କୋବି ଶବତାଇ କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍‌ତାଲି ବେନେଟ୍‌ ପ୍ରକାଶିତ ରିପୋର୍ଟକୁ

ଅତି ଗମ୍ଭୀର ବୋଲି ବର୍ଣ୍ଣନା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। କିନ୍ତୁ ସେ ପେଗାସସ୍‌ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ। ଏହା ମାଧ୍ୟମରେ ପକେଟ୍‌ରେ ଥିବା ଫୋନ୍‌ ଏକ ସ୍ପାଇଂ ଡିଭାଇସ୍‌ ହୋଇପାରୁଛି ବୋଲି ପ୍ରଧାନମନ୍ତ୍ରୀ ବେନେଟ୍‌ କହିଛନ୍ତି।

ପେଗାସସ୍‌ ହେଉଛି ଏକ ମାଲଓ୍ବେର ପ୍ରଡକ୍ଟ, ଯାହାକି ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ। ଫୋନ୍‌ ହ୍ୟାକ୍‌ କରିବା ପାଇଁ ଏହା ବର୍ତ୍ତମାନ ସମୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାଇବର ଅସ୍ତ୍ର ଭାବେ ବିବେଚିତ। ଲୋକଙ୍କ ଅଜାଣତରେ ସେମାନଙ୍କ ମୋବାଇଲ ଫୋନ୍‌ର କ୍ୟାମେରା ଏବଂ ମାଇକ୍‌ ଚଳାଇବାକୁ ପେଗାସସ୍‌ ସକ୍ଷମ। ଏହା ମାଧ୍ୟମରେ ରାଜନେତା, ବିରୋଧୀ ନେତା, ବିଚାରପତି, ବ୍ୟବସାୟୀ, ସାମାଜିକକର୍ମୀ, ମାନବାଧିକାର କର୍ମୀ, ଖବରଦାତା ପ୍ରମୁଖଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରୁଛି। ଏହି ସର୍ଭିଲାନ୍ସ ସଫ୍ଟଓ୍ବେରକୁ ଭାରତ ସମେତ ଆମେରିକା, ସାଉଦିଆରବ, ମେକ୍ସିକୋ, ପୋଲାଣ୍ଡ, ହଙ୍ଗେରୀ ଭଳି ଅନେକ ଦେଶର ସରକାର କିମ୍ବା ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବିକ୍ରି କରାଯାଇଥିବା ତଥ୍ୟ ପ୍ରଘଟ ହୋଇଛି। ଏପରି କି ସବ୍‌ସ୍କ୍ରିପ୍‌ସନ ଆଧାରରେ ଏହା ପରିଚାଳନା ହେଉଥିବା ଜଣାପଡ଼ିଛି। ଭାରତରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ପେଗାସସ୍‌ ଗୁପ୍ତଚରଗିରି କରିଥିବା ନେଇ ଅଭିଯୋଗ ଉଠିଥିବାବେଳେ ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଏଭଳିସ୍ଥଳେ କେନ୍ଦ୍ରର ମୋଦି ସରକାର ୨୦୧୭ରେ ଇସ୍ରାଏଲ ସରକାରଙ୍କ ସହ ଚୁକ୍ତି କରି ପେଗାସସ୍‌ କିଣିଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ଗତ ସପ୍ତାହରେ ପ୍ରକାଶିତ ହୋଇଥିଲା, ଯାହାକୁ ନେଇ ବିରୋଧୀ ଦଳଗୁଡ଼ିକ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ତେବେ ଭାରତ ଭଳି ଇସ୍ରାଏଲରେ ମଧ୍ୟ ଏହି ସ୍ପାଏଓ୍ବେର ଦ୍ୱାରା ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କୁ ଟାର୍ଗେଟ କରାଯାଇ ସେମାନଙ୍କ ପ୍ରିଭେସି ଉଲ୍ଲଂଘନ କରାଯାଇଛି।

ସୂଚନାଥାଉ କି, ସୋମବାର ଉପରୋକ୍ତ ତଥ୍ୟ ପ୍ରଘଟ ହେବା ପୂର୍ବରୁ ଦେଶରେ ପେଗାସସ୍‌ର ସମ୍ଭାବ୍ୟ ବ୍ୟବହାର ସମ୍ପର୍କରେ ତଦନ୍ତ କରାଯିବାକୁ ଇସ୍ରାଏଲର ଆଟର୍ନି ଜେନେରାଲ, ଷ୍ଟେଟ୍‌ କମ୍ପଟ୍ରୋଲର ଆଣ୍ଡ ଜଷ୍ଟିସ୍‌ ମିନିଷ୍ଟ୍ରିର ଗୋପନୀୟତା ନିରୀକ୍ଷଣକାରୀ ସଂସ୍ଥା ଘୋଷଣା କରିଥିଲା। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଟାର୍ଗେଟ୍‌ ହୋଇଥିବା ବ୍ୟକ୍ତିମାନଙ୍କୁ କୌଣସି ଆପରାଧିକ ଦୃଷ୍ଟିରୁ ସନ୍ଦେହ କରାଯାଉ ନ ଥିଲା। ସେମାନଙ୍କ ଉପରେ ନ୍ୟାୟିକ ତଦାରଖ ମଧ୍ୟ କରାଯାଉ ନ ଥିଲା। ପୋଲିସ ସେମାନଙ୍କ ବିରୋଧରେ ପେଗାସସ୍‌ ବ୍ୟବହାର କରିବା ପାଇଁ କୋର୍ଟର ଅନୁମତି ମାଗି ନ ଥିଲା। କାରଣ ଅନୁମତି ମିଳିବ ନାହିଁ ବୋଲି ପୋଲିସ ଜାଣିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri