ଲେବାନନରେ ମିଶାଇଲ ମାଡରେ ଖବରଦାତାଙ୍କ ମୃତ୍ୟୁ, ୬ ଆହତ

ଓ୍ବାଶିଂଟନ,୧୪।୧୦: ଦକ୍ଷିଣ ଲେବାନନରେ ଶୁକ୍ରବାର ଏକ ମିଶାଇଲ ମାଡରେ ନ୍ୟୁଜ ଏଜେନ୍ସି ରୟଟର୍ସର ଜଣେ ଭିଡିଓ ଜର୍ନାଲିଷ୍ଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଅନ୍ୟ ୬ ଜଣ ଖବରଦାତା ଆହତ ବି ହୋଇଛନ୍ତି। କୁହାଯାଉଛି କି ଇସ୍ରାଏଲ ପକ୍ଷରୁ କରାଯାଇଥିବା ମିଶାଇଲ ମାଡରେ ଏମିତି ଘଟଣା ଘଟିଛି। ମୃତକ ହେଲେ ଇସାନ ଅବଦଲ୍ଲାହ। ଆହତ ହୋଇଥିବା ଖବରଦାତାଙ୍କ ମଧ୍ୟରେ ଅଲ ଜଜିରା ଓ ନ୍ୟୁଜ ଏଜେନ୍ସି ଏଏଫପିର ଖବରଦାତା ରହିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାମ୍ବାଦିକମାନେ ଲେବାନାନର ଆଲମା ଅଲ ଶାବରୁ ରିପୋର୍ଟ କରୁଥିଲେ। ଏହି ଅଞ୍ଚଳ ଇସ୍ରାଏଲ ସୀମାର ନିକଟବର୍ତ୍ତୀ ଏବଂ ଏହିଠାରେ ଇସ୍ରାଏଲ ସେନା ଏବଂ ଲେବାନନ ଆତଙ୍କବାଦୀ ସଂଗଠନ ହିଜବୁଲ ମଧ୍ୟରେ ଲଢେଇ ଚାଲିଛି। ଲେବାନନ ପ୍ରଧାନମନ୍ତ୍ରୀ ନଜୀବ ମିକାତି ଇସ୍ରାଏଲ ଆକ୍ରମଣରେ ସାମ୍ବାଦିକଙ୍କ ଜୀବନ ଯାଇଥିବା ଦାବି କରିଛନ୍ତି। ତେବେ ଇସ୍ରାଏଲର ସୁରକ୍ଷା କର୍ମୀ ଆଇଡିଏଫ ଏ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହିଁ। ମିଳିତ ଜାତିସଂଘରେ ଇସ୍ରାଏଲର ପ୍ରତିନିଧୀ ଗିଲାଦ ଏର୍ଡାନ କହିଛନ୍ତି ଯେ ଅବଶ୍ୟ ଆମେ କାହା ଉପରେ ଆକ୍ରମଣ କିମ୍ବା ହତ୍ୟା କରିବାକୁ ଚାହୁଁନାହୁଁ, କିନ୍ତୁ ଯୁଦ୍ଧ ସମୟରେ ଏପରି ଘଟଣା ଘଟେ। ସେ କହିଛନ୍ତି ଯେ ଇସ୍ରାଏଲ ଘଟଣାର ତଦନ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ, ଉଦବେଗ ପ୍ରକାଶ କଲେ ଗଜପତି ମହାରାଜା

ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ ଦେଖାଦେଇଛି। ଭୁବନେଶ୍ୱରସ୍ଥିତ ଏଲି ଆନିମେସନ୍ସ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରର ଅଫିସିଆଲ ଟ୍ରେଲର…

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri