ଭୁବନେଶ୍ୱର, ୨୭।୨(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଛି କୋଭିଡ୍‌ କଟକଣା ‘ହୋମ୍‌ ଆଇସୋଲେଶନ’ ପ୍ରକ୍ରିୟା। ୧୧ ରାଜ୍ୟ ଏବଂ ଚଣ୍ଡିଗଡ଼ରୁ ଫେରୁଥିବା ପ୍ରବାସୀଙ୍କ ଲାଗି ଏହି କଟକଣା ଲାଗୁ ହୋଇଛି। ୧୧ ରାଜ୍ୟ ହେଲା ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, କର୍ନାଟକ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ରାଜ୍ୟର ସବୁ ଜିଲାପାଳ, ମହାନଗର ନିଗମ କମିଶନର, ବିମାନବନ୍ଦର ନିର୍ଦ୍ଦେଶକ, ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି ଜଣାଇଛନ୍ତି। ଉପରୋକ୍ତ ଅଞ୍ଚଳରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ୭ଦିନ ହୋମ୍‌ ଆଇସୋଲେଶନ ବାଧ୍ୟତାମୂଳକ କରାଯାଇଛି।
ଉପରୋକ୍ତ ଅଞ୍ଚଳରୁ ଫେରୁଥିବା ଲୋକମାନେ ପହଞ୍ଚତ୍ବା ପରେ ପ୍ରୋଟୋକଲ୍‌ ଅନୁସାରେ, ରେଳଷ୍ଟେଶନ ଓ ବିମାନବନ୍ଦରରେ ସ୍କ୍ରିନିଂ ହେବ। ଲକ୍ଷଣ ଥିବା ଯାତ୍ରୀଙ୍କ ଆଣ୍ଟିଜେନ୍‌ ଟେଷ୍ଟ ହେବ। ତେବେ ହୋମ୍‌ ଆଇସୋଲେଶନରେ ରହିବା ସମୟରେ ଯଦି ସେମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ କରିବେ। ଯଦି ପଜିଟିଭ୍‌ ବାହାରିବ, ତେବେ କୋଭିଡ୍‌ ଟ୍ରିଟ୍‌ମେଣ୍ଟ ପ୍ରୋଟୋକଲ ଅନୁସାରେ ଚିକିତ୍ସା ହେବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ଅଧିକ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି। ସବୁ ଜିଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ବୃଦ୍ଧି କରିବା ପାଇଁ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୨୦୨୦ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା, ଯିଏକି ଭୁବନେଶ୍ୱରର ଜଣେ ଇଟାଲୀ ଫେରନ୍ତା ଥିଲେ। ଏହାପରେ ରାଜ୍ୟରେ ଧୀରେଧୀରେ ସଂକ୍ରମଣ ବୃଦ୍ଧି ପାଇବା ସହିତ ମୃତ୍ୟୁହାର ମଧ୍ୟ ବଢ଼ିଥିଲା। ରାଜ୍ୟ ସରକାର ସମୟୋଚିତ ପଦକ୍ଷେପ ନେଇ ଦେଶବିଦେଶରେ ପ୍ରଶଂସିତ ହୋଇଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଅନେକ କଟକଣାକୁ କୋହଳ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ କରୋନା ପ୍ରକୋପ ବୃଦ୍ଧି ପାଉଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ବିମାନବନ୍ଦର ଓ ରେଳଷ୍ଟେଶନରେ ସ୍କ୍ରିନିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ବିମାନବନ୍ଦରରେ ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟ ବାହାରୁ ପ୍ରାୟ ୪ ହଜାର ଯାତ୍ରୀ ପ୍ରତିଦିନ ଓଡ଼ିଶା ଆସୁଛନ୍ତି। ଭୁବନେଶ୍ୱର ବିମାନବନ୍ଦରକୁ ପ୍ରତିଦିନ ପ୍ରାୟ ୩୨ଟି ବିମାନ ଯାତାୟାତ କରୁଛି। ଏଥିମଧ୍ୟରୁ ଦିଲ୍ଲୀରୁ ପ୍ରତିଦିନ ୧୦, ମୁମ୍ବାଇରୁ ୫, ହାଇଦ୍ରାବାଦରୁ ୩ ତଥା ସୁରାଟ, କୋଲକାତା, ଚେନ୍ନାଇ ପ୍ରଭୃତି ଅଞ୍ଚଳରୁ ବିମାନ ଭୁବନେଶ୍ୱର ଯା’ଆସ କରୁଛି।

ବରିଷ୍ଠ ବ୍ୟକ୍ତିଙ୍କୁ ଟିକା ପାଇଁ ପଞ୍ଜୀକରଣ

ମାର୍ଚ୍ଚ ୧ରୁ ଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ବହୁବିଧ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। ଏଥିପାଇଁ ପଞ୍ଜୀକରଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଟିକାଦାନ ସ୍ଥାନରେ ପଞ୍ଜୀକରଣ କରାଯିବ। ତେଣୁ ହିତାଧିକାରୀମାନେ ଚିହ୍ନଟ ହୋଇଥିବା ଟିକାକେନ୍ଦ୍ରକୁ ଯାଇ ନିଜକୁ ପଞ୍ଜୀକରଣ କରାଇନେବା ଲାଗି ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ହିତାଧିକାରୀ ସିଓ-ଡବ୍ଲ୍ୟୁଆଇଏନ୍‌ ୨.୦ ପୋର୍ଟାଲ ଏବଂ ଆରୋଗ୍ୟ ସେତୁ ଭଳି ଆପ୍ଲିକେଶନ ଡାଉନଲୋଡ୍‌ କରି ନିଜକୁ ଆଗୁଆ ପଞ୍ଜୀକରଣ କରାଇପାରିବେ। ସେଥିରେ ଟିକା ଦିଆଯିବାକୁ ଥିବା ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକର ତାଲିକା, ଟିକାଦାନ ତାରିଖ ଓ ସମୟ ଉପଲବ୍ଧ ହେବ। ହିତାଧିକାରୀ ନିଜ ପସନ୍ଦର ଟିକାଦାନ କେନ୍ଦ୍ର ବାଛି ଟିକା ନେବା ଲାଗି ଆପଏଣ୍ଟମେଣ୍ଟ ବୁକ୍‌ କରିବେ। ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯିବାକୁ ଥିବାବେଳେ ଘରୋଇ ହସ୍ପିଟାଲରେ ଧାର୍ଯ୍ୟ ଦେୟ ଦେବାକୁ ପଡ଼ିବ। ଏକ ଉଚ୍ଚସ୍ତରୀୟ ବୈଠକ ଅବସରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କୁ ଏସମ୍ପର୍କରେ କେନ୍ଦ୍ର ସରକାର ଜଣାଇ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?