Posted inଖେଳ

ଆଇଏସ୍‌ଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୧(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ରବିବାର ମୁହାଁମୁହିଁ ହେବେ। ଦୁଇ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସାନୁରୂପ ହୋଇ ପାରିନାହିଁ। ଦୁଇ ଦଳ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି କୌଣସି ବିଜୟ ହାସଲ ନ କରିପାରି ୨ଟି ଡ୍ର ଓ ୫ ପରାଜୟ ସହ ୨ ପଏଣ୍ଟ ପାଇ ଅନ୍ତିମ ତଥା ଏକାଦଶ ସ୍ଥାନରେ ରହିଛି। ସେହିପରି ଇଷ୍ଟ ବେଙ୍ଗଲ ୭ଟି ମ୍ୟାଚ ଖେଳି ୩ ଡ୍ର ଓ ୪ ପରାଜୟ ସହ ୩ ପଏଣ୍ଟ ପାଇ ତାଲିକାର ଦଶମ ସ୍ଥାନରେ ରହିଛି। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିପାରି ନାହାନ୍ତି। ତେଣୁ ଏହି ମ୍ୟାଚରେ ଓଡ଼ିଶା ଓ ଇଷ୍ଟ ବେଙ୍ଗଲ ଟୁର୍ନାମେଣ୍ଟର ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛନ୍ତି।
ଇଷ୍ଟ ବେଙ୍ଗଲ ଇତିମଧ୍ୟରେ ନାଇଜେରିଆ ଫରଓ୍ବାର୍ଡ ବ୍ରାଇଟ୍‌ ଏନୋବାଖାରେଙ୍କୁ ଦଳରେ ସାମିଲ କରିଛି। ଫଳରେ ଓଡ଼ିଶା ବିପକ୍ଷରେ ଦଳ ତା’ର ଆଟାକ୍‌ରେ ସୁଧାର ଆଣିବାକୁ ପ୍ରୟସା କରିବ। କୋଚ୍‌ ରୋବି ଫୋଲରଙ୍କ ନେତୃତ୍ୱାଧୀନ ଇଷ୍ଟ ବେଙ୍ଗଲ କାଗଜ କଲମରେ ଫେଭରାଇଟ୍‌ ମନେହେଉଛି। ୭ଟି ମ୍ୟାଚରୁ ଇଷ୍ଟ ବେଙ୍ଗଲ ମାତ୍ର ୫ଟି ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଛି। ଦଳ ୧୩ଟି ଗୋଲ ବରଣ କରିଛି। ଓଡ଼ିଶାଠାରୁ ଦଳ ମାତ୍ର ଗୋଟିଏ ପଏଣ୍ଟ ଅଧିକ ପାଇଛି।
ଅନ୍ୟପଟେ ଓଡ଼ିଶା ମଧ୍ୟ ସମାନ ୭ଟି ମ୍ୟାଚ ଖେଳି ୫ଟି ଗୋଲ ସ୍କୋର କରିଛି। ଓଡ଼ିଶାର ଡିଫେନ୍ସ ସେତେଟା ଦୃଢ ହୋଇପାରି ନାହିଁ । ଏଥିପାଇଁ ଦଳ ଅବଶ୍ୟ ସମାଲୋଚନାର ଶିକାର ହୋଇଛି। ଟୁର୍ନାମେଣ୍ଟରେ ଦୁଇ ଦଳ ଏପର୍ଯ୍ୟନ୍ତ ସଂଘର୍ଷ କରୁଛନ୍ତି ବୋଲି ଫୋଲର ସ୍ବୀକାର କରିଛନ୍ତି। ତେଣୁ ଏହି ମ୍ୟାଚର ଫଳାଫଳ କ’ଣ ହେବ ତାହା କହି ହେବନାହିଁ ବୋଲି ସେ କହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୧୧ଟି ଗୋଲ ବରଣ କରିଛି। ଓଡ଼ିଶା କୋଚ ଷ୍ଟୁଆର୍ଟ ବକ୍ସଟର ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଯୁବ ଦଳ ହୋଇଥିବାରୁ ଆମେ ଟିକିଏ ସମୟ ନେବୁ ବୋଲି ସେ କହିଛନ୍ତି। ଗତ ମ୍ୟାଚରେ ଓଡ଼ିଶା ନର୍ଥଇଷ୍ଟ ୟୁନାଇଟେଡ ବିପକ୍ଷରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଗୋଲ ବରଣ କରିଥିଲା। ଫଳରେ ମ୍ୟାଚ ୨-୨ ଗୋଲରେ ଡ୍ର ରହିଥିଲା। ବ୍ରାଜିଲ ଫରଓ୍ବାର୍ଡ ମାର୍ସେଲିନୋ ଚମତ୍କାର କରିବେ ବୋଲି ଓଡ଼ିଶା ଆଶା ରଖିଛି। ମାନୁଏଲ ଅନଉଙ୍କ ବଦଳରେ ସେ ଦଳରେ ସାମିଲ ହେବେ। ତେବେ ଷ୍ଟିଭେନ ଟେଲର, ଜ୍ୟାକବ ଟ୍ରାଟ, କୋଲ ଆଲେକଜାଣ୍ଡର, ବିନିତ ରାଏ ଓ ଡିଏଗୋ ମୌର୍ସିଓଙ୍କ ଉପରେ ଦଳରେ ପ୍ରଦର୍ଶନ କେନ୍ଦ୍ରୀଭୂତ ହେବ। ରବିବାର ଦ୍ୱିତୀୟ ମ୍ୟାଚରେ ଏଟିକେ ମୋହନ ବାଗାନ ଓ ନର୍ଥଇଷ୍ଟ ୟୁନାଇଟେଡ ମୁହାଁମୁହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମର୍ମନ୍ତୁଦ ଦୁର୍ଘଟଣାରେ ଓ୍ବେଷ୍ଟଇଣ୍ଡିଜ୍‌ର ଏହି ଲୋକପ୍ରିୟ କ୍ରିକେଟରଙ୍କ ନିଧନ! ଭିଡିଓ ଭାଇରାଲ ପରେ ଜଣାପଡ଼ିଲା…

ନୂଆଦିଲ୍ଲୀ, ୩୦।୧: ସୋସିଆଲ ମିଡିଆରେ ଅନେକ କିଛି ଗୁଜବ ଭାଇରାଲ ହୋଇଥାଏ। ଏହି କ୍ରମରେ ନିକଟରେ ଓ୍ବେଷ୍ଟଇଣ୍ଡିଜ୍‌ର ଅଭିଜ୍ଞ ଅଲ୍‌ରାଉଣ୍ଡର କିରୋନ ପୋଲାର୍ଡଙ୍କର ଦୁର୍ଘଟଣାରେ ମୃତ୍ୟୁ...

ସ୍ତ୍ରୀଙ୍କୁ ‘ସ୍ବତନ୍ତ୍ର ଉପହାର’ ଦେଲେ ସୂର୍ଯ୍ୟକୁମାର

ଜୟପୁର,୧୮।୧୧: ଭାରତୀୟ କ୍ରିକେଟର ନୂଆ ଯୁଗ ବିଜୟରୁ ଆରମ୍ଭ ହୋଇଥିଲା। ଟି -୨୦ ବିଶ୍ୱକପ୍‌ର ଖରାପ ପ୍ରଦର୍ଶନର ଦୁଃଖକୁ ଭୁଲି ନୂଆ କୋଚ ରାହୁଲ ଦ୍ରାବିଡ଼...

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୦।୧୧: ଭାରତର ଦିନିକିଆ ଦଳର ନୂତନ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା। ଅଧିନାୟକ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ଅଧିନାୟକଙ୍କ ୨୦ ପ୍ରତିଶତ...

ଦୀପକ ହୁଦା ଗୋଟିଏ ସିଜନ୍‌ ପାଇଁ ସସ୍‌ପେଣ୍ଡ

ଭଦୋଦରା, ୨୩ା୧ (ପି.ଟି.)-ବରୋଦ କ୍ରିକେଟ ଆସୋସିଏଶନ (ବିସିଏ) ଏହାର ସିନିୟର ଖେଳାଳି ଦୀପକ ହୁଦାଙ୍କୁ ସସ୍‌ପେଣ୍ଡ କରିଛି। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ତାଙ୍କର ବଚସା...

ଆଶେସ୍‌ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ସ୍ଥିତ ଦୃଢ଼

ଲଣ୍ଡନ, ୧୫।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା...

ଡୋପିଂ ମାମଲାରେ ସସ୍‌ପେଣ୍ଡ ହେଲେ ଏହି ଭାରୋତ୍ତୋଳକ

ବୁଡାପେଷ୍ଟ,୮।୭(ଏପି): ଦୁଇଥର ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ହାସଲ କରିଥିବା ରୁଷୀୟ ତାରକା ଭାରୋତ୍ତୋଳକ ଆଣ୍ଡ୍ରେଇ ଡେମାନୋଭ ଡୋପିଂ ଅଭିଯୋଗରେ ସାମୟିକ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ତାଙ୍କ...

ସଚିନଙ୍କ ଉଇକେଟ୍‌ ନେଇ କ’ଣ ସ୍ପେଶାଲ ଗିଫ୍ଟ ପାଇଥିଲେ ପ୍ରଜ୍ଞାନ

ହାଇଦ୍ରାବାଦ, ୨୮।୬- ଭାରତୀୟ ଦଳର ପ୍ରାକ୍ତନ ସ୍ପିନର ତଥା ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝା ୨୦୦୯ରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ...

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଅଭୁଲା ଦିନ, ଜାଣନ୍ତୁ କାହିଁକି

ଆଜିର ଦିନ ଭାରତୀୟ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। ବିଶେଷ କରି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ପାଇଁ ଆଜିର ଦିନ ଏକ...

Advertisement
Archives

Model This Week