Posted inଖେଳ

ଆଇଏସ୍‌ଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୧(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ରବିବାର ମୁହାଁମୁହିଁ ହେବେ। ଦୁଇ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସାନୁରୂପ ହୋଇ ପାରିନାହିଁ। ଦୁଇ ଦଳ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି କୌଣସି ବିଜୟ ହାସଲ ନ କରିପାରି ୨ଟି ଡ୍ର ଓ ୫ ପରାଜୟ ସହ ୨ ପଏଣ୍ଟ ପାଇ ଅନ୍ତିମ ତଥା ଏକାଦଶ ସ୍ଥାନରେ ରହିଛି। ସେହିପରି ଇଷ୍ଟ ବେଙ୍ଗଲ ୭ଟି ମ୍ୟାଚ ଖେଳି ୩ ଡ୍ର ଓ ୪ ପରାଜୟ ସହ ୩ ପଏଣ୍ଟ ପାଇ ତାଲିକାର ଦଶମ ସ୍ଥାନରେ ରହିଛି। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିପାରି ନାହାନ୍ତି। ତେଣୁ ଏହି ମ୍ୟାଚରେ ଓଡ଼ିଶା ଓ ଇଷ୍ଟ ବେଙ୍ଗଲ ଟୁର୍ନାମେଣ୍ଟର ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛନ୍ତି।
ଇଷ୍ଟ ବେଙ୍ଗଲ ଇତିମଧ୍ୟରେ ନାଇଜେରିଆ ଫରଓ୍ବାର୍ଡ ବ୍ରାଇଟ୍‌ ଏନୋବାଖାରେଙ୍କୁ ଦଳରେ ସାମିଲ କରିଛି। ଫଳରେ ଓଡ଼ିଶା ବିପକ୍ଷରେ ଦଳ ତା’ର ଆଟାକ୍‌ରେ ସୁଧାର ଆଣିବାକୁ ପ୍ରୟସା କରିବ। କୋଚ୍‌ ରୋବି ଫୋଲରଙ୍କ ନେତୃତ୍ୱାଧୀନ ଇଷ୍ଟ ବେଙ୍ଗଲ କାଗଜ କଲମରେ ଫେଭରାଇଟ୍‌ ମନେହେଉଛି। ୭ଟି ମ୍ୟାଚରୁ ଇଷ୍ଟ ବେଙ୍ଗଲ ମାତ୍ର ୫ଟି ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଛି। ଦଳ ୧୩ଟି ଗୋଲ ବରଣ କରିଛି। ଓଡ଼ିଶାଠାରୁ ଦଳ ମାତ୍ର ଗୋଟିଏ ପଏଣ୍ଟ ଅଧିକ ପାଇଛି।
ଅନ୍ୟପଟେ ଓଡ଼ିଶା ମଧ୍ୟ ସମାନ ୭ଟି ମ୍ୟାଚ ଖେଳି ୫ଟି ଗୋଲ ସ୍କୋର କରିଛି। ଓଡ଼ିଶାର ଡିଫେନ୍ସ ସେତେଟା ଦୃଢ ହୋଇପାରି ନାହିଁ । ଏଥିପାଇଁ ଦଳ ଅବଶ୍ୟ ସମାଲୋଚନାର ଶିକାର ହୋଇଛି। ଟୁର୍ନାମେଣ୍ଟରେ ଦୁଇ ଦଳ ଏପର୍ଯ୍ୟନ୍ତ ସଂଘର୍ଷ କରୁଛନ୍ତି ବୋଲି ଫୋଲର ସ୍ବୀକାର କରିଛନ୍ତି। ତେଣୁ ଏହି ମ୍ୟାଚର ଫଳାଫଳ କ’ଣ ହେବ ତାହା କହି ହେବନାହିଁ ବୋଲି ସେ କହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୧୧ଟି ଗୋଲ ବରଣ କରିଛି। ଓଡ଼ିଶା କୋଚ ଷ୍ଟୁଆର୍ଟ ବକ୍ସଟର ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଯୁବ ଦଳ ହୋଇଥିବାରୁ ଆମେ ଟିକିଏ ସମୟ ନେବୁ ବୋଲି ସେ କହିଛନ୍ତି। ଗତ ମ୍ୟାଚରେ ଓଡ଼ିଶା ନର୍ଥଇଷ୍ଟ ୟୁନାଇଟେଡ ବିପକ୍ଷରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଗୋଲ ବରଣ କରିଥିଲା। ଫଳରେ ମ୍ୟାଚ ୨-୨ ଗୋଲରେ ଡ୍ର ରହିଥିଲା। ବ୍ରାଜିଲ ଫରଓ୍ବାର୍ଡ ମାର୍ସେଲିନୋ ଚମତ୍କାର କରିବେ ବୋଲି ଓଡ଼ିଶା ଆଶା ରଖିଛି। ମାନୁଏଲ ଅନଉଙ୍କ ବଦଳରେ ସେ ଦଳରେ ସାମିଲ ହେବେ। ତେବେ ଷ୍ଟିଭେନ ଟେଲର, ଜ୍ୟାକବ ଟ୍ରାଟ, କୋଲ ଆଲେକଜାଣ୍ଡର, ବିନିତ ରାଏ ଓ ଡିଏଗୋ ମୌର୍ସିଓଙ୍କ ଉପରେ ଦଳରେ ପ୍ରଦର୍ଶନ କେନ୍ଦ୍ରୀଭୂତ ହେବ। ରବିବାର ଦ୍ୱିତୀୟ ମ୍ୟାଚରେ ଏଟିକେ ମୋହନ ବାଗାନ ଓ ନର୍ଥଇଷ୍ଟ ୟୁନାଇଟେଡ ମୁହାଁମୁହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri