ହୁ ହୁ ଜଳୁଛି ହାଓ୍ବାଇ ଦ୍ୱୀପ

କାହୁଲୁଇ/ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ। ମଙ୍ଗଳବାର ଲାଗିଥିବା ଏହି ବନାଗ୍ନିରେ ଅଦ୍ୟାବଧି ଅନୂ୍ୟନ ୫୫ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଜୀବଜନ୍ତୁ, ବୃକ୍ଷଲତା ମଧ୍ୟ ଏଥିରେ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ପର୍ଯ୍ୟଟନ ସହର ଲହାଇନାରେ ନିଅଁା ଅଣାୟତ୍ତ ହେବାରୁ ସବୁକିଛି ଜଳିପୋଡ଼ି ଛାରଖାର ହୋଇଯାଇଛି।
ଝଡ଼ ଡୋରା ଯୋଗୁ ଖୁବ୍‌ ଜୋର୍‌ରେ ପବନ ବହୁଥିବାରୁ ହାଓ୍ବାଇ ଦ୍ୱୀପର ନିଅଁା ଚାରିଆଡ଼େ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ଦ୍ୱୀପର ଦକ୍ଷିଣ ଭାଗରେ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ପବନ ବହୁଥିବାରୁ ଧ୍ୱଂସର ବିକଳ ଚିତ୍ର ଦୃଶ୍ୟମାନ ହେଉଛି। ଜୀବନ ବଞ୍ଚାଇବା ପାଇଁ ଲୋକେ ସମୁଦ୍ରକୁ ଲମ୍ଫ ମାରୁଛନ୍ତି। ୨୧୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନିଅଁାକୁ ଆୟତ୍ତ କରିବା ଓ ଉଦ୍ଧାର କାର୍ଯ୍ୟରେ ନୌସେନାକୁ ନିୟୋଜିତ କରାଯାଇଛି। ବ୍ଲାକ୍‌ ହକ୍‌ ଏବଂ ଚିନୁକ୍‌ ହେଲିକପ୍ଟର ଜରିଆରେ ନିଅଁା ଲିଭାଯାଉଛି। ଲହାଇନା ସହରକୁ ବାର୍ଷିକ ୨୦ ଲକ୍ଷ ଟୁରିଷ୍ଟ ଆସିଥାନ୍ତି, ଯାହାକି ହାଓ୍ବାଇ ଦ୍ୱୀପକୁ ପର୍ଯ୍ୟଟକଙ୍କ ଆଗମନର ପ୍ରାୟ ୮୦%। ତେବେ ଜଙ୍ଗଲ ନିଅଁାରେ ଏହି ସହର ନିଜ ସୌନ୍ଦର୍ଯ୍ୟ ହରାଇବସିଛି। ବନାଗ୍ନି ଯୋଗୁ ସହରର ଏତେ କ୍ଷତି ହୋଇଛି ଯେ, ଅଣ୍ଟା ସଳଖି ଛିଡ଼ାହେବା ପାଇଁ ଏହାକୁ ଅନେକ ବର୍ଷ ଲାଗିଯିବ। ଏହି ନିଅଁାରେ ଲହାଇନା, ପୁଲେହୁ ଓ ଅପ୍‌କଣ୍ଟ୍ରି ସହରର ପ୍ରାୟ ୧,୭୦୦ କୋଠା ପ୍ରଭାବିତ ହୋଇଛି। ହାଓ୍ବାଇ ଗଭର୍ନର ଜୋସ୍‌ ଗ୍ରୀନ୍‌ କହିଛନ୍ତି, ଆଜି ଆମେ ଯେଉଁଆଡ଼େ ଚାହୁଁଛୁ କେବଳ ବିପଦ ହିଁ ବିପଦ ଦେଖୁଛୁ। ହାଓ୍ବାଇ ଦ୍ୱୀପରେ ଏହା ହେଉଛି ଇତିହାସର ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ୧୯୬୦ରେ ଆସିଥିବା ସୁନାମି ୬୧ ଜଣଙ୍କ ଜୀବନ ନେଇଥିଲା। ବନାଗ୍ନିଜନିତ ମୃତ୍ୟୁସଂଖ୍ୟା ଏହାକୁ ଟପିଯିବ। ମଉଇ ବନାଗ୍ନିର ପରିବେଶଗତ ପ୍ରଭାବ ଏତିକିରେ ସୀମିତ ହୋଇ ରହିବ ନାହିଁ। ଏହା ଆହୁରି ବିପର୍ଯ୍ୟୟ ଆଣିବ ବୋଲି ଜୋସ୍‌ କହିଛନ୍ତି। କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ହାଓ୍ବାଇବାସୀଙ୍କ ପାଇଁ ଶୋକବାର୍ତ୍ତା ପଠାଇଛନ୍ତି। ସେ ପୀଡ଼ିତ, ଆହତ ଓ ବିସ୍ଥାପିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଫେସନାଲ ଗଲ୍ଫର କୋଲିନ୍‌ ମୋରିକାଓ୍ବା ବନାଗ୍ନି ପ୍ରଭାବିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

ଭାରତରୁ ନିଆଯାଇଥିବା ୧୫୦ ବର୍ଷର ବଟବୃକ୍ଷ ଜଳିଗଲା

ହାଓ୍ବାଇର ମଉଇ ଦ୍ୱୀପରେ ଥିବା ଏକ ୧୫୦ ବର୍ଷ ପୁରୁଣା ବଟବୃକ୍ଷ ବନାଗ୍ନିରେ ଜଳିଯାଇଛି, ଯାହାକୁ ଭାରତରୁ ସେଠାକୁ ନିଆଯାଇଥିଲା। ଏହା ଥିଲା ଆମେରିକାରେ ଅନ୍ୟତମ ବୃହତ୍‌ ବଟବୃକ୍ଷ। ୬୦ ଫୁଟ୍‌ ଉଚ୍ଚତାର ଏହି ବୃକ୍ଷକୁ ୧୮୭୩ରେ ଲହାଇନା ହାର୍ବରରେ ରୋପଣ କରାଯାଇଥିବା ନେଇ ଅନ୍‌ଲାଇନ୍‌ ପୋର୍ଟାଲ ଲହାଇନାଟାଉନ୍‌ ଡଟ୍‌ କମ୍‌ରେ ଉଲ୍ଲେଖ କରାଯାଇଛି। ଗତ ଏପ୍ରିଲରେ ଏହି ବଟବୃକ୍ଷର ୧୫୦ତମ ଜନ୍ମଦିନ ପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?