ହୁ ହୁ ଜଳୁଛି ହାଓ୍ବାଇ ଦ୍ୱୀପ

କାହୁଲୁଇ/ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ। ମଙ୍ଗଳବାର ଲାଗିଥିବା ଏହି ବନାଗ୍ନିରେ ଅଦ୍ୟାବଧି ଅନୂ୍ୟନ ୫୫ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଜୀବଜନ୍ତୁ, ବୃକ୍ଷଲତା ମଧ୍ୟ ଏଥିରେ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ପର୍ଯ୍ୟଟନ ସହର ଲହାଇନାରେ ନିଅଁା ଅଣାୟତ୍ତ ହେବାରୁ ସବୁକିଛି ଜଳିପୋଡ଼ି ଛାରଖାର ହୋଇଯାଇଛି।
ଝଡ଼ ଡୋରା ଯୋଗୁ ଖୁବ୍‌ ଜୋର୍‌ରେ ପବନ ବହୁଥିବାରୁ ହାଓ୍ବାଇ ଦ୍ୱୀପର ନିଅଁା ଚାରିଆଡ଼େ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ଦ୍ୱୀପର ଦକ୍ଷିଣ ଭାଗରେ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ପବନ ବହୁଥିବାରୁ ଧ୍ୱଂସର ବିକଳ ଚିତ୍ର ଦୃଶ୍ୟମାନ ହେଉଛି। ଜୀବନ ବଞ୍ଚାଇବା ପାଇଁ ଲୋକେ ସମୁଦ୍ରକୁ ଲମ୍ଫ ମାରୁଛନ୍ତି। ୨୧୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନିଅଁାକୁ ଆୟତ୍ତ କରିବା ଓ ଉଦ୍ଧାର କାର୍ଯ୍ୟରେ ନୌସେନାକୁ ନିୟୋଜିତ କରାଯାଇଛି। ବ୍ଲାକ୍‌ ହକ୍‌ ଏବଂ ଚିନୁକ୍‌ ହେଲିକପ୍ଟର ଜରିଆରେ ନିଅଁା ଲିଭାଯାଉଛି। ଲହାଇନା ସହରକୁ ବାର୍ଷିକ ୨୦ ଲକ୍ଷ ଟୁରିଷ୍ଟ ଆସିଥାନ୍ତି, ଯାହାକି ହାଓ୍ବାଇ ଦ୍ୱୀପକୁ ପର୍ଯ୍ୟଟକଙ୍କ ଆଗମନର ପ୍ରାୟ ୮୦%। ତେବେ ଜଙ୍ଗଲ ନିଅଁାରେ ଏହି ସହର ନିଜ ସୌନ୍ଦର୍ଯ୍ୟ ହରାଇବସିଛି। ବନାଗ୍ନି ଯୋଗୁ ସହରର ଏତେ କ୍ଷତି ହୋଇଛି ଯେ, ଅଣ୍ଟା ସଳଖି ଛିଡ଼ାହେବା ପାଇଁ ଏହାକୁ ଅନେକ ବର୍ଷ ଲାଗିଯିବ। ଏହି ନିଅଁାରେ ଲହାଇନା, ପୁଲେହୁ ଓ ଅପ୍‌କଣ୍ଟ୍ରି ସହରର ପ୍ରାୟ ୧,୭୦୦ କୋଠା ପ୍ରଭାବିତ ହୋଇଛି। ହାଓ୍ବାଇ ଗଭର୍ନର ଜୋସ୍‌ ଗ୍ରୀନ୍‌ କହିଛନ୍ତି, ଆଜି ଆମେ ଯେଉଁଆଡ଼େ ଚାହୁଁଛୁ କେବଳ ବିପଦ ହିଁ ବିପଦ ଦେଖୁଛୁ। ହାଓ୍ବାଇ ଦ୍ୱୀପରେ ଏହା ହେଉଛି ଇତିହାସର ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ୧୯୬୦ରେ ଆସିଥିବା ସୁନାମି ୬୧ ଜଣଙ୍କ ଜୀବନ ନେଇଥିଲା। ବନାଗ୍ନିଜନିତ ମୃତ୍ୟୁସଂଖ୍ୟା ଏହାକୁ ଟପିଯିବ। ମଉଇ ବନାଗ୍ନିର ପରିବେଶଗତ ପ୍ରଭାବ ଏତିକିରେ ସୀମିତ ହୋଇ ରହିବ ନାହିଁ। ଏହା ଆହୁରି ବିପର୍ଯ୍ୟୟ ଆଣିବ ବୋଲି ଜୋସ୍‌ କହିଛନ୍ତି। କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ହାଓ୍ବାଇବାସୀଙ୍କ ପାଇଁ ଶୋକବାର୍ତ୍ତା ପଠାଇଛନ୍ତି। ସେ ପୀଡ଼ିତ, ଆହତ ଓ ବିସ୍ଥାପିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଫେସନାଲ ଗଲ୍ଫର କୋଲିନ୍‌ ମୋରିକାଓ୍ବା ବନାଗ୍ନି ପ୍ରଭାବିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

ଭାରତରୁ ନିଆଯାଇଥିବା ୧୫୦ ବର୍ଷର ବଟବୃକ୍ଷ ଜଳିଗଲା

ହାଓ୍ବାଇର ମଉଇ ଦ୍ୱୀପରେ ଥିବା ଏକ ୧୫୦ ବର୍ଷ ପୁରୁଣା ବଟବୃକ୍ଷ ବନାଗ୍ନିରେ ଜଳିଯାଇଛି, ଯାହାକୁ ଭାରତରୁ ସେଠାକୁ ନିଆଯାଇଥିଲା। ଏହା ଥିଲା ଆମେରିକାରେ ଅନ୍ୟତମ ବୃହତ୍‌ ବଟବୃକ୍ଷ। ୬୦ ଫୁଟ୍‌ ଉଚ୍ଚତାର ଏହି ବୃକ୍ଷକୁ ୧୮୭୩ରେ ଲହାଇନା ହାର୍ବରରେ ରୋପଣ କରାଯାଇଥିବା ନେଇ ଅନ୍‌ଲାଇନ୍‌ ପୋର୍ଟାଲ ଲହାଇନାଟାଉନ୍‌ ଡଟ୍‌ କମ୍‌ରେ ଉଲ୍ଲେଖ କରାଯାଇଛି। ଗତ ଏପ୍ରିଲରେ ଏହି ବଟବୃକ୍ଷର ୧୫୦ତମ ଜନ୍ମଦିନ ପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri