ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରି ମଧ୍ୟ ମୋର ଭୁଲ ନାହିଁ କହିଥିଲେ ଇଶା

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ସାଧାରଣ କଥା। ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଛୋଟଛୋଟ ମନୋମାଳିନ୍ୟ ଲାଗି ଚର୍ଚ୍ଚାକୁ ଆସିଥାନ୍ତି। ଏହି କାରଣରୁ, ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ପରସ୍ପର ସହ କାମ କରିବା ଠାରୁ ଦୂରେଇ ରହିଛନ୍ତି। କିନ୍ତୁ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଝଗଡା ଏତେ ବଢ଼ି ଯାଇଥିଲା କଥା ମାରପିଟ ପାଖରେ ପହଞ୍ଚିଥିଲା। ଇଶା ଦେଓଲ ଏବଂ ଅମୃତା ରାଓଙ୍କ ଝଗଡ଼ା କାହାଠାରୁ ଲୁଚି ନାହିଁ। ଉଭୟ ପରସ୍ପର ସହ କଥା ହେବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ପ୍ରାୟ ୧୫ ବର୍ଷ ପୂର୍ବେ, ଇଶା ସମସ୍ତଙ୍କ ସାମ୍ନାରେ ଫିଲ୍ମର ସେଟରେ ଅମୃତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣା ସମଗ୍ର ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି କରିଥିଲା।
୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପ୍ୟାରେ ମୋହନ’ରେ ଇଶା ଏବଂ ଅମୃତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଫରଦିନ ଖାନ ଏବଂ ବିବେକ ଓବରୟ ଉଭୟଙ୍କ ସହ ନଜର ଆସିଥିଲେ। ଫିଲ୍ମର ଶୁଟିଂ ସମୟରେ ଇଶା ଅମୃତାଙ୍କୁ ଚାପୁଡ଼ା ମାରିଥିଲେ। ଇଶା ଦେଓଲ ନିଜେ ତାଙ୍କର ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ, ଇଶା ଏହା ମଧ୍ୟ କହିଥିଲେ, ଏଥିରେ ସେ ଦୁଃଖିତ ନୁହଁନ୍ତି।

ଏକ ସାକ୍ଷାତକାର ସେ ଅମୃତା ରାଓଙ୍କ ସହ ହୋଇଥିବା ବିବାଦ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଇଶା କହିଥିଲେ, ‘ଅମୃତା ମୋତେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବଂ କ୍ୟାମେରାମ୍ୟାନଙ୍କ ଆଗରେ ଦୁର୍ବ୍ୟବହାର କରିଥିଲେ। ପରେ ମୁଁ ଭାବିଲି ସେ ସଂପୂର୍ଣ୍ଣ ଭୁଲ । ସେହି ସମୟରେ କ୍ରୋଧରେ ମୁଁ ଅମୃତାଙ୍କୁ ଚାପୁଡ଼ା ମାରିଥିଲି। ମୁଁ ମୋର ଆତ୍ମ ସମ୍ମାନ ରକ୍ଷା କରିଥିଲି । ଏଥିରେ ମୋର କୌଣସି ଦୁଃଖ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଇଶିତା ଦତ୍ତ। ଦୃଶ୍ୟମ୍‌-୨ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଶିତା ପ୍ରଶଂସକଙ୍କୁ...

ଫେରୁଛନ୍ତି ଐଶ୍ୱର୍ଯ୍ୟା

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ। ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲବନ’ରେ ସେ ନଜର...

କଙ୍ଗନାଙ୍କୁ ହତ୍ୟା ଧମକ!

ମୁମ୍ବାଇ: ବଲିଉଡ୍ ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ଟୁଇଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ଆସିଛନ୍ତି...

କୌଣସି ସ୍ମୃତି ରଖିବାକୁ ଚାହୁଁ ନାହାଁନ୍ତି ସାମନ୍ଥା, ଫେରାଇ ଦେଲେ ବିବାହର ଶାଢୀ

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଦୀର୍ଘ ଦିନର...

ଭାଲେଣ୍ଟାଇନ୍‌ ଡେ’ରେ ରୋମାଣ୍ଟିକ୍‌ ହେଲେ ନେହା କକ୍କର

ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ଏହି ଦିବସଟିକୁ ପ୍ରେମୀଯୁଗଳ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ଭାଲେଣ୍ଟାଇନ୍ସ...

ଫିଲ୍ମ ଫେୟାର ଆଓ୍ବାର୍ଡ ନେବାକୁ ମନାକଲେ ବିବେକ

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ବେକାବୁ ବୟାନକୁ ନେଇ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବେଳେ ବେଳେ ସେ ଏମିତି କିଛି...

‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ଷ୍ଟଣ୍ଟ୍‌

ମୁମ୍ବାଇ: ଆକ୍ସନ ପାଇଁ ବଲିଉଡରେ ପ୍ରିସିଦ୍ଧି ଅର୍ଜନ କରିବା ସହିତ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଛି ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରକାଶ କରିଛନ୍ତି। ୫୧...

ଅନୁଷ୍କା ଶର୍ମାଙ୍କୁ ବିବାହ କରିବେ କହିଲେ ଏହି ଅଭିନେତା; ବିରାଟ ଜାଣିଲେ…

ଅଭିନେତା କୁନାଲ କପୁର, ଡିନୋ ମୋରିଆ ଏବଂ ଦୃଷ୍ଟି ଧାମି କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରଣ’ର ଏକ ବିଶେଷ ଏପିସୋଡରେ ନଜର ଆସିଥିଲେ।...

Advertisement
Archives

Model This Week