ପୋଲ କାମ ସାରିବାକୁ ବିଧାୟକଙ୍କ ସହ ଆଲୋଚନା

ଖଜୁରିପଡ଼ା,୧୩ା୯ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅଧୀନସ୍ଥ ଗାଡ଼ିଆପଡ଼ା ଘାଟି ଶେଷରେ ଥିବା ସେବାଶ୍ରମ ବିଦ୍ୟାଳୟ ନିକଟ ନାଳରେ ପୋଲ ନିର୍ମାଣ ଚାଲିଛି। ଫୁଲବାଣୀ ଭୁବନେଶ୍ୱର ମୁଖ୍ୟରାସ୍ତା ଏବଂ ଘାଟିରହିଥିବା ଗାଡ଼ିଆପଡା ଗ୍ରାମରେ ଏହି ପୋଲ ନିର୍ମାଣ ହେଲେ ଯାନବାହନ ଯିବା ଆସିବା ସହଜ ହେବା ସହିତ ବହି ଯାଇଥିବା ନାଳର ଜଳସ୍ରୋତରେ କୌଣସି ସମସ୍ୟା ହେବନାହିଁ। କିନ୍ତୁ ଉକ୍ତ ନାଳ ପାଣି ଉପରେ ଚାଷୀମାନେ ନିର୍ଭର କରୁଥିବା ବେଳେ ଏବେ ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମାନି ପାଇଁ ୨ ବର୍ଷ ହେଲା ଭଙ୍ଗା ଯାଇଥିବା କେନାଲ ନିର୍ମାଣ ନ ହେବାରୁ ଚାଷକାମ ବନ୍ଦ ରହିଛି l ସେହିଭଳି ପୂର୍ତ୍ତ ବିଭାଗ କୌଣସି ସୂଚନା ନ ଦେଇ ସ୍ଥାନୀୟ ବାସିନ୍ଦା ପ୍ରଦୀପ ସାହୁଙ୍କ ବାସଗୃହ ପୋଲିସ ପ୍ରଶାସନଙ୍କୁ ଲଗେଇ ଭାଙ୍ଗିଥିବା ଅଭିଯୋଗ ହୋଇଛି l କେତେକ ଚାଷୀଙ୍କ ବିଲରେ ନିର୍ମାଣ ସାମଗ୍ରୀ ପଡି ରହୁଥିବା ହେତୁ ସେମାନେ ଆଉ କୌଣସି ଚାଷ କରି ନ ପାରି କ୍ଷତି ସହୁଥିବା ଅଭିଯୋଗ ହୋଇଛି। ଠିକାଦାରଙ୍କ ନିର୍ମାଣ ସମୟ ସରିଥିଲେ ସୁଦ୍ଧା ପୋଲ ନିର୍ମାଣ ବନ୍ଦ କରି ଅନ୍ୟ ଅଞ୍ଚଳରେ କାମ କରୁଥିବା ଜଣାପଡୁଛି। ପୋଲ ନିର୍ମାଣରେ ଯେଉଁମାନଙ୍କର କ୍ଷତି ହୋଇଛି ସେ ବାବଦକୁ କୌଣସି ସରକାରୀ ସହାୟତା ମିଳିନାହିଁ। ତେଣୁ କିଭଳି ପୋଲ ନିର୍ମାଣ ଶୀଘ୍ର ସରିବ ଏବଂ ଗ୍ରାମବାସୀ କ୍ଷତିପୂରଣ ପାଇବେ ସେ ନେଇ ଗାଡିଆପଡା ଗ୍ରାମର ପ୍ରଦୀପ ସାହୁ, ଦିଲୀପ ଦେହୁରୀ, ଅଲେଖ ଦେହୁରୀ, ଅଗସ୍ତି ଦେହୁରୀ, ରବୀନ୍ଦ୍ର ଦେହୁରୀ, ଦୀନବନ୍ଧୁ ବେହେରା, ନିରାକାର ବେହେରା, ରସାନନ୍ଦ ଯାନୀ, ବାସନ୍ତୀ ଯାନୀ, କଣ୍ଠେଶ୍ୱର ଯାନୀ, ବିଶାଖା ଯାନୀ, ଅଫିସର ଯାନୀ ପ୍ରମୁଖ ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କୁ ଅଭିଯୋଗ କରିଛନ୍ତି l ବିଧାୟକ ଜିଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ନିର୍ମାଣ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗ୍ରାମବାସୀଙ୍କ ସହ ଖଜୁରିପଡା ବ୍ଲକ୍‌ ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ ଏବଂ ମଣ୍ଡଳ ସଭାପତି ରଞ୍ଜନ ସାହୁଙ୍କ ସହ ବିଧାନସଭା ସଂଯୋଜକ ଦେବାଶିଷ ପ୍ରିୟଦର୍ଶନୀ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri