ଏକୁଟିଆ ଥିବା ବେଳେ ଘରେ ପଶି ଆସି ଗୁପ୍ତାଙ୍ଗକୁ କାମୁଡିଲା କୁକୁର, ଦିବ୍ୟାଙ୍ଗ ଶିଶୁ…

ମୋହନା,୨୨ା୧୧(ମନ୍ମଥ ମିଶ୍ର)- ମୋହନା ବ୍ଲକ ଅନ୍ତର୍ଗତ ଗରଡ଼ମା ପଞ୍ଚାୟତର ମୋବିଲି ଗାଁରେ ଶନିବାର ସକାଳ ସାଢ଼େ ୭ଟାରେ ଏକ ଦିବ୍ୟାଙ୍ଗ ଶିଶୁଙ୍କୁ କୁକୁର କାମୁଡି ଗୁରୁତର କରିଛି। ସେ ହେଲେ ଗ୍ରାମର ବାପି ସିଂଙ୍କ ଦିବ୍ୟାଙ୍ଗ ପୁଅ ଗଡ଼ସନ (୯)। ମା’ ପାଣି ଆଣିବାକୁ ବାହାରକୁ ଯାଇଥିବା ବେଳେ ବାପା କାମ କରିବାକୁ ଯାଇଥିଲେ। ଗଡ଼ସନ ଘରେ ଏକୁଟିଆ ଶୋଇଥିଲେ। ଏହି ସମୟରେ ଏକ କୁକୁର ଘର ଭିତରକୁ ପଶିଆସି ତାଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ନେଇ ଖାଇ ଚାଲିଥିଲା। ରକ୍ତାକ୍ତ ଅବସ୍ଥାରେ ଶିଶୁଟି କାନ୍ଦିବାରୁ ପଡ଼ୋଶୀ ଘର ଲୋକେ ଧାଇଁ ଆସି ତାକୁ କୁକୁର କବଳରୁ ଉଦ୍ଧାର କରିଥିଲେ। ଜେଜେବାପା ସୀମା ସିଂ ପହଞ୍ଚି ଗଡ଼ସନଙ୍କୁ ସଙ୍ଗେସଙ୍ଗେ ରାୟଗଡ଼ା ଜିଲା ଚନ୍ଦ୍ରପୁର ଡାକ୍ତରଖାନା ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ତାଙ୍କୁ ରାୟଗଡ଼ା ନ ନେଇ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏଠାରେ ଗୁରୁତର ଶିଶୁଟିର ଚ଼ିକିତ୍ସା କରାଯିବା ପରେ ଅଧିକା ଚ଼ିକିତ୍ସା ପାଇଁ ଡାକ୍ତର ସୂର୍ଯ୍ୟ ନାରାୟଣ ସେଠୀ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ମହାଯଜ୍ଞ ଦର୍ଶନ କଲେ ବିଧାୟକ: ଅଞ୍ଚଳବାସୀଙ୍କୁ କଲେ ପ୍ରଶଂସା, କହିଲେ…

ଗଞ୍ଜାମ,୧।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତ ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା…

ଉପସ୍ଥିତ ବୁଦ୍ଧି ଖଟାଇ ନଦୀରେ ବୁଡ଼ିଯାଉଥିବା ୨ ବାଳିକାଙ୍କୁ ଉଦ୍ଧାରକଲେ ମହିଳା

କଲ୍ୟାଣସିଂହପୁର,୧।୫ (ଦୀପକ କୁମାର ପରିଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅଡ଼ାବାଡ଼ି ଗାଁରେ ନଦୀରେ ବୁଡ଼ିଯାଉଥିବା ୨ ଝିଅଙ୍କୁ ଜଣେ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ…

କାର୍ଯ୍ୟରୁ ଅବସର ନେଲେ ଏସପି ଅନିଲ କୁମାର ମିଶ୍ର, ଏବେ ଦାୟିତ୍ୱରେ ରହିବେ ନୂଆ…

ଦେବଗଡ଼,୧।୫(ଶଶାଙ୍କ ଶେଖର ଝାଙ୍କର): ୧୯୮୮ ବ୍ୟାଚର ଓଡ଼ିଶା ପୋଲିସ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଦେବଗଡ଼ ଏସପି ଅନିଲ କୁମାର ମିଶ୍ର ଗୁରୁବାର କାର୍ଯ୍ୟରୁ ଅବସର…

ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ: ୮୦ ପରିବାର ହନ୍ତସନ୍ତ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ କୁଶମେଲ ଗ୍ରାମର ପୁରୁଣା କଲୋନୀ ବସ୍ତିରେ ପ୍ରାୟ ୧ ମାସ ହେବ ପିଇବା ପାଣିର ଘୋର ଅଭାବ…

୪ ଦିନରେ ୩ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ଘରେ ପହଞ୍ଚିଲେ…

ଅମରପାଲି, ୧।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗୀୟ ଟିମ…

ଧରିତ୍ରୀ ପ୍ରଭାବ: ଟ୍ରାଫିକ ପୋଷ୍ଟରେ ଛପର ନିର୍ମାଣ

ନୂଆପଡ଼ା,୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ କିଛିଦିନ ହେଲା ପାରଦ ଉପରମୁହାଁ ହେବାରେ ଲାଗିଛି ା ଏପରି ସମୟରେ ସହରର ପ୍ରମୁଖ ଏକତା ଛକଠାରେ ଥିବା ଟ୍ରାଫିକ…

ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଚମତ୍କାର ପ୍ରଦର୍ଶନ: ସଂସ୍କୃତି ଟପ୍ପର

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା +୩ କଳା, ବିଜ୍ଞାନ ଓ ବାଣିଜ୍ୟ ଶେଷବର୍ଷ ପରୀକ୍ଷାଫଳରେ ବରଗଡ଼ର ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଉତ୍କୃଷ୍ଟ…

ପୁଅକୁ ଦୋକାନରେ ବସାଇ ଜଳଖିଆ ଖାଇବାକୁ ଯାଇଥିଲେ ବାପା, ଆସିଲା ବେଳକୁ…

ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri