ଆପଣଙ୍କ e-KYC ଅପଡେଟ୍ ଅଛି ତ? ଖୁବଶୀଘ୍ର ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ୪ର୍ଥ କିସ୍ତି

ଭୁବନେଶ୍ୱର,୨୦ା୨: ଖୁବଶୀଘ୍ର ଆସିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ଏନେଇ ଓଡ଼ିଶା ସରକାର ଆଗୁଆ ସୂଚନା ଦେଇ ସାରିଛନ୍ତି। ଯଦି ଆପଣ ଜଣେ ଆବେଦନକାରୀ, ତେବେ ଟଙ୍କା ପାଇବା ପୂର୍ବରୁ ନିଜର e-KYC ଏବଂ ବ୍ୟାଙ୍କ ସ୍ଥିତି ଯାଞ୍ଚ କରିନେବା ଜରୁରୀ।

ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ସଶକ୍ତିକରଣ ପାଇଁ ସରକାର ୫ ବର୍ଷ ମଧ୍ୟରେ ୫୦,୦୦୦ ଟଙ୍କା ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଚତୁର୍ଥ କିସ୍ତିର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ।

ଏହି ଯୋଜନାରେ ସରକାର ପ୍ରତି ବର୍ଷ ୧୦,୦୦୦ ଟଙ୍କା ଦୁଇଟି କିସ୍ତିରେ (୫,୦୦୦ + ୫,୦୦୦) ଯୋଗ୍ୟ ମହିଳା ମାନଙ୍କୁ ପ୍ରଦାନ କରୁଛନ୍ତି। ସାଧାରଣତଃ ଆନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮) ଏବଂ ରକ୍ଷା ବନ୍ଧନ ଅବସରରେ ଏହି ଅର୍ଥ ପ୍ରଦାନ କରାଯାଏ। ତେଣୁ ଆଗାମୀ ମାର୍ଚ୍ଚ ୮ ତାରିଖରେ ଏହି ଚତୁର୍ଥ କିସ୍ତି ମିଳିବ।

ଯୋଗ୍ୟତା ମାନଦଣ୍ଡ
ଆବେଦନକାରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ସହ NFSA/SFSS ଅନ୍ତର୍ଭୁକ୍ତ ହୋଇଥିବା ଆବଶ୍ୟକ।

ବୟସ ସୀମା: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ହିତାଧିକାରୀଙ୍କ ଜନ୍ମ ତାରିଖ ୦୨.୦୪.୧୯୬୫ ଠାରୁ ୦୧.୦୪.୨୦୦୪ ମଧ୍ୟରେ ହୋଇଥିବା ଦରକାର (୨୧ ରୁ ୬୦ ବର୍ଷ)। ପରିବାରର ବାର୍ଷିକ ଆୟ ୨.୫୦ ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ।

କାହାକୁ ମିଳିବ ନାହିଁ ଏହି ସୁବିଧା (ଅଯୋଗ୍ୟତା)?
ମାସିକ ୧,୫୦୦ ଟଙ୍କାରୁ ଅଧିକ ସରକାରୀ ସହାୟତା (ପେନସନ/ଛାତ୍ରବୃତ୍ତି) ପାଉଥିବା ମହିଳା। ଆୟକରଦାତା କିମ୍ବା ସରକାରୀ ଚାକିରିଆ ଥିବା ପରିବାର। ଯେଉଁମାନଙ୍କ ପାଖରେ ୪ ଚକିଆ ମୋଟର ଯାନ ଅଛି (ଟ୍ରାକ୍ଟର କିମ୍ବା ହାଲୁକା ବାଣିଜ୍ୟିକ ଯାନକୁ ଛାଡ଼ି)। ଯେଉଁମାନଙ୍କର ୫ ଏକରରୁ ଅଧିକ ଜଳସେଚିତ ବା ୧୦ ଏକରରୁ ଅଧିକ ଅଣ-ଜଳସେଚିତ ଜମି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଅର୍ଣ୍ଣବ ପ୍ରଭାବ: ଗାଁରେ ପଶିଲା ପାଣି, ଯୋଗାଯୋଗ ବିଚ୍ଛିନ୍ନ

ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା…

ମହାବାତ୍ୟାର ୨୭ ବର୍ଷ: ଯୁବକଙ୍କ ଆଖିଆଗରେ ଭାସି ଯାଇଥିଲେ ପାଣିଖିଆ ଗାଁ ୧୨ ଜଣ, ଏବେ ବି…

ମହାକାଳପଡ଼ା, ୨୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ମହାବାତ୍ୟାର କରାଳ ଦୃଶ୍ୟ ଏବେବି ଲୋକଙ୍କର ମନେପଡ଼େ। ଆଜିକୁ ୨୭ ବର୍ଷ ପୂର୍ବେ ସମୁଦ୍ରକୂଳିଆ…

ମହାବାତ୍ୟାକୁ ପୂରିଲା ୨୭ ବର୍ଷ: ଏବେବି ଜୀବନ୍ତ ହୋଇ ରହିଯାଇଛି ସେଦିନର କରାଳ ଦୃଶ୍ୟ

ରାଜନଗର,୨୯ା୧୦(ଭାସ୍କର ରାଉତରାୟ): ୧୯୯୯ ଅକ୍ଟୋବର ୨୯ର ମହାବାତ୍ୟା ଉପକୂଳବାସୀଙ୍କ ପାଇଁ ଦୁଃଖର ଦିନାଙ୍କ। ଏହି ଦିନର କାଳରାତ୍ରିରେ ମହାକାଳ ରଚିଥିଲା ମହାପ୍ରଳୟ। ୩୦୦ କିଲୋମିଟର ବେଗରେ ପବନ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟ ଆଶଙ୍କା

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଅନ୍ୟପଟେ, କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟାରେ…

ଭୁବନେଶ୍ୱର, ୨୯।୧୦: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ। ୨୪ ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ…

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ…

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?