Posted inଜାତୀୟ

ଆଜି ଠୁ ଯୁଦ୍ଧ?ଭାରତୀୟ ସେନାର ବଡ଼ ଘୋଷଣା…

ନୂଆଦିଲ୍ଲୀ, ୧୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଜାରି ରହିବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଏହି ଯୁଦ୍ଧବିରତିର କୌଣସି ର୍ନିଦ୍ଦିଷ୍ଟ ସମୟସୀମା ନାହିଁ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ଭାରତୀୟ ସେନା କହିଛି ଯେ, ମେ ୧୨ରେ ଉଭୟ ଦେଶର ମିଲିଟାରୀ ଅପରେଶନ ନିର୍ଦ୍ଦେଶକ (DGMO) ମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁସାରେ ଏହି ଯୁଦ୍ଧବିରତି ବଜାୟ ରହିବ।

ସେନା ଅଧିକାରୀମାନେ କହିଛନ୍ତି, ଆଜି ପାଇଁ କୌଣସି DGMO ସ୍ତରୀୟ ଆଲୋଚନା ନାହିଁ। ମେ ୧୨ରେ ନିଷ୍ପତ୍ତି ହୋଇଥିବା ଯୁଦ୍ଧବିରତିର କୌଣସି ସମାପ୍ତି ତାରିଖ ନାହିଁ। ଏହା ପୂର୍ବରୁ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଯୁଦ୍ଧବିରତି ମେ ୧୮ରେ ଶେଷ ହେବ ଏବଂ ନୂଆ ଆଲୋଚନା ହେବ। ଏହାକୁ ଖଣ୍ଡନ କରି ସେନା ଏହି ସ୍ପଷ୍ଟୀକରଣ ଦେଇଛି।

ଏହି ଯୁଦ୍ଧବିରତି ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଆସିଥିଲା। ଏହି ଆକ୍ରମଣରେ ୨୬ ଜଣ ନାଗରିକ ପ୍ରାଣ ହରାଇଥିଲେ। ଏହାର ଜବାବରେ ଭାରତ ମଇ ୭ରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଅଧିକୃତ କଶ୍ମୀର (PoJK) ଓ ପାକିସ୍ତାନରେ ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ କରିଥିଲା। ଭାରତୀୟ ସେନା ସୀମାରେ ଆସ୍ଥା ର୍ନିମାଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ଏବଂ ସତର୍କତା ସ୍ତରକୁ କମାଇବାକୁ ଚେଷ୍ଟା କରୁଛି। ତେବେ, ସେନା ସ୍ପଷ୍ଟ କରିଛି ଯେ ପାକିସ୍ତାନର ଆଚରଣ ଉପରେ ଏହି ଯୁଦ୍ଧବିରତିର ଭବିଷ୍ୟତ ର୍ନିଭର କରୁଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଏହି ଯୁଦ୍ଧବିରତି ପ୍ରତି ପ୍ରତିବଦ୍ଧ ରହିବ ଏବଂ ଏହା ଦୀର୍ଘକାଳୀନ ଶାନ୍ତି ଆଲୋଚନାର ପଥ ପ୍ରଶସ୍ତ କରିପାରେ। ଏହି ଯୁଦ୍ଧବିରତି ସଫଳ ହେବ କି ନାହିଁ, ତାହା ଉଭୟ ଦେଶର ପାରସ୍ପରିକ ସହଯୋଗ ଏବଂ ସୀମାରେ ଶାନ୍ତି ବଜାୟ ରଖିବା ଉପରେ ନିର୍ଭର କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜିପୁର ଗ୍ରାମକୁ ଯିବା ବେଳେ ଯୁବକଙ୍କୁ ଧକ୍କାଦେଇ ୧୫ ଫୁଟ ତଳକୁ ଖସିପଡ଼ିଲା ଟ୍ରାକ୍ଟର: ଆଖିବୁଜିଦେଲେ…

ମୋହନା,୧୬ା୫(ମନ୍ମଥ ମିଶ୍ର): ମୋହନା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୋହନା ଥାନା ଅନ୍ତର୍ଗତ କିର୍ତିଂ ଗ୍ରାମର…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri