ଘରେ ଅର୍ଥର ଅଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି କାମ କରିବା ପୂର୍ବରୁ ଚାଣକ୍ୟଙ୍କ ବିଚାର ଜାଣିବାକୁ ଚାହିଁଥାନ୍ତି। ଆସନ୍ତୁ ଜାଣିବା ସେପରି କିଛି ଉପାୟ ଯାହା ଦ୍ୱାରା ଆପଣ ନିଜର ଆର୍ଥିକ ସ୍ଥିତି ମଜଭୂତ କରିପାରିବେ।

-ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ପକ୍ଷୀମାନଙ୍କର ସେବା କରେ, ତାଙ୍କୁ ଖାଦ୍ୟ ଏବଂ ପାଣି ଦେଇଥାଏ, ସେ ନିଜ ଜୀବନରେ ଧନ ଆସିବାର ରାସ୍ତା ଖୋଲିଦେଇଥାଏ। ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରେ ଅର୍ଥର ଅଭାବ ରହି ନ ଥାଏ।

-ଯେଉଁ ଘରେ ଭଗବାନଙ୍କ ଆଦର ସମ୍ମାନ କରାଯାଏ। ତାଙ୍କୁ ପୂଜା କରାଯାଏ, ତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଏ, ଉକ୍ତ ଘରେ ଧନସମ୍ପତ୍ତିର ଭଣ୍ଡାର ସର୍ବଦା ପୂର୍ଣ୍ଣ ଥାଏ। କେବେ ବି ପରିବାରକୁ ଅର୍ଥାଭାବ ଯୋଗୁ ଅସୁବିଧା ଉଠାଇବାକୁ ପଡ଼ି ନ ଥାଏ।

-କୁଷ୍ଠ ରୋଗୀଙ୍କ ସହାୟତା କରିବା ଉଚିତ। ଏହାଦ୍ୱାରା ଜଣଙ୍କ ଜୀବନରେ ଉପୁଜୁଥିବା ବାଧାବିଘ୍ନ ଦୂର ହୋଇଥାଏ। ନିସ୍ବାର୍ଥ ଭାବ ରଖି ସେମାନଙ୍କର ସେବା କଲେ ଜୀବନରେ ଧନର ଅଭାବ ରହି ନ ଥାଏ। କାରଣ ଭଗବାନ କୁବେରଙ୍କ କୃପା ଦୃଷ୍ଟି ତାଙ୍କ ଉପରେ ପଡ଼ିଥାଏ। ଫଳସ୍ବରୂପ ଘରର ଭଣ୍ଡାର ପୂର୍ଣ୍ଣ ରହିଥାଏ।

-ଗୋମାତାର ସେବା କରିବା ଦ୍ୱାରା ବହୁତ ପୂଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି। ତେବେ ଗାଇଙ୍କ ଦେହରେ ସମସ୍ତ ଦେବତା ବାସ କରିଥାନ୍ତି। ଏଣୁ ତାଙ୍କର ସେବା କରିବାଦ୍ୱାରା ସମସ୍ତ ଦେବତାଙ୍କ ସେବା କରିବା ଭଳି ହୋଇଯାଏ। ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ଫଳରେ ଧନ ସମ୍ପତ୍ତି ଅଭାବ ରହି ନ ଥାଏ।

-ଯେଉଁ ବ୍ୟକ୍ତି ନିଜ ଧନକୁ ଅଯଥା କରେ ନାହିଁ ଏବଂ ତାହାକୁ ଭଲ କାମରେ ଲଗାଇଥାଏ, ଉକ୍ତ ବ୍ୟକ୍ତିଙ୍କ ଘରେ କେବେ ବି ଧନର ଅଭାବ ପରିଲକ୍ଷିତ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଏହି କାରଣରୁ ହୋଇଥାଏ ହୃଦ୍‌ଘାତ

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଚାପଗ୍ରସ୍ତ, ନିଦ୍ରାରେ ବ୍ୟାହତ ହେବା ହୃଦଘାତ୍‌ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇପାରେ। ୟୁରୋପୀୟ ଷ୍ଟ୍ରୋକ୍‌ ସଂଗଠନ (ESO)...

ଖରାଦିନେ ଦହି ଖାଇଲେ କ’ଣ ହୁଏ

ପ୍ରାୟ ସବୁ ଲୋକଙ୍କୁ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥିବା ବେଳେ କେହି କେହି ଏହାକୁ ପସନ୍ଦ ମଧ୍ୟ କରି ନ ଥାନ୍ତି। ତେବେ ଖରାଦିନେ...

ଥାଇରଏଡ୍‌କୁ ଆୟତ୍ତ କରନ୍ତୁ ଏହି ଉପାୟରେ

ଥାଇରଏଡ୍‌ ସମସ୍ୟା ସାଧାରଣତଃ ଦୁଇ ପ୍ରକାରର- ହାଇପୋଥାଇରଏଡିଜିମ ଓ ହାଇପର୍‌ଥାଇରଏଡିଜିମ। ଥାଇରଏଡ ଗ୍ଲାଣ୍ଡ୍‌ରେ ସମସ୍ୟା ଯୋଗୁ ଶରୀର ଲାଗି ଆବଶ୍ୟକ ହେଉଥିବା ଥାଇରଏଡ୍‌ ହର୍ମୋନ କ୍ଷରଣ...

ସକାଳୁ କପେ ଲବଙ୍ଗ ଚା’…

ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ ତୁଳସୀ...

ଏହି ୫ ରାଶିର ବ୍ୟକ୍ତିଙ୍କୁ ୨୦୨୨ରେ ମିଳିବ ମନପସନ୍ଦର ଜୀବନସାଥୀ, ରହିଛି ଅତ୍ୟନ୍ତ ସୁନ୍ଦର ଯୋଗ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି। ଏମିତିରେ ଆସନ୍ତା ବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା ରହିଛି। କିଏ ଚାକିରି...

ଏସବୁ ରୋଗରୁ ମୁକ୍ତିଦିଏ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏହାଦ୍ୱାରା...

ନିୟମିତ ଡାଳିମ୍ବ ଖାଇଲେ ହେବ ନାହିଁ ଏହି ଦୁଇ ମାରାତ୍ମକ ରୋଗ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଜଙ୍କ୍‌ଫୁଡ୍‌ ତଥା ବାହାର ଖାଦ୍ୟ ଉପରେ ନିର୍ଭରଶୀଳ। ଫଳରେ ଏହା ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଉତ୍ତମ...

ଘରେ ଅଶାନ୍ତି ଲାଗି ରହୁଛି କି? ଆପଣାନ୍ତୁ କେତୋଟି ବାସ୍ତଟିପ୍ସ

ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି: * ସପ୍ତାହରେ ଥରେ...

Advertisement
Archives

Model This Week