ଘରେ ଅର୍ଥାଭାବ ଲାଗି ରହୁଛି କି? ଏହି ୫ ଉପାୟ ଆପଣାଇ କିଛି ଦିନରେ ଫରକ ଦେଖନ୍ତୁ..

ବାସ୍ତୁଶାସ୍ତ୍ରକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଘରେ ଆର୍ଥିକ ଅଭାବ ଲାଗି ରହୁଥିଲେ ,ଏହାକୁ ଆପଣାଇବା ଦ୍ୱାରା ସ୍ଥିତିରେ ସୁଧାର ଆସିଥାଏ ବୋଲି ମାନ୍ୟତା ରହିଛି। ଅଭାବକୁ ଘରୁ ବାହାର କରିବାକୁ ହେଲେ କିଛି ବାସ୍ତୁଗତ ଦିଗ ପ୍ରତି ଧ୍ୟାନ ଦେବାକୁ କୁହାଯାଉଛି। ଯେପରିକି:

ଝାଡ଼ୁ- ପୋଛା ଦ୍ୱାରା ବଦଳେ ଆର୍ଥିକ ସ୍ଥିତି:
ବାସ୍ତୁଶାସ୍ତ୍ର ଅନୁଯାୟୀ ଝାଡ଼ୁ ଧନର ସୂଚକ। ଯେଉଁ ବ୍ୟକ୍ତିଙ୍କ ଘରେ ଥିବା ଝାଡ଼ୁ-ପୋଛାକୁ ଯିବାଆସିବା କରୁଥିବା ଲୋକ ଦେଖିଥାନ୍ତି ତାଙ୍କ ଘରେ ଥିବା ଧନ ପାଣି ପରି ହାତରୁ ବୋହିଯାଏ। ଏହା ସର୍ବଦା ଲୁଚାଇ ରଖିବା ଉଚିତ। ଏହାଦ୍ୱାରା ଘରେ ଧନର ସମସ୍ୟା ରହି ନ ଥାଏ।

ଲୁଣ ବ୍ୟବହାର ଚମତ୍କାରୀ:
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଶୌଚାଳୟରେ ଗୋଟିଏ ଗିନା ଲୁଣ ରଖିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାଛଡ଼ା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ତେବେ ଲୁଣକୁ ଏଭଳି ସ୍ଥାନରେ ରଖିବା ଉଚିତ ଯେଉଁଠାରେ ପାଣି ମିଶିବ ନାହିଁ। ଯଦି ପାଣି ମିଶିଯାଏ ତୁରନ୍ତ ଏହାକୁ ବଦଳାଇଦେବା ଜରୁରୀ।

ଛୁରୀ-କଇଁଚି ଦରିଦ୍ରତା ଆଣିଥାଏ:
ଯଦି ଘରେ ଛୁରୀ-କଇଁଚିକୁ ଲୁଚାଇ ରଖାଯାଏନାହିଁ ତେବେ ଦରିଦ୍ରତାକୁ ଏମାନେ ଟାଣି ଆଣନ୍ତି। ଏଣୁ ରୋଷେଇଘରର ଚୁଲା ତଳେ ନଚେତ ବାସନ କୁସନ ପଛପଟେ ଏହାକୁ ଲୁଚାଇ ରଖନ୍ତୁ। ବାହାରଲୋକ ଏଗୁଡ଼ିକୁ ଦେଖିଲେ ଘରର ଟଙ୍କା ବାହାରକୁ ଚାଲିଯାଇଥାଏ। କାମ ସରିବା ପରେ ଏହାକୁ ସଫା କରି ଲୁଚାଇଦେବା ଭଲ।

ଅଳିଆ ରଖିବା ଜାଗା ସ୍ବତନ୍ତ୍ର:
ଯଦି ଘରେ ଆର୍ଥିକ ସ୍ଥିତିରେ ସୁଧାର ଚାହୁଁଛନ୍ତି ତେବେ ଘରର ଅଳିଆ କଢ଼ା ଡବାକୁ ମୁଖ୍ୟଦ୍ୱାରର ପଛପଟେ ରଖନ୍ତୁ। ଫଳରେ ଘରେ ଧନ ସମ୍ପତ୍ତି ଭରପୂର ରହିଥାଏ। କବାଟ ପଛରେ ଏହାକୁ ରଖିଲେ ଘରେ ଦରିଦ୍ରତା ଆସେନାହିଁ ବୋଲି ମଧ୍ୟ କୁହାଯାଇଥାଏ।

ଶୌଚାଳୟ/ଗାଧୁଆଘର କବାଟକୁ ବନ୍ଦ ରଖନ୍ତୁ:
ଶୌଚାଳୟର କବାଟକୁ ସବୁବେଳେ ବନ୍ଦ ରଖିବା ଦ୍ୱାରା ଘରୁ ଦୁର୍ଭାଗ୍ୟ ଓ ଦରିଦ୍ରତା ଦୂର ହୋଇଥାଏ। ଯେଉଁ ବ୍ୟକ୍ତି ସର୍ବଦା ଘରର ଶୌଚାଳୟ ବନ୍ଦ ରଖିଥାନ୍ତି ତାଙ୍କ ଘରେ ଧନର ଅଭାବ ରହି ନ ଥାଏ। ଏହା ବହୁତ ସହଜ ଏବଂ ପ୍ରଭାବଶାଳୀ ଉପାୟ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କ ଠାରୁ ଦାରିଦ୍ର୍ୟ ରହିଥାଏ ବହୁ ଦୂରରେ, ଜାଣନ୍ତୁ କେଉଁମାନଙ୍କ ବିଷୟରେ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯାହାକୁ ଅନୁସରଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ଚାଣକ୍ୟ କହିଛନ୍ତି...

ଟମାଟୋ ଫ୍ଲୁ

ଗୋଟିଏ ଫୁଲ ବଗିଚାରେ ଗ୍ରୀଷ୍ମଋତୁରେ ଛୋଟ ଛୋଟ ଗଛ ଝାଉଁଳି ଯାଉଥିବା ବେଳେ ଅତ୍ୟଧିକ ବର୍ଷାରେ ଚେର ପଚିଯାଇ ବି ଗଛ ନଷ୍ଟ ହୋଇଯାଆନ୍ତି। ସେହିପରି...

ଶିକୁଳିରେ ସିଦ୍ଧକାଳୀ

ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ସିଦ୍ଧକାଳୀ। କେନ୍ଦୁଝରର ସିଦ୍ଧ ମଠଠାରେ ମା’ ବିରାଜିତ। ୮୦୦ ବର୍ଷର ପୁରାତନ ଏହି ପୀଠରେ ପୂଜିତ ମା’ କାଳୀଙ୍କ ରହିଛି...

କଞ୍ଚା ଆମ୍ବ ସୁପ୍‌

ଆବଶ୍ୟକ ସାମଗ୍ରୀ: ଏକ କେଜି. କଞ୍ଚା ଆମ୍ବ, ଛୋଟ କଟା ଅଦା ୩ ବଡ ଚାମଚ, ଶୁଣ୍ଠି ପାଉଡର ୧ ଚାମଚ, ପୁଦିନା ପତ୍ର ୪...

ବାତ ମାରିବା ସମୟରେ…

ଅପସ୍ମାର ଏକ ବାତ। ଏହି ବାତ ମାରିବା ସମୟରେ ହିଁ ରୋଗୀ ଉପରେ ନିଘା ରଖି ପ୍ରତିକାର କରିବା ପାଇଁ ପଡ଼େ। ବାତ ମାରିଲେ ରୋଗୀ...

ନବରାତ୍ରିରେ ଦୁର୍ଗାଙ୍କ ହୋମକୁଣ୍ଡରେ ପକାନ୍ତୁ ଏହି ସାମାନ୍ୟ ଜିନିଷ: ଶତ୍ରୁ ହେବେ ବସ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ।ଯଦି ନବରାତ୍ରିରେ ମା’ଙ୍କ କୃପା ପାଇବାକୁ...

ସମର ଫ୍ୟାଶନ

ଖରାଦିନରେ ଆପଣ ପିନ୍ଧୁଥିବା କପଡ଼ା ଆରାମଦାୟକ ହେବା ସହ ହାଲୁକା ଏବଂ ଶର୍ଟ ହେବା ନିହାତି ଜରୁରୀ। ଅଫିସିଆଲ୍‌ ଏବଂ କାଜୁଆଲ୍‌ ଲୁକ୍‌ ପାଇଁ ଶର୍ଟ...

ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ଶାନ୍ତି ଦିଏ ଏସବୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସୁଖମୟ ଜୀବନଯାପନ ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନର ସମସ୍ତ ଦୁଃଖ...

Advertisement
Archives

Model This Week