ଝିଅ ଟିଏ ଅଛି ତ…

ଛନ୍ଦା ମିଶ୍ର

ସମୟ ବଦଳୁଛି। ବଦଳୁଛି ଲୋକଙ୍କ ମାନସିକତା। ଏଇ କିଛିଦିନ ତଳେ ଦେଖା ହେଲା ପରିଚିତା ଜଣେ ମାଉସୀଙ୍କ ସହ। ତାଙ୍କ ପୁଅ ଝିଅ ସମସ୍ତେ ଉଚ୍ଚ ଶିକ୍ଷିତ ଏବଂ ପ୍ରତିଷ୍ଠିତ। ତେବେ ତାଙ୍କ ମନରେ ଗୋଟିଏ ଧାରଣା ବସା ବାନ୍ଧିଛି ଯେ, ବୋହୂମାନେ ଆସିଲା ପରେ, ପୁଅମାନେ ବାପା ମା’ଙ୍କ ପ୍ରତି ହୋଇଛନ୍ତି ବିମୁଖ। ଅପରପକ୍ଷେ ଝିଅମାନଙ୍କୁ, ମାଉସୀ ଦେଇଥିବା ଶିକ୍ଷା ଯୋଗୁ ସେମାନେ ନିଜ ଶାଶୁ ଘର ସହ ବାପ ଘର ପ୍ରତି ମଧ୍ୟ ବେଶ୍‌ ଯତ୍ନବାନ। ସୁବିଧା ଅସୁବିଧା କଥା ତ ଅଲଗା, ଏମିତିରେ ନିତି ଟିକେ ଆମ ଭଲ ମନ୍ଦ ନ ବୁଝିଲେ ଝିଅମାନଙ୍କର ଭାତ ହଜମ ହୁଏନା। ଆଉ ପୁଅ, ତାଙ୍କୁ ତ ଆମ ପାଇଁ ଫୁରୁସତ ନ ଥାଏ। ବୁଝିଲୁ ମା, ଏମାନେ ମୋର ଝିଅ ନୁହନ୍ତି ବରଂ ପୁଅଠାରୁ ବଳକା।“
ଝିଅମାନଙ୍କୁ ନେଇ ମାନସିକତା ଏବେ ବଦଳିଛି। ରକ୍ଷଣଶୀଳ ଲୋକେ, ଝିଅକୁ ପର ଘରି, ପର ଗୋତ୍ରୀ, ତଥା ଝିଅ ଘରେ ପାଣି ଟୋପାଏ ପିଇବାକୁ ପାପ ବୋଲି ଭାବୁଥିଲେ, କିନ୍ତୁ ବର୍ତ୍ତମାନ ଝିଅ ପାଇଁ ଜ୍ୱାଇଁଟିଏ ଘରକୁ ଆଣି ଆସିଲେ ଝିଅଟି ଆମର ଘରେ ରହିବ ଓ ଆମ ବୃଦ୍ଧାବସ୍ଥାଟି ଆନନ୍ଦରେ କଟିବ ବୋଲି ଲୋକେ ଚିନ୍ତା କଲେଣି। ଝିଅଙ୍କୁ ଆଗେ ଶ୍ମଶାନ ଯିବାରେ ବାରଣ ଥିଲା, ଏବେ ସେମାନେ ମୁଖାଗ୍ନି ଦେଲେଣି ଏବଂ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏବେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଦମ୍ପତିମାନେ ଝିଅଟିଏ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଉଛନ୍ତି ଆଗଭର, ଭବିଷ୍ୟତ ପାଇଁ ଝିଅକୁ ମଣୁଛନ୍ତି ନିରାପଦ।
ମୋର ପରିଚିତ ଜଣେ, ତାଙ୍କ ଏକମାତ୍ର ମେଧାବୀ ଝିଅ ପାଇଁ ମେଧାବୀ ଜ୍ୱାଇଁଟିଏ ଯୋଗାଡ଼ କରିଥିଲେ। ସେମାନଙ୍କର ସର୍ତ୍ତ ଥିଲା ଯେ, ପିଲାଟି ଘର ଜ୍ୱାଇଁ ହୋଇ ରହିବ। ଝିଅର ମେଧାରେ ମୁଗ୍ଧ ଏବଂ ଶାଶୁ ଶ୍ୱଶୁରଙ୍କ ପ୍ରତିପତ୍ତିରେ ବିମୁଗ୍ଧ ଯୁବକକୁ, ନିଜ ମୋହ ଭଙ୍ଗ ପାଇଁ ଲାଗିଲା ମୋଟେ ତିନୋଟି ବର୍ଷ। ବିବାହ ବିଚ୍ଛେଦ ହେଲା। ପୁଅ ବିଷୟରେ ଜାଣେନା, ଝିଅଟିର ଦ୍ୱିତୀୟ ବିବାହ ହୋଇଛି। ଏହାକୁ ଆପଣ ଭିନ୍ନ ଦୃଷ୍ଟିରେ ଯଦି ଦେଖିବେ, ତେବେ ଜାଣିପାରିବେ ଯେ, ପୁଅଟି ମାତା ପିତାଙ୍କୁ ଛାଡ଼ି ଦେଲା ସ୍ତ୍ରୀ ପାଇଁ, ମାତ୍ର ଝିଅଟି ମାତା ପିତାଙ୍କ ପାଇଁ ସ୍ବାମୀକୁ ତ୍ୟାଗ କରିବାକୁ ଭ୍ରୂକ୍ଷେପ କଲା ନାହିଁ।
ଝିଅଟିକୁ ବଢ଼ାଇ ଥିବା ମାତା ପିତା, ଝିଅଠାରୁ ଅଲଗା ହେବା ପାଇଁ ଚାହୁଁ ନାହାନ୍ତି। ଝିଅ ମାନେ ସ୍ବାବଲମ୍ବୀ ହୋଇସାରିଲା ପରେ ଅନ୍ୟ କାହାର ଆଧିପତ୍ୟକୁ ବରଦାସ୍ତ କରିବା ପାଇଁ ଉଚିତ ମନେ କରୁନାହାନ୍ତି। ଗୋଟିଏ ପୁଅ ଥିବା ପରିବାରରେ ବୋହୂଟି ଯଦି ସ୍ବାମୀ ଓ ଶାଶୁ ଶ୍ୱଶୁରଙ୍କୁ ସହୃଦୟତାର ସହିତ ଗ୍ରହଣ କରିନେଲା କିମ୍ବା ଶାଶୁଘର ଲୋକେ ବୋହୂଟିକୁ ତା’ର ସମସ୍ତ ଗୁଣ ଓ ଖୁଣ ସହ ଆପଣେଇ ପାରିଲେ ତେବେ ଘର ସଂସାର ସୁରୁଖୁରୁରେ ଚାଲିଲା, ନୋହିଲେ ଘର ଆଉ ଘର ହୋଇ ରହିଲା ନାହିଁ। ତେବେ ସମସ୍ୟାଟିର ସମାଧାନ ରହିଛି ମଧ୍ୟମ ପନ୍ଥାରେ। ବର ଘର ଓ କନ୍ୟା ଘର ଉଭୟ, ଉଭୟଙ୍କୁ ସମ୍ମାନ ଦେବା ସହ ସମ୍ବେଦନଶୀଳ ହେବେ, ଉଭୟ ମିଶି ବର କନ୍ୟାଙ୍କ ଘର ସଂସାର ବସାଇବାକୁ ଦୃଢ଼ ପଣ କରିବେ। ଏଠାରେ ପୁଅଟି, ଝିଅର ମା’ ବାପା, ଝିଅଟିକୁ କେଉଁଠୁ ଗୋଟେଇ ଆଣି ନାହାନ୍ତି ବୋଲି ମନେରଖିବା ସହ, ଝିଅଟି ବି ପୁଅ ଉପରେ ତା’ର ମାତା ପିତା ନିର୍ଭରଶୀଳ କଥାଟିକୁ ହୃଦୟଙ୍ଗମ କରିବା ଉଚିତ। ତେବେ ଯାଇ ସୁଖମୟ ସଂସାରଟିଏ ହସି ଉଠିବ।
ଝିଅଟିଏ ହିଁ ଶାଶୁଘରକୁ ଯାଏ। ତା’ର ସୌଭାଗ୍ୟ ବା ଦୁର୍ଭାଗ୍ୟକୁ ମୁଣ୍ଡ ନୁଆଁଇ ଗ୍ରହଣ କରେ। କାରଣ ସ୍ବାଭାବିକ ଭାବେ ତା’ ନିକଟରେ ସହନଶୀଳତା, କରୁଣା, ଦୟା, କ୍ଷମା ପରି ଈଶ୍ବରୀୟ ଆଶୀର୍ବାଦଗୁଡ଼ିକ ଭରି ରହିଥାଏ। କିନ୍ତୁ ସେଥିପାଇଁ ତା’ ଦାନର ପ୍ରତିଦାନରେ ସମ୍ମାନ ଟିକେ ମିଳିବା ତ ଦୂର ବରଂ ତାକୁ ପାଦର ପାଣ୍ଡୋଇ ଭାବେ ସମାଜ ଦେଖିବାକୁ ଲାଗିଲା। ସ୍ତ୍ରୀ ହେଉଛି ସ୍ବାମୀର ସମ୍ପତ୍ତି ଓ ସେ ତାକୁ ମନଇଚ୍ଛା ବ୍ୟବହାର କରିପାରିବ, ଏଇ ଭାବନାଟି ସ୍ତ୍ରୀ ମନରେ ବିଦ୍ରୋହ ସୃଷ୍ଟି କଲା। ଫଳରେ ପରାଧୀନତାର ବନ୍ଧନରୁ ମୁକ୍ତ ହୋଇ ସ୍ବାଧୀନ ହେବାକୁ ସେ ଇଚ୍ଛା କଲା। ମାତ୍ର ଯେଉଁଠି ସ୍ବାଧୀନତାଟିକୁ ସ୍ବେଚ୍ଛାଚାରିତା ବୋଲି ଗ୍ରହଣ କରାଯାଇଛି ସେଠାରେ ଅସୁବିଧା ଉପୁଜିଲା । ଏବେ ଝିଅମାନେ କୌଣସି ଗୁଣରେ ପୁଅଠାରୁ କମ୍‌ ନୁହନ୍ତି । ଘରଠାରୁ ବାହାର ଯାକେ ପ୍ରତି କ୍ଷେତ୍ରରେ ତାହା ପ୍ରମାଣିତ ହୋଇଛି । ହେଲେ କେତେକ ସ୍ଥାନରେ ଆଧୁନିକତାର ଆବରଣ ତଳେ ଉଚ୍ଛୃଙ୍ଖଳତା ପାଉଛି ସ୍ଥାନ। ବେଶ ପୋଷାକ ତଥା ଆଚରଣ ଓ ଉଚ୍ଚାରଣ ଉଦ୍ଭଟ ହେଉଛି। ଆଗେ ସଧବାର ସମ୍ପତ୍ତି କୁହାଯାଉଥିବା ଶଙ୍ଖା ସିନ୍ଦୂରକୁ ଅନେକେ ଆଡ଼େଇ ଦେଲେଣି। ତାଙ୍କ ଯୁକ୍ତି ହେଉଛି ପୁଅଟିଏ ଯଦି ବିବାହର କୌଣସି ଚିହ୍ନ ଆବଶ୍ୟକ କରୁନାହିଁ, ତେବେ ଝିଅଟିଏ ପାଇଁ ତା’ର ଆବଶ୍ୟକତା କେଉଁଠି? ଆଉ ଦୁଇ ପାଦ ଆଗକୁ ଯାଇ ମୁମ୍ବାଇର ତନୁଜା ପାଟିଲ, ବର ଶାର୍ଦୁଲ କଦମଙ୍କୁ ମଙ୍ଗଳ ସୂତ୍ର ପିନ୍ଧାଇଛନ୍ତି ବିବାହ ବେଦିରେ। କେତେକ ସ୍ଥାନରେ ବର ଆଉ କନ୍ୟା ଘରକୁ ନ ଯାଇ କନ୍ୟା ଘୋଡ଼ା ଚଢ଼ି ବର ଘରକୁ ବିବାହ କରିବାକୁ ଆସିବା ଦେଖିବାକୁ ମିଳିଛି। ମାତ୍ର ଆମେ ଭୁଲିଗଲେ ଚଳିବନି ଯେ, ଆଜି ଯଦି ଭାରତର ମହାନ୍‌ ପ୍ରଥା ଓ ପରମ୍ପରା ବଞ୍ଚି ରହିଛି, ତା’ କେବଳ ଏହି ମାତୃ ଜାତି ଯୋଗୁ। ପରିବେଶରେ ପରିବର୍ତ୍ତନ ଆସିଛି ବୋଲି, କୋଇଲି ନିଜ କଣ୍ଠର ମଧୁରତାକୁ କର୍କଶ କରିନାହିଁ। ଠିକ୍‌ ସେମିତି ନାରୀ ନିଜ ଆଭିମୁଖ୍ୟରେ କଠୋର ହେଉ, ମାତ୍ର ନିଜ ଗରିମାମୟ ନାରୀତ୍ୱକୁ ବଜାୟ ରଖି। ଭାରତୀୟ ନାରୀ, ନିଜ ସମ୍ଭ୍ରମବୋଧ ଯୋଗୁ ବିଶ୍ୱ ବନ୍ଦିତା। ଆଉ ପୁରୁଷ ନାରୀର ସମ୍ଭ୍ରମବୋଧକୁ ତା’ର ଦୁର୍ବଳତା ବୋଲି ନ ଭାବି ତାକୁ ସମ୍ମାନ ଦେବା ନିତାନ୍ତ ଜରୁରୀ। ସମାଜରେ ସନ୍ତୁଳନ ବଜାୟ ରଖିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ।
ମୋ:୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri