ଅନୁମୋଦନ ଅପେକ୍ଷାରେ ରାଜ୍ୟ ଇ-ଭେହିକଲ୍‌ ନୀତି

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପେଟ୍ରୋଲ, ଡିଜେଲ, କୋଇଲା ଭଳି ଇନ୍ଧନ ବ୍ୟବହାରକୁ ହ୍ରାସ କରିବା ଉପରେ ବିଶ୍ୱସ୍ତରରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ଅନେକ ଦେଶ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଭାରତ ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁୁ ପ୍ରୋତ୍ସାହନ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ନ୍ୟାଶନାଲ ଇଲେକ୍ଟ୍ରିକ୍‌ ମୋବିଲିଟି ପ୍ଲାନ୍‌ କାର୍ଯ୍ୟକାରୀ କରିଛନ୍ତି। ଏଥିରେ ୨୦୩୦ ସୁଦ୍ଧା ବାୟୁ ପ୍ରଦୂଷଣ ହାର ୩୫ ପ୍ରତିଶତ ତଳକୁ ଖସାଇବାକୁ ଯୋଜନା ରଖାଯାଇଛି। କର୍ନାଟକ, ଦିଲ୍ଲୀ, ତାମିଲନାଡୁ, ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ସରକାର ଇଲେକ୍ଟ୍ରୋନିକ ଯାନବାହନ ନୀତି କାର୍ଯ୍ୟ କରିଥିବା ବେଳେ ଓଡ଼ିଶା ସରକାର ସହରାଞ୍ଚଳର ପ୍ରଦୂଷଣ ହ୍ରାସ କରିବାକୁ ଇଲେକ୍ଟ୍ରିକ୍‌ ଯାନବାହନ ନୀତି(ଇ-ଭେହିକଲ୍‌ ପଲିସି)-୨୦୨୧ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଇ-ଭେହିକଲ୍‌ ଚିଠା ନୀତି- ୨୦୨୧ ପ୍ରସ୍ତୁତ କରାଯାଇଛି।
ରାଜ୍ୟରେ ୮୨% ଦୁଇଚକିଆ ଯାନ ଥିବାବେଳେ ହାଲୁକା ଯାନ ୭%, ୩ ଚକିଆ ୩.୦୬%, ମାଲ ପରିବହନ ଯାନ ୨.୮୫%, ଟ୍ରାକ୍ଟର ୨.୨୮%, ଟ୍ରେଲର ୧.୭୮%, ବସ୍‌ ୦.୧୯%ଏବଂ ଅନ୍ୟାନ୍ୟ ଯାନ ୦.୯୪% ଚଳାଚଳ କରୁଛି। ବ୍ୟାଟେରିଚାଳିତ ଇଲେକ୍ଟ୍ରିକ ଯାନବାହନକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ଉକ୍ତ ପଲିସି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ୨୦୨୫ ସୁଦ୍ଧା ରାଜ୍ୟରେ ସମୁଦାୟ ଯାନବାହନ ମଧ୍ୟରୁ ୨୦ ପ୍ରତିଶତ ଇଲେକ୍ଟ୍ରିକ୍‌ ଯାନବାହନ ପଞ୍ଜୀକୃତ କରିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଏହି ନୂତନ ନୀତିରେ ଇଲେକ୍ଟ୍ରିକ୍‌ ଯାନବାହନ ନିର୍ମାତା ଏବଂ ବ୍ୟାଟେରି ପ୍ରସ୍ତୁତକର୍ତ୍ତା କମ୍ପାନୀକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏ କ୍ଷେତ୍ରରେ ଗବେଷଣା, ଡ୍ରାଇଭିଂ, ବିକ୍ରି, ଆର୍ଥିକ ସହାୟତା, ସର୍ଭିିସିଂ, ମାନୁଫାକ୍ଚରିଂ ଏବଂ ଚାର୍ଜିଂ ଇତ୍ୟାଦିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ଚୂଡ଼ାନ୍ତ ପଲିସି ପ୍ରକାଶ ପାଇବାଠାରୁ ୪ ବର୍ଷ ଯାଏ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ଫେମ୍‌ ଇଣ୍ଡିଆ ଫେଜ୍‌-୨ ଯୋଜନା ଅନୁଯାୟୀ ଆର୍ଥିକ ରିହାତି ପ୍ରଦାନ କରାଯିବ। ଏଥିରେ ରୋଡ୍‌ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଟିକସ ଛାଡ଼ ବ୍ୟବସ୍ଥା ରହିବ। ଇ-ଭେହିକଲ୍‌ ନୀତି-୨୦୨୧ କାର୍ଯ୍ୟକାରୀ କରିବାକୁ ରାଜ୍ୟସ୍ତରରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବାବେଳେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମେମ୍ବର କନ୍‌ଭେନର, ଶିଳ୍ପ, ଅର୍ଥ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଦକ୍ଷତା ବିକାଶ, ଶକ୍ତି ବିଭାଗ ସଚିବ ସଦସ୍ୟ ରହିବେ। ଏହି ଟାସ୍କଫୋର୍ସ ପଲିସିକୁ ତଦାରଖ କରିବା ସହିତ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ସମୀକ୍ଷା କରିବେ। ଟାସ୍କଫୋର୍ସ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ଇ-ଭେହିକଲ୍‌ଗୁଡ଼ିକର କ୍ରୟ ଉପରେ ରାଜ୍ୟ ସରକାର ୧୫% ରିହାତି ଦେବେ। ବିଶେଷକରି ଦୁଇଚକିଆ ଯାନ ପାଇଁ ୧୫ ହଜାର, ତିନିଚକିଆ ପାଇଁ ୧୨ ହଜାର ଏବଂ ଚାରିଚକିଆ ଯାନ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳିବ ବୋଲି ଚିଠା ନୀତିରେ ବ୍ୟବସ୍ଥା କରାଯାଇଛି। ଇ- ଯାନବାହନଗୁଡ଼ିକ ପାଇଁ କୌଣସି ପାର୍କିଂ ଫି’ ରିହାତି ଦେବାର ବ୍ୟବସ୍ଥା ରହିବ। ସରକାରୀ କର୍ମଚାରୀ ଇ- ଭେହିକଲ୍‌ କିଣିଲେ ରାଜ୍ୟ ସରକାର ସୁଧବିହୀନ ଋଣ ଯୋଗାଇ ଦେବେ। ସେହିପରି ବସ୍‌ଗୁଡ଼ିକୁ ୧୦ ପ୍ରତିଶତ ସବ୍‌ସିଡି ସହିତ ୪ ବର୍ଷ ପର୍ଯ୍ୟନ୍ତ ରୋଡ୍‌ଟ୍ୟାକ୍ସ ଓ ପଞ୍ଜୀକରଣ ଫି’ ଛାଡ଼ କରାଯିବ। ଇ-ଯାନବାହନ ଉତ୍ପାଦନ କରୁଥିବା ସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର ଦ୍ରବ୍ୟ ଓ ସେବା ଟିକସ ଛାଡ଼ କରିବେ। ସେହିପରି ଚିଠା ପ୍ରସ୍ତାବରେ ଇ-ଭେହିକଲ୍‌କୁ ପ୍ରୋତ୍ସାହନ ଦେବାକୁ ଅନେକ ବ୍ୟବସ୍ଥା କରାଯାଇଛି।
ଇଲେକ୍ଟ୍ରିକ୍‌ ଭେହିକଲ୍‌ ଚିଠା ନୀତି ଉପରେ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଛି। ପରିବହନ ବିଭାଗ ପକ୍ଷରୁ କ୍ୟାବିନେଟ ଅନୁମୋଦନ ପାଇଁ ମେମୋରାଣ୍ଡମ୍‌ ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏହାକୁ କ୍ୟାବିନେଟରେ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆଯିବ। ଅନୁମୋଦନ ପାଇବା ପରେ ଇ-ଭେହିକଲ୍‌ ଚୂଡ଼ାନ୍ତ ନୀତି କାର୍ଯ୍ୟକାରୀ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri