ଅନୁମୋଦନ ଅପେକ୍ଷାରେ ରାଜ୍ୟ ଇ-ଭେହିକଲ୍‌ ନୀତି

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପେଟ୍ରୋଲ, ଡିଜେଲ, କୋଇଲା ଭଳି ଇନ୍ଧନ ବ୍ୟବହାରକୁ ହ୍ରାସ କରିବା ଉପରେ ବିଶ୍ୱସ୍ତରରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ଅନେକ ଦେଶ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଭାରତ ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁୁ ପ୍ରୋତ୍ସାହନ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ନ୍ୟାଶନାଲ ଇଲେକ୍ଟ୍ରିକ୍‌ ମୋବିଲିଟି ପ୍ଲାନ୍‌ କାର୍ଯ୍ୟକାରୀ କରିଛନ୍ତି। ଏଥିରେ ୨୦୩୦ ସୁଦ୍ଧା ବାୟୁ ପ୍ରଦୂଷଣ ହାର ୩୫ ପ୍ରତିଶତ ତଳକୁ ଖସାଇବାକୁ ଯୋଜନା ରଖାଯାଇଛି। କର୍ନାଟକ, ଦିଲ୍ଲୀ, ତାମିଲନାଡୁ, ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ସରକାର ଇଲେକ୍ଟ୍ରୋନିକ ଯାନବାହନ ନୀତି କାର୍ଯ୍ୟ କରିଥିବା ବେଳେ ଓଡ଼ିଶା ସରକାର ସହରାଞ୍ଚଳର ପ୍ରଦୂଷଣ ହ୍ରାସ କରିବାକୁ ଇଲେକ୍ଟ୍ରିକ୍‌ ଯାନବାହନ ନୀତି(ଇ-ଭେହିକଲ୍‌ ପଲିସି)-୨୦୨୧ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଇ-ଭେହିକଲ୍‌ ଚିଠା ନୀତି- ୨୦୨୧ ପ୍ରସ୍ତୁତ କରାଯାଇଛି।
ରାଜ୍ୟରେ ୮୨% ଦୁଇଚକିଆ ଯାନ ଥିବାବେଳେ ହାଲୁକା ଯାନ ୭%, ୩ ଚକିଆ ୩.୦୬%, ମାଲ ପରିବହନ ଯାନ ୨.୮୫%, ଟ୍ରାକ୍ଟର ୨.୨୮%, ଟ୍ରେଲର ୧.୭୮%, ବସ୍‌ ୦.୧୯%ଏବଂ ଅନ୍ୟାନ୍ୟ ଯାନ ୦.୯୪% ଚଳାଚଳ କରୁଛି। ବ୍ୟାଟେରିଚାଳିତ ଇଲେକ୍ଟ୍ରିକ ଯାନବାହନକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ଉକ୍ତ ପଲିସି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ୨୦୨୫ ସୁଦ୍ଧା ରାଜ୍ୟରେ ସମୁଦାୟ ଯାନବାହନ ମଧ୍ୟରୁ ୨୦ ପ୍ରତିଶତ ଇଲେକ୍ଟ୍ରିକ୍‌ ଯାନବାହନ ପଞ୍ଜୀକୃତ କରିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଏହି ନୂତନ ନୀତିରେ ଇଲେକ୍ଟ୍ରିକ୍‌ ଯାନବାହନ ନିର୍ମାତା ଏବଂ ବ୍ୟାଟେରି ପ୍ରସ୍ତୁତକର୍ତ୍ତା କମ୍ପାନୀକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏ କ୍ଷେତ୍ରରେ ଗବେଷଣା, ଡ୍ରାଇଭିଂ, ବିକ୍ରି, ଆର୍ଥିକ ସହାୟତା, ସର୍ଭିିସିଂ, ମାନୁଫାକ୍ଚରିଂ ଏବଂ ଚାର୍ଜିଂ ଇତ୍ୟାଦିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ଚୂଡ଼ାନ୍ତ ପଲିସି ପ୍ରକାଶ ପାଇବାଠାରୁ ୪ ବର୍ଷ ଯାଏ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ଫେମ୍‌ ଇଣ୍ଡିଆ ଫେଜ୍‌-୨ ଯୋଜନା ଅନୁଯାୟୀ ଆର୍ଥିକ ରିହାତି ପ୍ରଦାନ କରାଯିବ। ଏଥିରେ ରୋଡ୍‌ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଟିକସ ଛାଡ଼ ବ୍ୟବସ୍ଥା ରହିବ। ଇ-ଭେହିକଲ୍‌ ନୀତି-୨୦୨୧ କାର୍ଯ୍ୟକାରୀ କରିବାକୁ ରାଜ୍ୟସ୍ତରରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବାବେଳେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମେମ୍ବର କନ୍‌ଭେନର, ଶିଳ୍ପ, ଅର୍ଥ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଦକ୍ଷତା ବିକାଶ, ଶକ୍ତି ବିଭାଗ ସଚିବ ସଦସ୍ୟ ରହିବେ। ଏହି ଟାସ୍କଫୋର୍ସ ପଲିସିକୁ ତଦାରଖ କରିବା ସହିତ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ସମୀକ୍ଷା କରିବେ। ଟାସ୍କଫୋର୍ସ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ଇ-ଭେହିକଲ୍‌ଗୁଡ଼ିକର କ୍ରୟ ଉପରେ ରାଜ୍ୟ ସରକାର ୧୫% ରିହାତି ଦେବେ। ବିଶେଷକରି ଦୁଇଚକିଆ ଯାନ ପାଇଁ ୧୫ ହଜାର, ତିନିଚକିଆ ପାଇଁ ୧୨ ହଜାର ଏବଂ ଚାରିଚକିଆ ଯାନ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳିବ ବୋଲି ଚିଠା ନୀତିରେ ବ୍ୟବସ୍ଥା କରାଯାଇଛି। ଇ- ଯାନବାହନଗୁଡ଼ିକ ପାଇଁ କୌଣସି ପାର୍କିଂ ଫି’ ରିହାତି ଦେବାର ବ୍ୟବସ୍ଥା ରହିବ। ସରକାରୀ କର୍ମଚାରୀ ଇ- ଭେହିକଲ୍‌ କିଣିଲେ ରାଜ୍ୟ ସରକାର ସୁଧବିହୀନ ଋଣ ଯୋଗାଇ ଦେବେ। ସେହିପରି ବସ୍‌ଗୁଡ଼ିକୁ ୧୦ ପ୍ରତିଶତ ସବ୍‌ସିଡି ସହିତ ୪ ବର୍ଷ ପର୍ଯ୍ୟନ୍ତ ରୋଡ୍‌ଟ୍ୟାକ୍ସ ଓ ପଞ୍ଜୀକରଣ ଫି’ ଛାଡ଼ କରାଯିବ। ଇ-ଯାନବାହନ ଉତ୍ପାଦନ କରୁଥିବା ସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର ଦ୍ରବ୍ୟ ଓ ସେବା ଟିକସ ଛାଡ଼ କରିବେ। ସେହିପରି ଚିଠା ପ୍ରସ୍ତାବରେ ଇ-ଭେହିକଲ୍‌କୁ ପ୍ରୋତ୍ସାହନ ଦେବାକୁ ଅନେକ ବ୍ୟବସ୍ଥା କରାଯାଇଛି।
ଇଲେକ୍ଟ୍ରିକ୍‌ ଭେହିକଲ୍‌ ଚିଠା ନୀତି ଉପରେ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଛି। ପରିବହନ ବିଭାଗ ପକ୍ଷରୁ କ୍ୟାବିନେଟ ଅନୁମୋଦନ ପାଇଁ ମେମୋରାଣ୍ଡମ୍‌ ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏହାକୁ କ୍ୟାବିନେଟରେ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆଯିବ। ଅନୁମୋଦନ ପାଇବା ପରେ ଇ-ଭେହିକଲ୍‌ ଚୂଡ଼ାନ୍ତ ନୀତି କାର୍ଯ୍ୟକାରୀ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri