ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!

ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରାଯାଇଛି। ପ୍ରାୟ ତିନି ବର୍ଷ ପୂର୍ବେ ଚାଇନା ଦାବି କରିଥିଲା ଯେ, ଏଭରେଷ୍ଟର ଉଚ୍ଚତା ଯେତିକି କୁହାଯାଉଛି ତାହା ସେତିକି ନୁହେଁ। ଏହାର ଉଚ୍ଚତା କମ୍‌ ଅଟେ।

ନିକଟରେ ପ୍ରକାଶ ପାଇଥିବା ସାଇନ୍ସ ଫୋକସର ଏକ ରିପୋର୍ଟ ଅନୁସାରେ, ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ଶୃଙ୍ଗ ନୁହେଁ। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ବିଶ୍ୱର ସବୁଠାରୁ ଉଚ୍ଚତମ ଶୃଙ୍ଗ ଆମେରିକାରେ ରହିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଆମେରିକାର ହାୱାଇରେ ଥିବା ଆଗ୍ନେୟଗିରି ମାଉନା ଲୋଆ ଆଗ୍ନେୟଗିରି ଦୁନିଆର ସର୍ବୋଚ୍ଚ ଶୃଙ୍ଗ ଅଟେ। ଏହି ଦାବି ସପକ୍ଷରେ ସେ କିଛି ତଥ୍ୟ ମଧ୍ୟ ଉପସ୍ଥାପନ କରିଛନ୍ତି। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ନେପାଳର ଏଭରେଷ୍ଟ ଶିଖର ସମୁଦ୍ର ପତ୍ତନଠାରୁ ୮୮୪୯ ମିଟର ଉପରେ ରହିଛି। ଏହାର ଶିଖର ପୃଥିବୀ ଠାରୁ ସର୍ବୋଚ୍ଚ ଉଚ୍ଚତାରେ ରହିଅଛି। ବର୍ତ୍ତମାନ ବୈଜ୍ଞାନିକମାନେ ଯୁକ୍ତି ବାଢିଛନ୍ତି ଯେ, ବହୁ ପର୍ବତର ଏକ ବଡ଼ ଅଂଶ ସମୁଦ୍ର ପତ୍ତନ ଠାରୁ ଆହୁରି ଗଭୀରକୁ ରହିଥାଏ। କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯଦି ସମୁଦ୍ର ପତ୍ତନ ଠାରୁ ଆହୁରି ଗଭୀରରୁ ଶିଖର ପର୍ଯ୍ୟନ୍ତ ଏକ ପର୍ବତର ଉଚ୍ଚତା ମାପ କରାଯାଏ, ତେବେ ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ନିଶ୍ଚିତ ଭାବରେ ମାଉନା ଲୋଆ ହେ। ଏହି ଆଧାରରେ, ମୋଉନା ଲୋଆର ମୋଟ ଉଚ୍ଚତା ୧୦,୨୦୫ମିଟର ଅଟେ। ଏବଂ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୮୪୯ମିଟର ଅଟେ। ସେଥିପାଇଁ ମାଉନା ଦୁନିଆର ସର୍ବୋଚ୍ଚ ଶୃଙ୍ଗ ଅଟେ। ମଉନାର ଅଧାରୁ ଅଧିକ ଅଂଶ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ। ଏହା ପ୍ରାୟ ୬ହଜାର ମିଟର ଗଭୀରରେ ଅଛି। ଏହାର ୪୨୦୫ମିଟର ଅଂଶ ସମୁଦ୍ର ପତ୍ତନଠାରୁ ଉର୍ଦ୍ଧ୍ୱରେ ରହିଛି।

ବୈଜ୍ଞାନିକଙ୍କ ଅନୁସାରେ ୪୫୦୦ବର୍ଷ ଧରି ମଉନା ଆଗ୍ନେୟଗିରି ସୁପ୍ତ ରହିଛି। ତେବେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ଏହି ଆଗ୍ନେୟଗିରି ଯେକୌଣସି ସମୟରେ ସକ୍ରିୟ ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?