Posted inଜାତୀୟ

ଅପ୍ରାସଙ୍ଗିକ ଆଇନ-ଭୁଲ ପରମ୍ପରାକୁ ହଟାଇବା ଜରୁରୀ…

ନୂଆଦିଲ୍ଲୀ,୧୫।୧୦ : ଆଇନମନ୍ତ୍ରୀ ଏବଂ ଆଇନ ସଚିବଙ୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସମ୍ବୋଧିତ କରିଛନ୍ତି। ପ୍ରଧାନନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ସମାଜ ପାଇଁ ଏକ ଦୃଢ଼ ନ୍ୟାୟିକ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ। ସେ ଆଇନ ମନ୍ତ୍ରୀ ତଥା ସଚିବମାନଙ୍କୁ କହିଛନ୍ତି ଯେ ଆଇନ ପ୍ରଣୟନ କରିବାବେଳେ ମନେରଖନ୍ତୁ ଯେ ଏହାକୁ ଗରୀବ ଲୋକ ସହଜରେ ଯେପରି ବୁଝିପାରିବେ।

ଆଜି ଦେଶ ସ୍ବାଧୀନତାର ଅମୃତମହୋତ୍ସବ ପାଳନ କରୁଛି। ସର୍ଦ୍ଦାର ପଟେଲଙ୍କ ପ୍ରେରଣା ଦେଶକୁ ସଠିକ ଦିଗକୁ ନେବାରେ ଲାଗିଛି। ଏହା ଆମକୁ ଧାର୍ଯ୍ୟ ସ୍ଥଳକୁ ନେଇଯିବ। ସେ କହିଛନ୍ତି ଯେ ଭାରତର ସମାଜର ବିକାଶ ଯାତ୍ରା ପୌରାଣିକ ଅଟେ। ଅନେକ ଆହ୍ବାନ ପରେ ଭାରତୀୟ ସମାଜ ବିକଶିତ ହୋଇଛି। ଆମ ସମାଜର ଏକ ଆବଶ୍ୟକତା ଅଛି ଯେ ପ୍ରଗତି ପଥରେ ଗତି କରୁଥିବାବେଳେ ଆଭ୍ୟନ୍ତରୀଣ ସଂସ୍କାର ଜାରି ରଖିବା ଉଚିତ। ଏହିପରି କୁରୀତିନୀତି, ଅପ୍ରାସଙ୍ଗିକ ନିୟମ ଏବଂ ଭୁଲ ପରମ୍ପରାକୁ ହଟାଇବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ଲୋକ ଅଦାଲତର ଗୁରୁତ୍ୱ ବିଷୟରେ କହିଥିଲେ। ସେ କହିଛନ୍ତି, ଲୋକ ଅଦାଲତ ମାଧ୍ୟମରେ ଦେଶରେ ଲକ୍ଷ ଲକ୍ଷ ମାମଲା ସମାଧାନ ହୋଇଛି। ଏହାଦ୍ୱାରା କୋର୍ଟର ଭାର ହ୍ରାସ ପାଇଛି। ଏହିପରି ଭାବରେ ଗାଁର ଗରିବ ଲୋକଙ୍କୁ ନ୍ୟାୟ ମିଳିବା ଅତି ସହଜ ହୋଇଛି। ସରକାର ଦେଶର ଲୋକଙ୍କ ଉପରେ ଚାପ ପକାଇବା ଉଚିତ ନୁହେଁ। ପ୍ରାୟ ଦେଢ଼ ହଜାର ପୁରୁଣା ଏବଂ ଅପ୍ରାସଙ୍ଗିକ ନିୟମକୁ ରଦ୍ଦ କରିଦିଆଯାଇଛି। ଏହି ନିୟମଗୁଡ଼ିକ ମଧ୍ୟରୁ ଅନେକ ପରଧିନତା ସମୟରୁ ପ୍ରଚଳିତ ହେଉଥିଲା। ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପାଇବା ପାଇଁ ଲୋକ ଅଦାଲତ ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନେକ ରାଜ୍ୟରେ ଉତ୍ତମ କାର୍ଯ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri