ପାଲାମଣ୍ଡପ ଉନ୍ନତୀକରଣ କାମରେ ଅନିୟମିତତା

କାଏମା,୨୬।୬(ଶିବପ୍ରସାଦ ମହାନ୍ତି):: ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ପାଲା ମଣ୍ଡପ ଉନ୍ନତୀକରଣ କାର୍ଯ୍ୟରେ ଅନିୟମିତତା ହୋଇଛି। ଏହି କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ କାମ ବନ୍ଦ କରିଛନ୍ତି। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, କାଏମା ବ୍ରିଜ୍‌ ନିକଟରେ ଏକ ପାଲା ମଣ୍ଡପ ରହିଛି। ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବାକୁ ଏଠାରେ ବର୍ଷକୁ ଥରେ ତିନିଦିନ ଧରି ପାଲା ପରିବେଷଣ କରାଯାଏ। ପାଲା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମେ। କିନ୍ତୁ ଏହି ସ୍ଥାନଟି କେଲୁଅ ନଦୀ ବନ୍ଧ ଭିତର ପାର୍ଶ୍ୱରେ ଥିବାରୁ ବର୍ଷାଦିନେ ନଦୀରେ ପାଣି ଆସିଲେ ମଣ୍ଡପଟି ବୁଡ଼ିଯିବା ସହ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ଏହାର ସୁରକ୍ଷା ନିମନ୍ତେ ମଣ୍ତପର ଉନ୍ନତୀକରଣ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ୧୯ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ବରୀ ଅଞ୍ଚଳର ଜଣେ ଠିକାଦାର ଏହି କାମ ହାତକୁ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦ଭାଗ ଶେଷ ହୋଇଥିବାବେଳେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଏଠାରେ ନିର୍ମିତ ହୋଇଥିବା ପାଚେରି ମାସେ ନ ପୂରୁଣୁ ତାହା ଏକ ପାର୍ଶ୍ୱକୁ ଢଳେଇ ପଡ଼ିଛି।
ଉକ୍ତ ପାଚେରିରେ ଲୁହା ରଡ୍‌ ବ୍ୟବହାର ହୋଇ ନ ଥିବା ଦେଖିବାକୁ ମିଳିଛି। ସେହିପରି ପାଚେରିଟି ସ୍ଥାନେ ସ୍ଥାନେ ମୋଟା ଓ ପତଳା କରାଯାଇ ନିର୍ମାଣ କରାଯାଇଛି, ଯାହାକି କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ଏହି କାମର ତଦାରଖ ପାଇଁ ମଧ୍ୟ କୌଣସି ସରକାରୀ ଯନ୍ତ୍ରୀଙ୍କ ଦେଖା ମିଳୁ ନ ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସୁବାସ ସାହୁଙ୍କୁ ପଚାରିବାରେ ସେ ସୂଚନା ଫଳକ ଲାଗି ନ ଥିବା କଥାକୁ ସ୍ବୀକାର କରିବା ସହ ଛୋଟ କାମ ହୋଇଥିବାରୁ ଫଳକ ଲାଗି ନାହିଁ ବୋଲି କହିଛନ୍ତି। କାମ ମଧ୍ୟ ଠିକ୍‌ରେ ହୋଇନାହିଁ। ଏଥିସହିତ ଅର୍ଥ ଅଭାବରୁ ଏହାର ଉଚ୍ଚତା ବନ୍ଧ ଉଚ୍ଚ ତାଠାରୁ ୨ଫୁଟ ତଳେ ରହିବ ବୋଲି ସେ କହିଛନ୍ତି। ଏପରି କି ଯନ୍ତ୍ରୀ ନିଜେ ସେଠାକୁ ଆସନ୍ତି ନାହିଁ, ଅନ୍ୟ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri