କାଟିଆ-ବୈଷପାନ ରାସ୍ତା କାମରେ ଅନିୟମିତତା

ଯାଜପୁର,୧୨ା୪(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ସମୟରେ ପୂର୍ତ୍ତ ବିଭାଗର ମନମୁଖୀ ଓ ନିମ୍ନମାନର ରାସ୍ତା ନିର୍ମାଣ ସଂପୃକ୍ତ ଅଞ୍ଚଳବାସୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ଏନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି ଯାଜପୁର ଜିଲା ପାଣିକୋଇଲି ଆର୍‌ ଏଣ୍ଡ ବି (ପୂର୍ତ୍ତ) ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା କାର୍ଯ୍ୟର ତଦନ୍ତ ନ କରି ଓଲଟା ଠିକାଦାରଙ୍କ ସହ ସଲାସୁତୁରା କରି ମାମଲାକୁ ରଫାଦଫା କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ୮ କୋଟି ଟଙ୍କାର ରାମ୍‌ବାଗଠାରୁ ଛତ୍ରପଡ଼ା ରାସ୍ତା କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଠିକାଦାର ବିଲ୍‌ ସ୍ଥଗିତ ରଖାଯାଇଛି। ଏବେ ପୁଣି ୩.୭୫ କୋଟି ଟଙ୍କାର ଦଶରଥପୁର ବ୍ଲକ ଅଧୀନ କାଟିଆଠାରୁ ବୈଷପାନ ଭାୟା ଅହିୟାସ ୩.୨ କି.ମି.ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ରାସ୍ତାର ପୂରୁଣା ପିଚୁକୁ ଖୋଳି ବାହାର ନ କରି ତା’ ଉପରେ ପିଚୁ କାର୍ଯ୍ୟ ହେଉଛି। ବିନା ସୂଚନାଫଳକ ଓ ସରକାରୀ ଅଧିକାରୀଙ୍କ ଅନୁପସ୍ଥିତରେ ଉକ୍ତ ରାସ୍ତାର ପିଚୁ କାର୍ଯ୍ୟ ଚାଲୁଥିବାବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବାର ଅଭିଯୋଗ ହେଉଛି । ପୂର୍ବରୁ ଏହି ରାସ୍ତା ୫.୫ ମିଟର ଚଉଡ଼ା ରହିଥିବା ବେଳେ ବର୍ତ୍ତମାନ ତାହା ୭ ମିଟର ରାସ୍ତାରେ ପରିଣତ କରାଯାଉଛି । ମାତ୍ର ଏହି ସମ୍ପ୍ରସାରଣ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଦେଖାଯାଇଛି॥ ଏହି ରାସ୍ତା କାର୍ଯ୍ୟରେ ୭୫ ଏମ୍‌ଏମ୍‌ ମୋଟେଇର ପିଚୁ ବିଛା ଯିବାର ଏଷ୍ଟିମେଟ ରହିଥିବା ଜଣାପଡିଛି। କିନ୍ତୁ ଏଠାରେ ତା’ର ବ୍ୟତିକ୍ରମ କରଯାଇ କେଉଁଠି ୪୦ ତ’ ଅନ୍ୟ କେଉଁଠି ୫୦ ଏମ୍‌ଏମ୍‌ ପିଚୁ ବିଛାଯାଉଥିବା ଦେଖିବାକୁ ମିଳିଛି। ବାକି ଅର୍ଥକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଚଲୁ କରିବାର ମସୁଧା ଚଳାଇଥିବାର ଚର୍ଚ୍ଚା ହେଉଛି।
ଏହା ବ୍ୟତୀତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଧୂଳି ଓ ମାଟିକୁ ଠିକ ଭାବେ ସଫା କରା ନ ଯାଇ ତାହା ଉପରେ ପିଚୁ ପକାଯାଇଥିବା ଦେଖାଯାଇଛି । ଧୂଳି ସଫା କରିବାକୁ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ କାର୍ଯ୍ୟାସ୍ଥଳୀରେ ଦେଖିବାକୁ ମିଳୁ ନାହିଁ। ଫଳରେ ରାସ୍ତାର ସ୍ଥାୟୀତ୍ୱ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାର୍ଯ୍ୟାସ୍ଥଳରେ ସୂଚନା ଫଳକ ନ ଥିବାରୁ ଜନସାଧାରଣ କାର୍ଯ୍ୟ ସମ୍ପର୍କରେ ଅଜ୍ଞ ରହୁଛନ୍ତି । ପ୍ରକାଶ ଥାଉକି ବିଭାଗ ପକ୍ଷରୁ ଦଶରଥପୁର ସେକ୍ସନ ଅଧୀନରେ ବୈତରଣୀ ନଦୀ ବନ୍ଧ ସୁଦୃଢ଼ୀକରଣ ପାଇଁ ୮୨ କୋଟି, ରାମବାଗ – ଛତ୍ରପଡା ରାସ୍ତା ସୁଦୃଢ଼ୀକରଣ ପାଇଁ ୮ କୋଟି, ମଲ୍ଲିକାପୁର ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ର୍ନିମାଣ ପାଇଁ ୪ କୋଟି ଟଙ୍କାର ପ୍ରକଳ୍ପକୁ ମିଶାଇ ପ୍ରାୟ ୧୦୦ କୋଟି ଟଙ୍କାର ରାସ୍ତା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଏଥିରୁ ପ୍ରକଳ୍ପଗୁଡିକରେ ବ୍ୟାପକ ପିସି ରାଜ୍‌ ଚାଲିଥିବା ସନ୍ଦେହ କରାଯାଇଛି।
କାଟିଆ-ବୈଷପାନ ରାସ୍ତା ସମ୍ପର୍କରେ ବିଭଗୀୟ ଯନ୍ତ୍ରୀ ରମେଶ ମହାପାତ୍ରଙ୍କୁ ପଚାରିବାରୁ ସେ ଆଜି ଛୁଟିରେ ଅଛନ୍ତି। ଆଗାମୀ ଦିନରେ ତଦନ୍ତ କରାଯାଇ ଠିକାଦାରଙ୍କୁ ଏ ସମ୍ପର୍କରେ ତାଗିଦ କରାଯିବ ବୋଲି କହିଛନ୍ତି। ତେଣୁ ଏଭଳି ଅଭିଯୋଗ ସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଯାଜପୁର ଜିଲାପାଳଙ୍କ ନିକଟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri