Posted inଭଦ୍ରକ

ପୋଲ ନିର୍ମାଣରେ ଅନିୟମିତତା

ବନ୍ତ,୧୫।୫(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତାର ଦୋଳପଦୀଠାରେ ପୋଲ ଓ କଲଭର୍ଟ ନିର୍ମାଣରେ ଅନିୟମିତତା କରାଯାଇଛି। ଫଳରେ ବର୍ଷାଦିନେ ଘରପଦା ଓ ଦୋଳପଦୀ ଗ୍ରାମର ପ୍ରାୟ ୪୦ରୁ ୫୦ ଏକର ଚାଷଜମିରେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ଏନେଇ ୱାର୍ଡସଭ୍ୟା ସ୍ନେହଲତା ସାହୁ, ନାରାୟଣ ଚନ୍ଦ୍ର ସାହୁ, ଯୁଧିଷ୍ଠିର ସାହୁ, ରାଜୀବ ସାହୁ, ପ୍ରଫୁଲ୍ଲ କୁମାର ସ୍ବାଇଁ, ପ୍ରଦୀପ କୁମାର ସାହୁ, ବଟକୃଷ୍ଣ ସାହୁଙ୍କ ସମେତ ବହୁ ଚାଷୀ ଭୁବନେଶ୍ୱରସ୍ଥିତ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ, ଭଦ୍ରକର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜିଲାପାଳ, ଭଦ୍ରକସ୍ଥିତ ଭିଜିଲାନ୍ସ ଡିଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଯେ, ୫ କି.ମି. ଦୀର୍ଘ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପାଇଁ ୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ବିନା ସୂଚନା ଫଳକରେ ଏହି ନିର୍ମାଣ କାର୍ଯ୍ୟ ହେଉଥିବା ଦେଖାଯାଇଛି। ଦୋଳପଦୀଠାରେ ନାଳ ଉପରେ ଏକ ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲର ଗୋଟିଏ ପାର୍ଶ୍ୱରେ ସୁରକ୍ଷା କାନ୍ଥ ଥିବାବେଳେ ଅନ୍ୟପଟେ ନିର୍ମାଣ କରାଯାଇ ନାହିଁ। ପୂର୍ବରୁ ୩ ଲାଇନ ହୋମପାଇପ୍‌ ବସାଯାଇ ପୁରୁଣା ପୋଲ ତିଆାରି ହୋଇଥିଲା। ମାତ୍ର ଏବେ ଗୋଟିଏ ଲାଇନ ହୋମ୍‌ପାଇପ୍‌ ବସାଯାଇ ପୋଲ ତିଆରି କରାଯାଇଛି। ପୋଲ ନିର୍ମାଣ ବେଳେ ନୟନଯୋରୀକୁ ପୋତି ଡାଇଭର୍ସନ କରାଯାଇଥିବା ବେଳେ ଏବେ ପୋଲ ମୁହଁରେ ଗଦା ହୋଇଥିବା ମାଟିକୁ ସ୍ଥାନାନ୍ତର କରାଯାଇ ନାହିଁ। ଏହି ପୋଲ ଦେଇ ବର୍ଷା ଜଳ, କାଡ଼ାନାଳ ଓ କପାଳୀ ନଦୀର ଜଳ ନିଷ୍କାସନ ହୋଇଥାଏ। ବର୍ଷାଦିନେ ନାଳରେ ପାଣି ଆସିଲେ ପୋଲ ମୁହଁ ଓ କଲଭର୍ଟ ପୋତି ହୋଇଯିବା ସହ ନିଷ୍କାସନ ହୋଇ ନ ପାରି ଜମିରେ ଚାଷ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପୋଲ ମୁହଁରେ ଗଦା ହୋଇଥିବା ମାଟିକୁ ସ୍ଥାନାନ୍ତର, ପୂର୍ବପରି ଆଉ ୨ ଲାଇନ ହୋମ୍‌ପାଇପ୍‌ ବସାଇବା, ପୋଲର ଅନ୍ୟ ପାର୍ଶ୍ୱରେ ସୁରକ୍ଷା କାନ୍ଥ ନିର୍ମାଣ, ରାସ୍ତାପାର୍ଶ୍ୱରେ ନାଳ ତିଆରି କରିବା, ପୁରୁଣା ହୋମ୍‌ପାଇପ୍‌ଗୁଡ଼ିକୁ ଯଥା ସ୍ଥାନରେ ପକାଇବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଇଂ.ସୁଧାଂଶୁ ଶେଖର ମହାପାତ୍ରଙ୍କୁ ପଚାରିବାରୁ ଠିକାଦାରଙ୍କ ସହ ଆଲୋଚନା ହୋଇସାରିଛି ଏବଂ ଖୁବ୍‌ଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବୟଂ ସହାୟକ ଗୋଷ୍ଠୀର ଚଢ଼ାଉ ପରେ ଚୋରାମଦ ବେପାରୀ ଗିରଫ

ପଦ୍ମପୁର,୧୭।୨(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ଗ୍ରାମ ପଞ୍ଚାୟତ ସନନ୍ଦପୁର ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ସୋମବାର ଚୋରାମଦ ବିକ୍ରେତାଙ୍କ ଘରେ ଚଢ଼ାଉ...

କଣ୍ଟେନମେଣ୍ଟ ଜୋନ୍‌ରେ ମାସ୍କ ବଣ୍ଟନ ସହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଯାନ ବ୍ୟବସ୍ଥା

ଭଣ୍ଡାରିପୋଖରୀ, ୨୮।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ଦୁଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ରହଣିଆ ଓ ତେସିଙ୍ଗା ପଞ୍ଚାୟତକୁ ବିଧାୟକ ପ୍ରଫୁଲ...

୧୧ ଗ୍ରାମ ବ୍ରାଉନସୁଗାର ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୬ା୧୨: ଭଦ୍ରକ ସହରର ଜାତୀୟ ରାଜପଥ ଗେଲପୁର ନିକଟରେ ଗୁରୁବାର ରାତିରେ ଗ୍ରାମାଞ୍ଚଳ ପୋଲିସ ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ୨ ଜଣ...

ଦୁଇବର୍ଷ ପରେ ଶୁଭିଲା ‘ବୋଲବମ୍‌’

ଆରଡ଼ି, ୧୮।୭ (ଡି.ଏନ.ଏ.) – ଚଳିତବର୍ଷ ଶ୍ରାବଣ ମାସ ପ୍ରଥମ ସୋମବାର କାଉଡ଼ିଆମାନେ ଆରଡ଼ି ଆଖଣ୍ଡଳମଣି ପୀଠରେ ଜଳଲାଗି କରିବେ। କୋଭିଡ୍‌ କଟକଣା ହଟିବାରୁ ଦୁଇବର୍ଷ...

ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର: ଉତ୍ତରାଖଣ୍ଡ ହିମସ୍ଖଳନ

ଭଦ୍ରକ ଅଫିସ, ୧୦ା୨- ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅନ୍ତର୍ଗତ ଯଶିପୁର ପଞ୍ଚାୟତ କୁଦକାନ୍ଥି ଗ୍ରାମର ରବୀନ୍ଦ୍ର ଦାସଙ୍କ...

ଓଲଟିଲା ଟୁରିଷ୍ଟ ବସ୍‌

ଭଦ୍ରକ,୨୦ା୭(ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବରପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଟୁରିଷ୍ଟ ବସ୍‌ ଓଲଟି ୨...

ଆରଡ଼ି ପୀଠରେ ଜଳଲାଗି କଲେ ହଜାର ହଜାର ଶ୍ରଦ୍ଧାଳୁ

ଆରଡ଼ି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିିରେ ଶେଷ ସୋମବାରରେ କାଉଡିଆମାନେ ଜଳଲାଗି କରିଛନ୍ତି । ଏହି ଉପଲକ୍ଷେ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ...

ହତ୍ୟା କରି ପୋତିଦେଲେ: ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ତିହିଡ଼ି ପୋଲିସ

ତିହିଡ଼ି,୧୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଗ୍ରାମରୁ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହକୁ ଗୁରୁବାର ପୂର୍ବାହ୍ନରେ ତିହିଡି ପୋଲିସ ଉଦ୍ଧାର କରିଛି।...

Advertisement
Archives

Model This Week