Posted inଭଦ୍ରକ

ପୋଲ ନିର୍ମାଣରେ ଅନିୟମିତତା

ବନ୍ତ,୧୫।୫(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତାର ଦୋଳପଦୀଠାରେ ପୋଲ ଓ କଲଭର୍ଟ ନିର୍ମାଣରେ ଅନିୟମିତତା କରାଯାଇଛି। ଫଳରେ ବର୍ଷାଦିନେ ଘରପଦା ଓ ଦୋଳପଦୀ ଗ୍ରାମର ପ୍ରାୟ ୪୦ରୁ ୫୦ ଏକର ଚାଷଜମିରେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ଏନେଇ ୱାର୍ଡସଭ୍ୟା ସ୍ନେହଲତା ସାହୁ, ନାରାୟଣ ଚନ୍ଦ୍ର ସାହୁ, ଯୁଧିଷ୍ଠିର ସାହୁ, ରାଜୀବ ସାହୁ, ପ୍ରଫୁଲ୍ଲ କୁମାର ସ୍ବାଇଁ, ପ୍ରଦୀପ କୁମାର ସାହୁ, ବଟକୃଷ୍ଣ ସାହୁଙ୍କ ସମେତ ବହୁ ଚାଷୀ ଭୁବନେଶ୍ୱରସ୍ଥିତ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ, ଭଦ୍ରକର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜିଲାପାଳ, ଭଦ୍ରକସ୍ଥିତ ଭିଜିଲାନ୍ସ ଡିଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଯେ, ୫ କି.ମି. ଦୀର୍ଘ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପାଇଁ ୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ବିନା ସୂଚନା ଫଳକରେ ଏହି ନିର୍ମାଣ କାର୍ଯ୍ୟ ହେଉଥିବା ଦେଖାଯାଇଛି। ଦୋଳପଦୀଠାରେ ନାଳ ଉପରେ ଏକ ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲର ଗୋଟିଏ ପାର୍ଶ୍ୱରେ ସୁରକ୍ଷା କାନ୍ଥ ଥିବାବେଳେ ଅନ୍ୟପଟେ ନିର୍ମାଣ କରାଯାଇ ନାହିଁ। ପୂର୍ବରୁ ୩ ଲାଇନ ହୋମପାଇପ୍‌ ବସାଯାଇ ପୁରୁଣା ପୋଲ ତିଆାରି ହୋଇଥିଲା। ମାତ୍ର ଏବେ ଗୋଟିଏ ଲାଇନ ହୋମ୍‌ପାଇପ୍‌ ବସାଯାଇ ପୋଲ ତିଆରି କରାଯାଇଛି। ପୋଲ ନିର୍ମାଣ ବେଳେ ନୟନଯୋରୀକୁ ପୋତି ଡାଇଭର୍ସନ କରାଯାଇଥିବା ବେଳେ ଏବେ ପୋଲ ମୁହଁରେ ଗଦା ହୋଇଥିବା ମାଟିକୁ ସ୍ଥାନାନ୍ତର କରାଯାଇ ନାହିଁ। ଏହି ପୋଲ ଦେଇ ବର୍ଷା ଜଳ, କାଡ଼ାନାଳ ଓ କପାଳୀ ନଦୀର ଜଳ ନିଷ୍କାସନ ହୋଇଥାଏ। ବର୍ଷାଦିନେ ନାଳରେ ପାଣି ଆସିଲେ ପୋଲ ମୁହଁ ଓ କଲଭର୍ଟ ପୋତି ହୋଇଯିବା ସହ ନିଷ୍କାସନ ହୋଇ ନ ପାରି ଜମିରେ ଚାଷ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ପୋଲ ମୁହଁରେ ଗଦା ହୋଇଥିବା ମାଟିକୁ ସ୍ଥାନାନ୍ତର, ପୂର୍ବପରି ଆଉ ୨ ଲାଇନ ହୋମ୍‌ପାଇପ୍‌ ବସାଇବା, ପୋଲର ଅନ୍ୟ ପାର୍ଶ୍ୱରେ ସୁରକ୍ଷା କାନ୍ଥ ନିର୍ମାଣ, ରାସ୍ତାପାର୍ଶ୍ୱରେ ନାଳ ତିଆରି କରିବା, ପୁରୁଣା ହୋମ୍‌ପାଇପ୍‌ଗୁଡ଼ିକୁ ଯଥା ସ୍ଥାନରେ ପକାଇବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଇଂ.ସୁଧାଂଶୁ ଶେଖର ମହାପାତ୍ରଙ୍କୁ ପଚାରିବାରୁ ଠିକାଦାରଙ୍କ ସହ ଆଲୋଚନା ହୋଇସାରିଛି ଏବଂ ଖୁବ୍‌ଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri