ନଳକୂପରୁ ବାହାରୁଛି ଲୌହ ଅଂଶ, ଚୁଆପାଣି ଭରସା

ମାଲକାନଗିରି, ୧୫।୫ (ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହାକୁମାରେ ଏବେ ମଧ୍ୟ ଲୋକେ ଚୁଆପାଣି ପିଉଥିବା ଦେଖିବାକୁ ମିଳିଛି। ତାରିଣୀ ମନ୍ଦିର ସାହିରେ ପାନୀୟ ଜଳ ପାଇଁ ଥିବା ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ସାହିବାସିନ୍ଦା ଚୁଆପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ସେମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। ଦାୟିତ୍ୱରେ ଥିବା ଅଧିକାରୀ ପ୍ରତିଶ୍ରୁତି ଦେଇ ନୀରବ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ସାହିରେ ୩୦ ପରିବାର ରହୁଥିବା ବେଳେ ଗୋଟିଏ ନଳକୂପ ରହିଛି। ନଳକୂପ ପାଣିରେ ଲୌହ ଅଂଶ ରହୁଥିବାରୁ ତାହାକୁ ପିଇବା ଲୋକଙ୍କ ପାଇଁ ସମ୍ଭବ ହେଉନାହିଁ। ଫଳରେ ସାହିବାସିନ୍ଦା ଏକ ଚୁଆ ଖୋଳି ବର୍ଷସାରା ସେଠାରୁ ଜଳ ସଂଗ୍ରହ କରୁିଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ମନୋଜ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡାରେ ଡିଜିପି ଅଭୟ: ସମୀକ୍ଷା କଲେ ମାଓବାଦୀ ଗତିବିଧି

ଚିତ୍ରକୋଣ୍ଡା,୮।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓପ୍ରବଣ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼କୁ ରବିବାର ପୋଲିସ ଡିଜି ଅଭୟ ଗସ୍ତ କରିଛନ୍ତି। ସେ ଗୋରାସେତୁ...

ମାଓବାଦୀଙ୍କ ବର୍ବର କାଣ୍ଡ: ଜାଳିଦେଲେ ଗାଡ଼ି

ମାଲକାନଗିରି,୨୨।୧(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ପାଇଁ ନିୟୋଜିତ ଥିବା ଗାଡ଼ିିକୁ ମାଓବାଦୀ ଜାଳି...

ପାହାଡ଼ିଆ ରାସ୍ତାରେ ୮କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି/କୁଡୁମୁଲୁଗୁମ୍ମା,୨୯ା୧୧(ଡି.ଏନ୍‌.ଏ.): ଜନନୀ ସୁରକ୍ଷା ନେଇ ସରକାରୀ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ମାତ୍ର ଏବେ ମଧ୍ୟ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର...

ଫୁଲ ତୋଳିବା ସମୟରେ ଗଛରୁ ଖସିପଡ଼ି ସୁରକ୍ଷାକର୍ମୀଙ୍କ ଜୀବନ ଗଲା

କୋରୁକୋଣ୍ଡା,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସଦର ମହକୁମାରେ ଥିବା ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରବିବାର ଏକ...

ଟ୍ରକ୍‌କୁ ଧକ୍କା ଦେଇ ବାଇକ୍‌ ଆରୋହୀ ମୃତ

ମାଲକାନଗିରି,୨୧ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତୁମୁକିମାଡକା ଗ୍ରାମ ନିକଟରେ ଜଣେ ବାଇକ୍‌ ଆରୋହୀ ଏକ ଟ୍ରକ୍‌ ପଛକୁ ଧକ୍କା ଦେଇ ଘଟଣା ସ୍ଥଳରେ...

ଡ୍ୟାମ୍‌ ନିର୍ମାଣକୁ ବିରୋଧ କରି ଆଦିବାସୀଙ୍କ ପ୍ରଜାମେଳି

ମାଲକାନଗିରି/ମାଥିଲି,୨୯ା୧୨(ଡି.ଏନ.ଏ.): ଓଡ଼ିଶା ସୀମାରେ ପଡୋଶୀ ଛତିଶଗଡ଼ର ପ୍ରକଳ୍ପକୁ ବିରୋଧ କରି ଗୁରୁବାର ଶତାଧିକ ଆଦିବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଦିବାସୀ ସଂଘ ମାଧ୍ୟମରେ ଏକାଠି ହୋଇ ମେଳି...

ବିଭିନ୍ନ ଦାବିରେ ଜିଲା ଠିକାଦାର ସଂଘର ଦାବିପତ୍ର ପ୍ରଦାନ

ମାଲକାନଗିରି,୧୪।୧୧(ଡି.ଏନ୍‌.ଏ.): ଠିକାଦାରଙ୍କୁ ବାଲି, ମାଟି, ମୁରୁମ, ପଥର ସାମଗ୍ରୀର ଟ୍ରାନ୍‌ଜିଟ ପାସ୍‌, ରସିଦ ଦାଖଲ ନିଷ୍ପତିକୁ ପ୍ରତ୍ୟାହାର ଆଦି ୧୦ ଦଫା ଦାବିନେଇ ଗୁରୁବାର ଜିଲା...

ଭୟମୁକ୍ତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

ଏମ୍‌ଭି-୭୯,୧୩ା୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ମାଲକାନଗିରି ଜିଲା ଏମ୍‌ଭି-୭୯ ଥାନା ପକ୍ଷରୁ ରବିବାର ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ମୁକୁନ୍ଦ...

Advertisement
Archives

Model This Week