Posted inଖେଳ

ଷ୍ଟିର୍ଲିଂ-ବାଲବିର୍ନିଙ୍କ ଦ୍ୱିଶତକୀୟ ଭାଗୀଦାରି: ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡର ଦ୍ୱିତୀୟ ବିଜୟ

ସାଉଥାମ୍ପଟନ, ୬।୮- ଆୟର୍ଲାଣ୍ଡ ଏହାର ଏକଦିବସୀୟ କ୍ରିକେଟ ଇତିହାସରେ ଦ୍ୱିତୀୟଥର ପାଇଁ ଇଂଲଣ୍ଡକୁ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ ହାଇସ୍କୋରିଂ ମ୍ୟାଚରେ ଆୟର୍ଲାଣ୍ଡ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୨୯ ରନର ବିଜୟ ଲକ୍ଷ୍ୟକୁ ଆୟର୍ଲାଣ୍ଡ ୪୯.୫ ଓଭରରେ ମାତ୍ର ୩ ଉଇକେଟ ହରାଇ ହାସଲ କରି ନେଇଛି। ଓପନର ପଲ୍‌ ଷ୍ଟିର୍ଲିଂ ଓ ଅଧିନାୟକ ଆଣ୍ଡ୍ର୍ୟୁ ବାଲବିର୍ନି ଶତକ ହାସଲ କରି ଆୟର୍ଲାଣ୍ଡକୁ ଏହି ସ୍ମରଣୀୟ ବିଜୟ ଦେଇଛନ୍ତି। ପୂର୍ବରୁ ୨୦୧୧ ବିଶ୍ୱକପରେ ସମାନ ସ୍କୋରର ପିଛା କରି ଇଂଲଣ୍ଡକୁ ହରାଇଥିଲା ଆୟର୍ଲାଣ୍ଡ। ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ପରାଜିତ ହୋଇଥିବା ଇଂଲଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଛି।
ବଡ଼ ସ୍କୋରର ପିଛା କରି ଆୟର୍ଲାଣ୍ଡ ୫୦ ରନରେ ପ୍ରଥମ ଉଇକେଟ ଭାବେ ଓପନର ଗେରାଥ ଡେଲାନି(୧୨)ଙ୍କ ଉଇକେଟ ହରାଇଥିଲା। ତେବେ ଷ୍ଟିର୍ଲିଂ ଓ ବାଲବିର୍ନି ଦ୍ୱିତୀୟ ଉଇକେଟ ଭାଗୀଦାରିରେ ୨୧୪ ରନ ଯୋଗ କରି ଦଳପାଇଁ ବିଜୟ ପଥ ପରିଷ୍କାର କରିଦେଇଥିଲେ। ଏହି ଯୋଡ଼ିଙ୍କ ଆଗରେ ଇଂଲଣ୍ଡ ବୋଲିଂ ଆକ୍ରମଣ ଅସହାୟ ମନେ ହୋଇଥିଲା। ୪୨ତମ ଓଭରରେ ଷ୍ଟିର୍ଲିଂ ରନଆଉଟ ହେବା ସହ ଏହି ଯୋଡ଼ି ଭାଙ୍ଗିଥିଲା। ୧୨୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଏହି ଓପନର ୯ ଚୌକା ଓ ୬ ଛକା ସହ ୧୪୨ ରନ ସ୍କୋର କରିଥିଲେ। ବାଲବିର୍ନି ୧୧୨ ବଲ୍‌ରୁ ୧୨ ଚୌକା ସହାୟତାରେ ୧୧୩ ରନ କରିଥିଲେ। ହ୍ୟାରି ଟେକ୍ଟର ୨୯ ଓ କେଭିନ ଓ’ବ୍ରାଏନ ୨୧ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ଡେଭିଡ ଓ୍ବିଲି ଓ ଆଡିଲ ରଶିଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ(୧୦୬)ଙ୍କ ଶତକ ସହାୟତାରେ ୪୯.୫ ଓଭରରେ ୩୨୮ ରନ କରି ଅଲଆଉଟ ହୋଇଥିଲା। ଏହି ମ୍ୟାଚରେ ମୋର୍ଗାନ ଅଧିନାୟକଭାବେ ସର୍ବାଧିକ ଛକା ମାରିବାରେ ଭାରତର ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଥିଲେ। ଧୋନୀ ୩୩୨ ମ୍ୟାଚରୁ ୨୧୧ ଛକା ମାରିଥିବାବେଳେ ମୋର୍ଗାନ ୧୬୩ ମ୍ୟାଚରୁ ୨୧୨ ଛକା ମାରି ରେକର୍ଡର ଅଧିକାରୀ ହୋଇଥିଲେ। ଷ୍ଟିର୍ଲିଂ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ଓ୍ବିଲି ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ୪୯.୫ ଓଭରରେ ୩୨୮/ଅଲଆଉଟ(ମୋର୍ଗାନ-୧୦୬, ଟମ୍‌ ବାଣ୍ଟନ-୫୮, କ୍ରେଗ୍‌ ୟଙ୍ଗ୍‌-୩/୫୩, ଜୋଶୁଆ ଲିଟଲ-୨/୬୨, କର୍ଟିସ କ୍ୟାମ୍ଫର-୨/୬୮, ମାର୍କ ଆଡେର-୧/୪୫, ଗେରାଥ ଡେଲାନି-୧/୨୯)। ଆୟର୍ଲାଣ୍ଡ ୪୯.୫ ଓଭରରେ ୩୨୯/୩(ଷ୍ଟିର୍ଲିଂ-୧୪୨, ବାଲବିର୍ନି-୧୧୩, ଓ୍ବିଲି-୧/୭୦, ରଶିଦ-୧/୬୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?