Posted inଖେଳ

ଷ୍ଟିର୍ଲିଂ-ବାଲବିର୍ନିଙ୍କ ଦ୍ୱିଶତକୀୟ ଭାଗୀଦାରି: ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡର ଦ୍ୱିତୀୟ ବିଜୟ

ସାଉଥାମ୍ପଟନ, ୬।୮- ଆୟର୍ଲାଣ୍ଡ ଏହାର ଏକଦିବସୀୟ କ୍ରିକେଟ ଇତିହାସରେ ଦ୍ୱିତୀୟଥର ପାଇଁ ଇଂଲଣ୍ଡକୁ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ ହାଇସ୍କୋରିଂ ମ୍ୟାଚରେ ଆୟର୍ଲାଣ୍ଡ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୨୯ ରନର ବିଜୟ ଲକ୍ଷ୍ୟକୁ ଆୟର୍ଲାଣ୍ଡ ୪୯.୫ ଓଭରରେ ମାତ୍ର ୩ ଉଇକେଟ ହରାଇ ହାସଲ କରି ନେଇଛି। ଓପନର ପଲ୍‌ ଷ୍ଟିର୍ଲିଂ ଓ ଅଧିନାୟକ ଆଣ୍ଡ୍ର୍ୟୁ ବାଲବିର୍ନି ଶତକ ହାସଲ କରି ଆୟର୍ଲାଣ୍ଡକୁ ଏହି ସ୍ମରଣୀୟ ବିଜୟ ଦେଇଛନ୍ତି। ପୂର୍ବରୁ ୨୦୧୧ ବିଶ୍ୱକପରେ ସମାନ ସ୍କୋରର ପିଛା କରି ଇଂଲଣ୍ଡକୁ ହରାଇଥିଲା ଆୟର୍ଲାଣ୍ଡ। ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ପରାଜିତ ହୋଇଥିବା ଇଂଲଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଛି।
ବଡ଼ ସ୍କୋରର ପିଛା କରି ଆୟର୍ଲାଣ୍ଡ ୫୦ ରନରେ ପ୍ରଥମ ଉଇକେଟ ଭାବେ ଓପନର ଗେରାଥ ଡେଲାନି(୧୨)ଙ୍କ ଉଇକେଟ ହରାଇଥିଲା। ତେବେ ଷ୍ଟିର୍ଲିଂ ଓ ବାଲବିର୍ନି ଦ୍ୱିତୀୟ ଉଇକେଟ ଭାଗୀଦାରିରେ ୨୧୪ ରନ ଯୋଗ କରି ଦଳପାଇଁ ବିଜୟ ପଥ ପରିଷ୍କାର କରିଦେଇଥିଲେ। ଏହି ଯୋଡ଼ିଙ୍କ ଆଗରେ ଇଂଲଣ୍ଡ ବୋଲିଂ ଆକ୍ରମଣ ଅସହାୟ ମନେ ହୋଇଥିଲା। ୪୨ତମ ଓଭରରେ ଷ୍ଟିର୍ଲିଂ ରନଆଉଟ ହେବା ସହ ଏହି ଯୋଡ଼ି ଭାଙ୍ଗିଥିଲା। ୧୨୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଏହି ଓପନର ୯ ଚୌକା ଓ ୬ ଛକା ସହ ୧୪୨ ରନ ସ୍କୋର କରିଥିଲେ। ବାଲବିର୍ନି ୧୧୨ ବଲ୍‌ରୁ ୧୨ ଚୌକା ସହାୟତାରେ ୧୧୩ ରନ କରିଥିଲେ। ହ୍ୟାରି ଟେକ୍ଟର ୨୯ ଓ କେଭିନ ଓ’ବ୍ରାଏନ ୨୧ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ଡେଭିଡ ଓ୍ବିଲି ଓ ଆଡିଲ ରଶିଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ(୧୦୬)ଙ୍କ ଶତକ ସହାୟତାରେ ୪୯.୫ ଓଭରରେ ୩୨୮ ରନ କରି ଅଲଆଉଟ ହୋଇଥିଲା। ଏହି ମ୍ୟାଚରେ ମୋର୍ଗାନ ଅଧିନାୟକଭାବେ ସର୍ବାଧିକ ଛକା ମାରିବାରେ ଭାରତର ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଥିଲେ। ଧୋନୀ ୩୩୨ ମ୍ୟାଚରୁ ୨୧୧ ଛକା ମାରିଥିବାବେଳେ ମୋର୍ଗାନ ୧୬୩ ମ୍ୟାଚରୁ ୨୧୨ ଛକା ମାରି ରେକର୍ଡର ଅଧିକାରୀ ହୋଇଥିଲେ। ଷ୍ଟିର୍ଲିଂ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ଓ୍ବିଲି ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ୪୯.୫ ଓଭରରେ ୩୨୮/ଅଲଆଉଟ(ମୋର୍ଗାନ-୧୦୬, ଟମ୍‌ ବାଣ୍ଟନ-୫୮, କ୍ରେଗ୍‌ ୟଙ୍ଗ୍‌-୩/୫୩, ଜୋଶୁଆ ଲିଟଲ-୨/୬୨, କର୍ଟିସ କ୍ୟାମ୍ଫର-୨/୬୮, ମାର୍କ ଆଡେର-୧/୪୫, ଗେରାଥ ଡେଲାନି-୧/୨୯)। ଆୟର୍ଲାଣ୍ଡ ୪୯.୫ ଓଭରରେ ୩୨୯/୩(ଷ୍ଟିର୍ଲିଂ-୧୪୨, ବାଲବିର୍ନି-୧୧୩, ଓ୍ବିଲି-୧/୭୦, ରଶିଦ-୧/୬୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri