ଆଇଆର୍‌ସିଟିସିର ନେଟ୍‌ ଲାଭ ୩୩% ବୃଦ୍ଧି

ଭୁବନେଶ୍ୱର, ୧୪।୮(ଅନୁରାଧା ମହାରଣା): ଭାରତୀୟ ରେଳପଥର ଏକମାତ୍ର ଟିକେଟ କମ୍ପାନୀ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଆର୍‌ସିଟିସି) ମଙ୍ଗଳବାର ୨୦୨୪-୨୫ ଆର୍ଥିକ ବର୍ଷର ଜୁନ୍‌ ତ୍ରୈମାସିକ ଫଳାଫଳ ଘୋଷଣା କରିଛି। ଷ୍ଟକ୍‌ ମାର୍କେଟକୁ ଦିଆଯାଇଥିବା ସୂଚନାନୁସାରେ ଜୁନ୍‌ ତ୍ରୈମାସରେ କମ୍ପାନୀର ନେଟ୍‌ ଲାଭ ୩୨.୫୧% ବୃଦ୍ଧି ହୋଇ ୩୦୭.୭୧ କୋଟିରେ ପହଞ୍ଚିଛି। ଏକ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧିରେ କମ୍ପାନୀର ନେଟ୍‌ ଲାଭ ୨୩୨.୨୧ କୋଟି ଥିଲା। ଯଦି ତ୍ରୈମାସିକ ଭିତ୍ତିରେ ଦେଖାଯାଏ, ତେବେ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଆଇଆର୍‌ସିଟିସିର ନେଟ୍‌ ଲାଭ ୨୮୪.୧୮ କୋଟି ଟଙ୍କା ଥିଲା।
ଆଇଆର୍‌ସିଟିସିର ଏପ୍ରିଲ-ଜୁନ୍‌ ତ୍ରୈମାସିକ ରାଜସ୍ବ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୧୧.୮% ବୃଦ୍ଧି ହୋଇ ୧,୧୨୦.୧୫ କୋଟିରେ ପହଞ୍ଚିଛ।୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧିରେ ଏହା ୧୦୦୧.୭୮ କୋଟି ଟଙ୍କା ଥିଲା। ଗତ ତ୍ରୈମାସରେ ଆଇଆରସିଟିସିର ଆୟ ୧୧୫୪.୭୭ କୋଟି ଥିଲା। ଏହି ପରିପ୍ରେକ୍ଷୀରେ ତ୍ରୈମାସିକ ଭିତ୍ତିରେ କମ୍ପାନୀର ଆୟ ୩ ପ୍ରତିଶତ ହ୍ରାସ ପାଇଛି।
ଆଇଆର୍‌ସିଟିସିର କାର୍ଯ୍ୟକ୍ଷମ ଲାଭ ସମ୍ପର୍କରେ ମିଳିଥିବା ତଥ୍ୟାନୁସାରେ, ଏହାର ଏବିଆଇଟିଡିଏ ଜୁନ୍‌ ତ୍ରୈମାସରେ ୯.୩% ବୃଦ୍ଧି ହୋଇ ୩୭୫ କୋଟି ଟଙ୍କା ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୩୪୩ କୋଟି ଟଙ୍କା ଥିଲା। ତେବେ କମ୍ପାନୀର ଏବିଆଇଟିଡିଏ ମାର୍ଜିନ ହ୍ରାସ ପାଇଛି। ଆଇଆର୍‌ସିଟିସି ଷ୍ଟକ୍‌ ଏକ୍ସଚେଞ୍ଜକୁ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ଏବିଆଇଟିଡିଏ ମାର୍ଜିନ ୩୩.୫%କୁ ହ୍ରାସ ପାଇଛି ଯାହାକି ଗତ ଆର୍ଥିକ ବର୍ଷରେ ୩୪.୨% ରହିଥିଲା।
ସୂଚନା ଥାଉକି, ଆଇଆର୍‌ସିଟିସି ଭାରତୀୟ ରେଳପଥରେ ଟିକେଟ, ଖାଦ୍ୟ ସାମଗ୍ରୀ ଏବଂ ପ୍ୟାକେଜ ଜଳର ବ୍ୟବସ୍ଥା କରିଥାଏ। ଆଇଆର୍‌ସିଟିସି ଗତ କିଛି ବର୍ଷ ଧରି ଏହାର ବ୍ୟବସାୟକୁ ବିସ୍ତାର କରିଆସୁଛି। ବିଳାସପୂର୍ଣ୍ଣ ଟ୍ରେନ୍‌ ଟୁର୍‌, ହୋଟେଲ ବୁକିଂ ଏବଂ ଛୁଟି ପ୍ୟାକେଜ ସହ କମ୍ପାନୀ ପର୍ଯ୍ୟଟନ ଏବଂ ଆତିଥ୍ୟ ବ୍ୟବସାୟ ଆରମ୍ଭ କରିଛି।
ବିଭାଗୀୟ ତଥ୍ୟ ଅନୁଯାୟୀ, ଆଇଆର୍‌ସିଟିସିର ଆର୍ଥିକ କାର୍ଯ୍ୟଦକ୍ଷତା ଅନୁସାରେ ପ୍ରଥମ ତ୍ରୈମାସରେ କ୍ୟାଟରିଂ ସେଗ୍‌ମେଣ୍ଟରୁ ଆୟ ପ୍ରାୟ ୧୭% ବୃଦ୍ଧି ହୋଇ ୫୫୮.୮୮ କୋଟିରେ ପହଞ୍ଚିଛି। ଗତ ବର୍ଷର ତ୍ରୈମାସରେ ଏହା ୪୭୭.୦୭ କୋଟି ଟଙ୍କା ଥିଲା। ସେହିଭଳି ଜୁନ୍‌ ତ୍ରୈମାସରେ ଆଇଆର୍‌ସିଟିସି ଟିକେଟ ରାଜସ୍ବ ୩୨୯.୦୭ କୋଟି ଟଙ୍କା ରହିଛି; ଯାହା ଗତ ବର୍ଷ ସମାନ ଅବଧିରେ ୨୯୦.୦୭ କୋଟି ଟଙ୍କା ଥିଲା। ଗତ ବର୍ଷର ତ୍ରୈମାସରେ ୧୪୨.୪୮ କୋଟିରୁ ହ୍ରାସ ପାଇ ପର୍ଯ୍ୟଟନ କ୍ଷେତ୍ରରୁ ଆୟ ୧୨୪.୮୭ କୋଟି ଟଙ୍କା ଥିଲା। ଆଇଆର୍‌ସିଟିସିର ପ୍ୟାକେଜ ପାଣି ରେଲନିର୍‌ ନାମରେ ଆସିଥାଏ। ଚଳିତ ଆର୍ଥିକ ବର୍ଷରେ ଏହାର ଆୟ ୧୧୧.୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିତ୍ବାବେଳେ ଗତ ବର୍ଷ ସମାନ ତ୍ରୈମାସରେ ରେଳପଥରୁ ଆୟ ୯୫.୯୩ କୋଟି ଟଙ୍କା ଥିଲା। କମ୍ପାନୀ କହିଛି, ଏହାର ମାର୍ଜିନର ଏକ ବଡ଼ ଅଂଶ ଅନ୍‌ଲାଇନ ଟିକେଟ ମାଧ୍ୟମରେ ଆସିଥାଏ। ଚଳିତ ଆର୍ଥିକ ବର୍ଷର ଜୁନ୍‌ ତ୍ରୈମାସରେ କମ୍ପାନୀର ମୋଟ ରାଜସ୍ବରେ ଇଣ୍ଟରନେଟ୍‌ ଟିକେଟ ବାବଦରେ ଆୟ ୨୮.୫ ପ୍ରତିଶତକୁ ହ୍ରାସ ପାଇଛି। ଗତ ବର୍ଷ ଏହା ୨୯ ପ୍ରତିଶତ ଥିଲା। ଏହି ୨୦୨୪ର ପ୍ରଭାବ ଅର୍ଥାତ୍‌ ବୁଧବାର ଷ୍ଟକ୍‌ ମାର୍କେଟରେ ଅଧିକ ଦେଖିବାକୁ ମିଳିପାରେ। ଆଇଆର୍‌ସିଟିସି ଶେୟାର ମୂଲ୍ୟ ଏନ୍‌ଏସ୍‌ଇରେ ୦.୧୮୯% ହ୍ରାସ ସହ ୯୧୮ ଟଙ୍କାରେ ବନ୍ଦ ହୋଇଛି। ଆନ୍ତଃ ବାଣିଜ୍ୟ ସମୟରେ ଏହା ୯୩୧.୪୫ର ଉଚ୍ଚରେ ଏବଂ ୯୧୧.୩୦ର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?