Posted inଜାତୀୟ

ରାମାୟଣ ସର୍କିଟ ଟ୍ରେନ୍‌: ବିରୋଧ ପରେ ବଦଳିଲା ୱେଟର୍ସଙ୍କ ଡ୍ରେସ୍‌

ନୂଆଦିଲ୍ଲୀ,୨୩ ।୧୧: ରାମାୟଣ ସର୍କିଟ ସ୍ପେଶାଲ ଟ୍ରେନରେ ୱେଟର୍ସଙ୍କ ୟୁନିଫର୍ମକୁ ନେଇ ଉଜ୍ଜୟିନୀର ସାଧୁ-ସନ୍ଥମାନେ ବିରୋଧ କରିବା ପରେ ଆଇଆର୍‌ସିଟିସି ରାମାୟଣ ଏକ୍ସପ୍ରେସରେ ସେବା ଯୋଗାଇ ଦେଉଥିବ ୱେଟର୍ସଙ୍କ ଡ୍ରେସ୍ ବଦଳାଯାଇଛି । ସୋମବାର ସନ୍ଧ୍ୟାରେ ଆଇଆର୍‌ସିଟିସି ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । ଅଯୋଧ୍ୟା-ରାମଶ୍ୱେରମ ଟ୍ରେନରେ କମଳା ବା ଗେରୁ ରଙ୍ଗର ଡ୍ରେସ୍ ପିନ୍ଧି ବାସନ ଉଠାଉଥିବା ୱେଟର୍ସଙ୍କ ଭିଡିଓ ଭାଇରାଲ ହେବା ପରେ ଉଜ୍ଜୟିନୀର ସନ୍ଥ ସମାଜ ଏହା ସାଧୁସନ୍ଥଙ୍କ ଅପମାନ ବୋଲି କହିଥିଲେ । ଏହାକୁ ନେଇ ସେମାନେ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓ ରେଳ ରୋକିବା ପାଇଁ ଚେତାବନୀ ବି ଦେଇଥିଲେ । ଏହାପରେ ଟ୍ରେନରେ କାମ କରୁଥିବା ୱେଟର୍ସଙ୍କ ଡ୍ରେସକୁ ବଦଳାଇ ସାଧାରଣ ୟୁନିଫର୍ମ କରି ଦିଆଯାଇଥିଲା । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ୱେଟର୍ସମାନେ କମଳା ରଙ୍ଗର ପୋଷାକ ସହ ଧୋତି, ପଗଡି ଓ ରୁଦ୍ରାକ୍ଷ ପକାଇ ଖାଇବା ବାସନ ଉଠାଉଥିଲେ । ଏହାପରେ ଉଜ୍ଜୟିନୀ ଆଖଡା ପରିଷଦର ପୂର୍ବ ମହାମନ୍ତ୍ରୀ ପରମହଂସ ଅବଧେଶ ପୁରି ମହାରାଜ କହିଥିଲେ ଏହା ସାଧୁସନ୍ଥଙ୍କ ପ୍ରତି ଅପମାନ । ତେଣୁ ଶୀଘ୍ର ୱେଟର୍ସଙ୍କ ଡ୍ରେସ ବଦଳାଯାଉ । ନଚେତ ୧୨ ଡିସେମ୍ବରକୁ ବାହାରିବାକୁ ଥିବା ଆଉ ଏକ ଟ୍ରେନକୁ ସନ୍ଥ ସମାଜ ବିରୋଧ କରିବ ଓ ଟ୍ରନ୍ ସାମ୍ନାରେ ହଜାର ହଜାର ହିନ୍ଦୁଙ୍କୁ ନେଇ ବିରୋଧ ପ୍ରଦର୍ଶନ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?