Posted inଖେଳ

ଆଇପିଏଲ୍‌-୧୪: କୋଲକାତା- ବାଙ୍ଗାଲୋର ମୁକାବିଲା

ଚେନ୍ନାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ପ୍ରଥମଥର ପାଇଁ ଦୁଇଟି ମ୍ୟାଚ୍‌ ଖେଳାଯିବ। ଲିଗ୍‌ର ଦଶମ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ବିଶ୍ୱର ଶ୍ରେଷ୍ଠ ଦୁଇ ହ୍ବାଇଟ୍‌ ବଲ୍‌ ଅଧିନାୟକ କୋହଲି ଓ ମୋର୍ଗାନଙ୍କ ମଧ୍ୟରେ ଏହି ମ୍ୟାଚ୍‌ରେ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିବ।
ବାଙ୍ଗାଲୋର ୨ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବାଙ୍ଗାଲୋର ୨ ଉଇକେଟରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ୍‌କୁ ୬ ରନରେ ପରାସ୍ତ କରିଥିଲା। ଅନ୍ୟପଟେ କୋଲକାତା ତା’ର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୧୦ ରନରେ ହରାଇଥିଲା ଓ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇଠାରୁ ୧୦ ରନରେ ପରାସ୍ତ ହୋଇଥିଲା।
ନିଜର ମ୍ୟାନେଜମେଣ୍ଟ ସ୍କିଲ୍‌ ଓ ସୂକ୍ଷ୍ମ ରଣନୀତି ପାଇଁ ଜଣାଶୁଣା ଥିବା ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡ ଅଧିନାୟକ ମୋର୍ଗାନ କୋଲକାତାକୁ ବିଜୟଧାରାକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିବେ। ଗତ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଦଳର ମିଡ୍‌ଲ ଅର୍ଡର ବିପର୍ଯ୍ୟୟ ହୋଇଥିଲା। ତେବେ ଏହାକୁ ରୋକିବା ପାଇଁ ମୋର୍ଗାନ ଭିନ୍ନ ରଣନୀତି ଆପଣାଇବେ ବୋଲି ଆଶା କରାଯାଉଛି। ଗତ ଦୁଇଟି ସଂସ୍କରଣରେ ମାମୁଲି ପ୍ରଦର୍ଶନ କରିଥିବା କୋଲକାତା ହାଇଦ୍ରାବାଦକୁ ହରାଇ ଏଥର ବିଜୟ ଅଭିଯାନ ଆରମ୍ଭ କରିଥିଲା। ତେେବେ ମଧ୍ୟକ୍ରମର ବିପର୍ଯ୍ୟୟ ଯୋଗୁ ମୁମ୍ବାଇ ବିପକ୍ଷରେ କୋଲକାତା ଗତ ୧୩ ମ୍ୟାଚ୍‌ରୁ ୧୨ଟି ପରାସ୍ତ ହୋଇଛି। ମୁମ୍ବାଇକୁ କୋଲକାତା ୧୫୨ ରନରେ ଅଲ୍‌ଆଉଟ କରିଥିଲା। ଆନ୍ଦ୍ରେ ରସେଲ ବୋଲିଂରେ ୫ ଉଇକେଟ ଅକ୍ତିଆର କରିଥିଲେ ମଧ୍ୟ ବ୍ୟାଟିଂରେ ଫେଲ୍‌ ମାରିଥିଲେ। ରସେଲଙ୍କ ସମେତ ଉପ ଅଧିନାୟକ ଦୀନେଶ କାର୍ତ୍ତିକ ମଧ୍ୟ ବିଫଳ ହୋଇଥିଲେ। ନୀତୀଶ ରାଣା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ମଧ୍ୟ ଯୁବ ଓପନର ଶୁବମନ ଗିଲ୍‌ ଆଶାନୁରୂପ ଖେଳିପାରି ନାହାନ୍ତି। ଆଗାମୀ ଦିନରେ ସେ ଦମ୍‌ଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
ଚେନ୍ନାଇର ସ୍ଲୋ ଚିପକ ଷ୍ଟାଡିୟମରେ ଡେଥ୍‌ ଓଭରରେ ବ୍ୟାଟିଂ କରିବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବା ବେଳେ ମୋର୍ଗାନ ନିଜ ବୋଲରମାନଙ୍କୁ ଅତି ଚତୁରତାର ସହିତ ବ୍ୟବହାର କରିଛନ୍ତି। ବୋଲିଂରେ କୋଲକାତା ବାଙ୍ଗାଲୋରକୁ ସମସ୍ୟାରେ ପକାଇବ ବୋଲି ଆଶା କରାଯାଉଛି। ଅଭିଜ୍ଞ ଭାରତୀୟ ଅଫ୍‌ ସ୍ପିନରଙ୍କ ବଦଳରେ ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଯିବା ଯୋଜନା କିଛି ମନ୍ଦ ନୁହେଁ ବୋଲି କୁହାଯାଇପାରେ। ଦୁଇଟି ମ୍ୟାଚ୍‌ରେ ହରଭଜନ ପ୍ରଥମ ଓଭର ବୋଲିଂ କରିଥିଲେ।
କୋହଲି, ଏବି ଡିଭିଲର୍ସ, ଗ୍ଲେନ ମ୍ୟାକ୍ସଓ୍ବେଲ ଓ ପ୍ରତିଭାସମ୍ପନ୍ନ ଯୁବ ଓପନର ଦେବଦତ୍ତ ପଡିକାଲଙ୍କୁ ନେଇ ତାରକା ଖଚିତ ବାଙ୍ଗାଲୋର ଦଳର ଟପ୍‌ ଅର୍ଡର ବେଶ୍‌ ଦୃଢ ମନେ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ଦକ୍ଷତାରେ ବ୍ୟାଟିଂ କରିପାରିନାହିଁ। ତେବେ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ବ୍ୟାଟିଂ ବିଫଳତାକୁ ସେତେଟା ଗୁରୁତ୍ୱ ଦିଆଯାଇନାହିଁ। ନୂଆ କରି ଦଳରେ ସାମିଲ ହୋଇଥିବା ଅଲରାଉଣ୍ଡ ଗ୍ଲେନ୍‌ ମ୍ୟାକ୍ସ ଦଳକୁ ଆହୁରି ଦୃଢ଼ କରିବାରେ ସହାୟ ହୋଇଛନ୍ତି। ସେହିପରି ଶାହାବାଜ ଅହମଦ ଓ ହର୍ଶଲ ପଟେଲ ବୋଲିଂରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ୨୦୨୧ ନିଲାମରେ ମ୍ୟାକ୍ସଓ୍ବେଲ ୧୪.୨୫ କୋଟି ଟଙ୍କା ବିନିମୟରେ ବାଙ୍ଗାଲୋର ଦଳରେ ସାମିଲ ହୋଇଥିଲେ। ଗତ ସଂସ୍କରଣରେ ସେ ବିଫଳ ହୋଇଥିଲେ ମଧ୍ୟ ଏଥର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏକ କଷ୍ଟକର ବ୍ୟାଟିଂ ଉଇକେଟରେ ମ୍ୟାକ୍ସଓ୍ବେଲ ୫୯ ରନ ସଂଗ୍ରହ କରିଥିଲେ ଓ ୫ ବର୍ଷ ପରେ ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଥିଲେ। ୧୭ ଓଭରରେ ୩ ଉଇକେଟ ନେଇ ବାମହାତୀ ସ୍ପିନର ଶାହାବାଜ ହାଇଦ୍ରାବାଦକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ହର୍ଶଲ ପଟେଲ ୫ ଉଇକେଟ ନେଇଥିଲେ ଓ ଡିଭିଲର୍ସ ୪୮ ରନକରି ଦଳକୁ ୨ ଉଇକେଟରେ ବିଜୟୀ କରାଇଥିଲେ। କୋଲକାତା ବିପକ୍ଷରେ କୋହଲି ନିଜ ଦଳର ବ୍ୟାଟିଂକୁ ଆହୁରି ସୁଧାରିବାକୁ ପ୍ରୟାସ କରିବେ ବୋଲି ଆଶା କରାଯାଉଛି।
ଆରସିବି ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡିଭିଲର୍ସ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍‌ ରିଚାର୍ଡସନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ ଆଲେନ, ଶାହାବାଜ ଅହମଦ, ନବଦୀପ ସଇନି, ଆଡାମ ଜାମ୍ପା, କାଏଲ ଜେମିଶନ, ଗ୍ଲେନ ମ୍ୟାକ୍ସଓ୍ବେଲ, ରଜଦ ପଟିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, କେ.ଏସ. ଭାରତ, ସୂୟାଶ ପ୍ରଭୁଦେଶାଇ, ଡାନିଏଲ ସାମ୍ସ ଓ ହର୍ଶଲ ପଟେଲ।
କୋଲକାତା ଦଳ: ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା, ଟିମ୍‌ ସିଫର୍ଟ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, କୁଲଦୀପ ଯାଦବ, ଶିବମ ମାଭି, ଲୋକି ଫର୍ଗୁଶନ, ପ୍ୟାଟ୍‌ କୁମିନ୍ସ, କମଳେଶ ନାଗରକୋଟି, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସାକିବ ଅଲ ହାସନ, ଶେଲଡନ ଜ୍ୟାକଶନ, ବୈଭବ ଆରୋରା, ହରଭଜନ ସିଂ, କରୁନା ନାୟାର, ବେନ୍‌ କଟିଂ, ଭେଙ୍କଟେଶ ଆୟାର ଓ ପବନ ନେଗୀ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩.୩୦
କୋଲକାତା- ବାଙ୍ଗାଲୋର
ସ୍ଥାନ: ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ ଚେନ୍ନାଇ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri