Posted inଖେଳ

ଆଇପିଏଲ୍‌-୧୪: କୋଲକାତା- ବାଙ୍ଗାଲୋର ମୁକାବିଲା

ଚେନ୍ନାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ପ୍ରଥମଥର ପାଇଁ ଦୁଇଟି ମ୍ୟାଚ୍‌ ଖେଳାଯିବ। ଲିଗ୍‌ର ଦଶମ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ବିଶ୍ୱର ଶ୍ରେଷ୍ଠ ଦୁଇ ହ୍ବାଇଟ୍‌ ବଲ୍‌ ଅଧିନାୟକ କୋହଲି ଓ ମୋର୍ଗାନଙ୍କ ମଧ୍ୟରେ ଏହି ମ୍ୟାଚ୍‌ରେ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିବ।
ବାଙ୍ଗାଲୋର ୨ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବାଙ୍ଗାଲୋର ୨ ଉଇକେଟରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ୍‌କୁ ୬ ରନରେ ପରାସ୍ତ କରିଥିଲା। ଅନ୍ୟପଟେ କୋଲକାତା ତା’ର ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୧୦ ରନରେ ହରାଇଥିଲା ଓ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇଠାରୁ ୧୦ ରନରେ ପରାସ୍ତ ହୋଇଥିଲା।
ନିଜର ମ୍ୟାନେଜମେଣ୍ଟ ସ୍କିଲ୍‌ ଓ ସୂକ୍ଷ୍ମ ରଣନୀତି ପାଇଁ ଜଣାଶୁଣା ଥିବା ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡ ଅଧିନାୟକ ମୋର୍ଗାନ କୋଲକାତାକୁ ବିଜୟଧାରାକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିବେ। ଗତ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଦଳର ମିଡ୍‌ଲ ଅର୍ଡର ବିପର୍ଯ୍ୟୟ ହୋଇଥିଲା। ତେବେ ଏହାକୁ ରୋକିବା ପାଇଁ ମୋର୍ଗାନ ଭିନ୍ନ ରଣନୀତି ଆପଣାଇବେ ବୋଲି ଆଶା କରାଯାଉଛି। ଗତ ଦୁଇଟି ସଂସ୍କରଣରେ ମାମୁଲି ପ୍ରଦର୍ଶନ କରିଥିବା କୋଲକାତା ହାଇଦ୍ରାବାଦକୁ ହରାଇ ଏଥର ବିଜୟ ଅଭିଯାନ ଆରମ୍ଭ କରିଥିଲା। ତେେବେ ମଧ୍ୟକ୍ରମର ବିପର୍ଯ୍ୟୟ ଯୋଗୁ ମୁମ୍ବାଇ ବିପକ୍ଷରେ କୋଲକାତା ଗତ ୧୩ ମ୍ୟାଚ୍‌ରୁ ୧୨ଟି ପରାସ୍ତ ହୋଇଛି। ମୁମ୍ବାଇକୁ କୋଲକାତା ୧୫୨ ରନରେ ଅଲ୍‌ଆଉଟ କରିଥିଲା। ଆନ୍ଦ୍ରେ ରସେଲ ବୋଲିଂରେ ୫ ଉଇକେଟ ଅକ୍ତିଆର କରିଥିଲେ ମଧ୍ୟ ବ୍ୟାଟିଂରେ ଫେଲ୍‌ ମାରିଥିଲେ। ରସେଲଙ୍କ ସମେତ ଉପ ଅଧିନାୟକ ଦୀନେଶ କାର୍ତ୍ତିକ ମଧ୍ୟ ବିଫଳ ହୋଇଥିଲେ। ନୀତୀଶ ରାଣା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ମଧ୍ୟ ଯୁବ ଓପନର ଶୁବମନ ଗିଲ୍‌ ଆଶାନୁରୂପ ଖେଳିପାରି ନାହାନ୍ତି। ଆଗାମୀ ଦିନରେ ସେ ଦମ୍‌ଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
ଚେନ୍ନାଇର ସ୍ଲୋ ଚିପକ ଷ୍ଟାଡିୟମରେ ଡେଥ୍‌ ଓଭରରେ ବ୍ୟାଟିଂ କରିବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବା ବେଳେ ମୋର୍ଗାନ ନିଜ ବୋଲରମାନଙ୍କୁ ଅତି ଚତୁରତାର ସହିତ ବ୍ୟବହାର କରିଛନ୍ତି। ବୋଲିଂରେ କୋଲକାତା ବାଙ୍ଗାଲୋରକୁ ସମସ୍ୟାରେ ପକାଇବ ବୋଲି ଆଶା କରାଯାଉଛି। ଅଭିଜ୍ଞ ଭାରତୀୟ ଅଫ୍‌ ସ୍ପିନରଙ୍କ ବଦଳରେ ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଯିବା ଯୋଜନା କିଛି ମନ୍ଦ ନୁହେଁ ବୋଲି କୁହାଯାଇପାରେ। ଦୁଇଟି ମ୍ୟାଚ୍‌ରେ ହରଭଜନ ପ୍ରଥମ ଓଭର ବୋଲିଂ କରିଥିଲେ।
କୋହଲି, ଏବି ଡିଭିଲର୍ସ, ଗ୍ଲେନ ମ୍ୟାକ୍ସଓ୍ବେଲ ଓ ପ୍ରତିଭାସମ୍ପନ୍ନ ଯୁବ ଓପନର ଦେବଦତ୍ତ ପଡିକାଲଙ୍କୁ ନେଇ ତାରକା ଖଚିତ ବାଙ୍ଗାଲୋର ଦଳର ଟପ୍‌ ଅର୍ଡର ବେଶ୍‌ ଦୃଢ ମନେ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ଦକ୍ଷତାରେ ବ୍ୟାଟିଂ କରିପାରିନାହିଁ। ତେବେ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ବ୍ୟାଟିଂ ବିଫଳତାକୁ ସେତେଟା ଗୁରୁତ୍ୱ ଦିଆଯାଇନାହିଁ। ନୂଆ କରି ଦଳରେ ସାମିଲ ହୋଇଥିବା ଅଲରାଉଣ୍ଡ ଗ୍ଲେନ୍‌ ମ୍ୟାକ୍ସ ଦଳକୁ ଆହୁରି ଦୃଢ଼ କରିବାରେ ସହାୟ ହୋଇଛନ୍ତି। ସେହିପରି ଶାହାବାଜ ଅହମଦ ଓ ହର୍ଶଲ ପଟେଲ ବୋଲିଂରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ୨୦୨୧ ନିଲାମରେ ମ୍ୟାକ୍ସଓ୍ବେଲ ୧୪.୨୫ କୋଟି ଟଙ୍କା ବିନିମୟରେ ବାଙ୍ଗାଲୋର ଦଳରେ ସାମିଲ ହୋଇଥିଲେ। ଗତ ସଂସ୍କରଣରେ ସେ ବିଫଳ ହୋଇଥିଲେ ମଧ୍ୟ ଏଥର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏକ କଷ୍ଟକର ବ୍ୟାଟିଂ ଉଇକେଟରେ ମ୍ୟାକ୍ସଓ୍ବେଲ ୫୯ ରନ ସଂଗ୍ରହ କରିଥିଲେ ଓ ୫ ବର୍ଷ ପରେ ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଥିଲେ। ୧୭ ଓଭରରେ ୩ ଉଇକେଟ ନେଇ ବାମହାତୀ ସ୍ପିନର ଶାହାବାଜ ହାଇଦ୍ରାବାଦକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ହର୍ଶଲ ପଟେଲ ୫ ଉଇକେଟ ନେଇଥିଲେ ଓ ଡିଭିଲର୍ସ ୪୮ ରନକରି ଦଳକୁ ୨ ଉଇକେଟରେ ବିଜୟୀ କରାଇଥିଲେ। କୋଲକାତା ବିପକ୍ଷରେ କୋହଲି ନିଜ ଦଳର ବ୍ୟାଟିଂକୁ ଆହୁରି ସୁଧାରିବାକୁ ପ୍ରୟାସ କରିବେ ବୋଲି ଆଶା କରାଯାଉଛି।
ଆରସିବି ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡିଭିଲର୍ସ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍‌ ରିଚାର୍ଡସନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ ଆଲେନ, ଶାହାବାଜ ଅହମଦ, ନବଦୀପ ସଇନି, ଆଡାମ ଜାମ୍ପା, କାଏଲ ଜେମିଶନ, ଗ୍ଲେନ ମ୍ୟାକ୍ସଓ୍ବେଲ, ରଜଦ ପଟିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, କେ.ଏସ. ଭାରତ, ସୂୟାଶ ପ୍ରଭୁଦେଶାଇ, ଡାନିଏଲ ସାମ୍ସ ଓ ହର୍ଶଲ ପଟେଲ।
କୋଲକାତା ଦଳ: ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା, ଟିମ୍‌ ସିଫର୍ଟ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, କୁଲଦୀପ ଯାଦବ, ଶିବମ ମାଭି, ଲୋକି ଫର୍ଗୁଶନ, ପ୍ୟାଟ୍‌ କୁମିନ୍ସ, କମଳେଶ ନାଗରକୋଟି, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସାକିବ ଅଲ ହାସନ, ଶେଲଡନ ଜ୍ୟାକଶନ, ବୈଭବ ଆରୋରା, ହରଭଜନ ସିଂ, କରୁନା ନାୟାର, ବେନ୍‌ କଟିଂ, ଭେଙ୍କଟେଶ ଆୟାର ଓ ପବନ ନେଗୀ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩.୩୦
କୋଲକାତା- ବାଙ୍ଗାଲୋର
ସ୍ଥାନ: ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମ ଚେନ୍ନାଇ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?