Posted inଖେଳ

ସୁପର ଜାଏଣ୍ଟ୍ସର ପ୍ରଥମ ବିଜୟ

ଲକ୍ଷ୍ନୌ,୩୧ା୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଟି୨୦ ଟୁର୍ନାମେଣ୍ଟରେ ଶନିବାର ପଞ୍ଜାବ କିଙ୍ଗ୍ସକୁ ୨୧ ରନ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଟସ୍‌ ହାରି ବ୍ୟାଟିଂ କରିଥିବା ସୁପର ଜାଏଣ୍ଟ୍ସ ୮ ଉଇକେଟ ହରାଇ ୧୯୯ ରନ୍‌ କରିଥିଲା। ଜବାବରେ । ପଞ୍ଜାବ ୨୦ ଓଭରରେ ୫ ଉଇକେଟ ହରାଇ ୧୭୮ ରନ୍‌ କରି ପାରିଥିଲା।

ଲକ୍ଷ୍ନୌ ପକ୍ଷରୁ ଡି କକ୍‌(୫୪) ଓ ରାହୁଲ (୧୫) ପ୍ରଥମ ଉଇକେଟରେ ୩୫ ରନ୍‌ ଯୋଡିଥିଲେ। ଗୋଟିଏ ପଟରୁ ଡି କକ୍‌ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟ ପଟରୁ ଉଇକେଟ ପତନ ଘଟିଥିଲା। ମାର୍କସ୍‌ ଷ୍ଟୋଇନିସ୍‌ ୨ ଛକା ସହ ୧୯ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଅଧିନାୟକ ରହିଥିବା ନିକୋଲାସ୍‌ ପୁରନ୍‌(୪୨) ଚମତ୍କାର ବ୍ୟାଟିଂ କରିବା ସହ ଚତୁର୍ଥ ଉଇକେଟରେ ଡି କକ୍‌ଙ୍କ ସହ ୪୭ ରନ୍‌ ଯୋଡିଥିଲେ। ଆଉଟ ହେବା ପୂର୍ବରୁ ଡି କକ୍‌ ୩୮ ବଲ୍‌ ଖେଳି ୫ ଚୌକା ଓ ୨ ଛକା ମାରିଥିଲେ। ନିକୋଲାସ୍‌ ପୁରନ ବିସ୍ଫୋରକ ବ୍ୟାଟିଂ କରିବା ସହ ୩ଟି ଲେଖାଏ ଛକା ଓ ଚୌକା ସହ ୨୧ ବଲ୍‌ ଖେଳି ୪୨ ରନ୍‌ କରିଥିଲେ। ଶେଷ ଆଡକୁ କୃଣାଲ ପାଣ୍ଡ୍ୟା ଦ୍ରୁତ ୪୩* ରନ୍‌ କରିଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ସାମ୍‌ କୁରାନ ୩,ଅର୍ଶଦୀପ ସିଂ ୨, କାଗିସୋ ରାବାଡା ଓ ରାହୁଲ ଚହର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶିଖର ଧାଓ୍ବନ(୭୦) ଓ ଜନି ବେୟାରଷ୍ଟୋ(୪୨) ପ୍ରଥମ ଉଇକେଟରେ ୧୦୨ ରନ୍‌ ଯୋଡିଥିଲେ। ତେବେ ଉଭୟ ଖେଳାଳି ଆଉଟ ହେବା ପରେ ପଞ୍ଜାବ ଇନିଂସ ଲାଇନଚ୍ୟୁତ ହୋଇଥିଲା। ଧାଓ୍ବନ ୫୦ ବଲ୍‌ ଖେଳି ୭ ଚୌକା ଓ ୩ ଛକା ସହ ୭୦ ରନ୍‌ କରିଥିଲେ। ଅନ୍ୟ ପକ୍ଷରେ ବେୟାରଷ୍ଟୋ ୩ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଇମ୍ପାକ୍ଟ ପ୍ଲେୟର ପ୍ରଭସିମରନ୍‌ ସିଂ ୭ ବଲ୍‌ରୁ ଦ୍ରୁତ ୧୯ ରନ୍‌ କରିଥିଲେ। ତେବେ ଜୀତେଶ ଶର୍ମା ୬ ଓ ସାମ୍‌ କୁରାନ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ। ପଦାର୍ପଣକାରୀ ମୟଙ୍କ ଯାଦବ ୩ ଉଇକେଟ ଓ ମୋହସିନ୍‌ ଖାନ୍‌ ୨ ଉଇକେଟ ନେଇଥିଲେ। ୧୭ ତମ ଓଭର ବୋଲିଂ କରୁଥିବା ମୋହସିନ୍‌ ଲଗାତାର ବଲ୍‌ରେ ଧାଓ୍ବନ ଓ କୁରାନଙ୍କୁ ଆଉଟ କରିବା ସହ ମ୍ୟାଚ୍‌ର ମୋଡ ସୁପର ଜାଏଣ୍ଟ୍ସ ଆଡକୁ ମୋଡି ଦେଇଥିଲେ।

ସଂକ୍ଷିପ୍ତ ସ୍କୋର
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୦ ଓଭରରେ ୧୯୯/୮(କ୍ୱିଣ୍ଟନ ଡି କକ୍‌-୫୪, କୃଣାଲ ପାଣ୍ଡ୍ୟା-୪୩*, ନିକୋଲାସ୍‌ ପୁରନ୍‌-୪୨, ସାମ୍‌ କୁରାନ-୩/୨୮, ଅର୍ଶଦୀପ ସିଂ-୨/୩୦, କାଗିସୋ ରାବାଡା-୧/୩୮)।
ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୧୭୮/୫(ଶିଖର ଧାଓ୍ବନ-୭୦, ଜନି ବେୟାରଷ୍ଟୋ-୪୨, ଲିଆମ ଲିଭିଙ୍ଗଷ୍ଟୋନ-୨୮*, ମୟଙ୍କ ଯାଦବ-୩/୨୭, ମୋହସିନ୍‌ ଖାନ୍‌-୨/୩୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ବିଜୟ ହାସଲ କଲା ସନ୍‌ରାଇଜର୍ସ: ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡରୁ ବିଦା

ହାଇଦ୍ରାବାଦ, ୮।୫: ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛି। ପରବର୍ତ୍ତୀ ମ୍ୟାଚ୍ ଖେଳିବା ପୂର୍ବରୁ ଏହା...

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ: ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ...

ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍‌ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…

ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍‌ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍‌ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା...

କଳିଙ୍ଗ ଷ୍ଟାଡିୟମରେ ୧୨ରୁ ଫେଡେରେଶନ କପ୍‌: ଆକର୍ଷଣରେ ନୀରଜ ଚୋପ୍ରା, କିଶୋର ଜେନା

ଭୁବନେଶ୍ୱର, ୮।୫ (ତପନ ସ୍ବାଇଁ): କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫...

ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍‌ରେ କ’ଣ ହେବ?

ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍‌ରେ ସେ ସେତେଟା ଭଲ...

VIDEO: ଆର୍‌ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା

ନୂଆଦିଲ୍ଲୀ,୮।୫: ଆଇପିଏଲ୍‌ ୨୦୨୪ର ଲିଗ୍‌ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି...

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri