Posted inଖେଳ

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌: ନଭେମ୍ବର ୮’ ରେ ଫାଇନାଲ

ନୂଆଦିଲ୍ଳୀ,୨୪।୭(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆହେୟାଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍‌ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। ଏ ନେଇ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ତେବେ ଆଇପିଏଲ୍‌ ଗଭର୍ନିଂ କାଉନସିଲ ଆସନ୍ତା ସପ୍ତାହରେ ବୈଠକ ବସି ଆଇପିଏଲ୍‌ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନେବ। ଆଇପିଏଲ କାର୍ଯ୍ୟସୂଚୀ ସ୍ଥିର କରାଯିବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। ଏ ସଂକ୍ରାନ୍ତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ଫ୍ରାଞ୍ଚାଇଜଗୁଡିକୁ ଅନୌପଚାରିକ ଭାବେ ଅବଗତ କରାଇଛି।
ଖୁବଶୀଘ୍ର ଗଭର୍ଣ୍ଣିଂ କାଉନସିଲ ବୈଠକ ବସିବ। କିନ୍ତୁ କାର୍ଯ୍ୟସୂଚୀକୁ ଅନ୍ତିମ ରୂପ ଦିଆଯାଇଛି। ଆଇପିଏଲ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନେଭେମ୍ବର ୮ ତାରିଖରେ ଶେଷ ହେବ। ସରକାର ମଧ୍ୟ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଅନୁମତି ଦେବେ ବୋଲି ପଟେଲ ଆଶା ପ୍ରକାଶ କରିଛନ୍ତି। ଆଇପିଏଲ ପୂରା ୫୧ ଦିନ ମଧ୍ୟରେ ଆୟୋଜନ ହେବ ସେ ଗୁରୁବାର ସ୍ପଷ୍ଟ କରିଛନ୍ତି।
କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଘୁଞ୍ଚାଇ ଦେଇଛି। ଫଳରେ ଆଇପିଏଲ୍‌ ଆୟୋଜନ ହେବା ନେଇ ବାଟ ଖୋଲିଥିଲା। ମହାମାରୀ କାରଣରୁ ବିଶ୍ୱକପ୍‌ ଆୟୋଜନ କରିବାକୁ ଅଷ୍ଟ୍ରେଲିଆ ଅକ୍ଷମତା ପ୍ରକାଶ କରିଥିଲା। କୋଭିଡ୍‌-୧୯ ବିରୋଧରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରାଯାଉଛି ଓ ଏ ନେଇ ବିସିସିଆଇ ଔପଚାରିକ ଭାବେ ଏମିରାଟ୍ସ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଛି।
ଆଗାମୀ କିଛି ଦିନ ମଧ୍ୟରେ ଏସ୍‌ଓପି ପ୍ରସ୍ତୁତ କରିବୁ। ତେବେ ଷ୍ଟାଡିୟମରେ ଦର୍ଶକଙ୍କୁ ମ୍ୟାଚ ଦେଖିବାର ସୁଯୋଗ ଦେବା ନେଇ ୟୁଏଇ ସରକାର ନିଷ୍ପତ୍ତି ନେବେ। ଏ ସଂକ୍ରାନ୍ତରେ ୟୁଏଇ ବୋର୍ଡକୁ ଆମେ ଔପଚାରିକ ଭାବେ ଚିଠି ଲେଖି ଜଣାଇବୁ ବୋଲି ପଟେଲ କହିଛନ୍ତି। ୟୁଏଇରେ ୩ଟି ଗ୍ରାଉଣ୍ଡ ଯଥା ଦୁବାଇ ଇଣ୍ଟନ୍ୟାଶନାଲ ଷ୍ଟାଡିୟମ, ସେଖ୍‌ ଜାଏଦ୍‌ ଷ୍ଟାଡିୟମ (ଆବୁଧାବି) ଓ ଶାରଝା ଗ୍ରାଉଣ୍ଡ ରହିଛି। ଏହି ୩ଟି ଷ୍ଟାଡିୟମ୍‌ର ଆଇପିଲେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ବିସିସିଆଇ ଆଇସିସି ଏକାଡେମୀର ଗ୍ରାଉଣ୍ଡଗୁଡିକୁ ଅଭ୍ୟାସ ପାଇଁ ହାତରେ ରଖିବ। ଆଇସିସି ଏକାଡେମୀରେ ୨ଟି ଫୁଲ ସାଇଜ୍‌ର କ୍ରିକେଟ ଗ୍ରାଉଣ୍ଡ ରହିଛି ଓ ଏଥିରେ ୩୮ଟି ଟର୍ଫ ପିଚ୍‌, ୬ଟି ଇନ୍‌ଡୋର ପିଚ୍‌, ୫୭୦୦ ସ୍କୋୟାର ଫୁଟର ଆଉଟ୍‌ଡୋର କଣ୍ଡିସନିଂ ଏରିଆ ସହିତ ଫିଜିଓଥେରାପି ଓ ମେଡିସିନ ସେଣ୍ଟର ରହିଛି। ଦୁବାଇରେ ହେଲ୍‌ଥ ପ୍ରୋଟୋକଲ ଅନୁସାରେ ନେଗେଟିଭ୍‌ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ଥିଲେ କୌଣସି ବ୍ୟକ୍ତି କ୍ୱାରାଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ନାହିଁ। ତେବେ ଯଦି ନେଗେଟିଭ୍‌ ରିପୋର୍ଟ ନାହିଁ ତାହାଲେ ଟେଷ୍ଟ କରିବାକୁ ହେବ। ପୂର୍ବରୁ ଆଇପିଏଲ୍‌ ସେପ୍ଟେମ୍ବର ୨୬ରେ ଆରମ୍ଭ ହେବା ବୋଲି ଅନୁମାନ କରାଯାଉଥିଲା। ତେବେ ଭାରତର ଅଷ୍ଟ୍ରେଲିଆ ଗସ୍ତ ନେଇ କୌଣସି ସମସ୍ୟା ନ ରଖିବାକୁ ବିସିସିଆଇ ଆଗୁଆ ଗୋଟିଏ ସପ୍ତାହ ଆଇପିଏଲ୍‌ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସରକାରଙ୍କ ନିୟମ ଅନୁସାରେ ଅଷ୍ଟ୍ରେଲିଆ ଭାରତୀୟ ଦଳ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ୱାରାଣ୍ଟାଇନାରେ ରହିବା ନିୟମ ରହିଛି। ଏଥିରେ ଡେରି ହେଲେ ସମସ୍ୟା ରହିବାର ସମ୍ଭାବନା ରହିଛି। ପୂରା ୭ ସପ୍ତାହ ଆଇପିଏଲ ଖେଳାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବାରୁ ବ୍ରାଡକାଷ୍ଟରମାନେ ଖୁସି ଅଛନ୍ତି। ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଟି ଲେଖାଏ ମ୍ୟାଚ ଖେଳାଯିବ। ଆଇପିଏଲ୍‌ ପରେ ଭାରତ ଅଷ୍ଟ୍ରେଲିଆରେ ଡିସେମ୍ବର ୩ ତାରିଖରୁ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଆରମ୍ଭ କରିବ। ଟ୍ରେନିଂ ନେବାକୁ ଗୋଟିଏ ମାସ ଅତିକମ୍‌ରେ ଜରୁରୀ। ତେଣୁ ଅଗଷ୍ଟ ୨୦ ସୁଦ୍ଧା ଫ୍ରାଞ୍ଚାଇଜ୍‌ମାନେ ବେସ୍‌ରେ ପହଞ୍ଚିବେ। ପ୍ରଥମେ ମାର୍ଚ୍ଚ ଶେଷରେ ଆଇପିଏଲ୍‌ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ କୋଭିଡ୍‌-୧୯ ମହାମାରୀ କାରଣରୁ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଆଇପିଏଲ ଚଳିତ ବର୍ଷ ଆୟୋଜନ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଜୋର ଦେଇ କହିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?