Posted inଖେଳ

ଆଇପିଏଲ୍‌ କ୍ୱାରାଣ୍ଟାଇନ୍‌: ଖେଳାଳିମାନେ ୬ ଦିନ ରୁମ୍‌ରେ ରହିବେ

ଦୁବାଇ, ୨୨ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ୬ଦିନ ପର୍ଯ୍ୟନ୍ତ ହୋଟେଲ ରୁମ୍‌ରେ ସୀମିତ ରହିବାକୁ ପଡ଼ିବ। ପ୍ରଥମ ଦିବସରେ ଖେଳାଳିମାନେ ଟ୍ରେନରଙ୍କ ଫିଟ୍‌ନେସ୍‌ ପ୍ଲାନ୍‌ କାର୍ଯ୍ୟକାରୀ କରିବା ପରେ ବାଲ୍‌କୋନୀରେ ପରସ୍ପର ସହିତ କଥାବାର୍ତ୍ତା ହୋଇଥିଲେ। ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଖେଳାଳିମାନେ ଗୁରୁବାର ଦୁବାଇରେ ପହଞ୍ଚତ୍ଥିବାବେଳେ କୋଲକାତା ନାଇଟ୍‌ ରାଇଡର୍ସ ରାତିରେ ଆବୁଧାବିରେ ଓହ୍ଲାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଅନୁସାରେ ରୟାଲ୍ସ ଦଳ ପ୍ରଥମ ଦିବସରେ ବିମାନ ବନ୍ଦରଠାରେ କୋଭିଡ୍‌-୧୯ ଟେଷ୍ଟ କରିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ଖେଳାଳିମାନଙ୍କର ଶୁକ୍ରବାର ଆଉ ଥରେ ଟେଷ୍ଟ ହୋଇଛି। ବିସିସିଆଇର ଏସ୍‌ଓପି ୧ମ, ୩ୟ ଓ ୬ଷ୍ଠ ଦିବସରେ ଟେଷ୍ଟିଂ ପରେ ଯାଇ ଟିମ୍‌ଗୁଡ଼ିକ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ। ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ୬ଦିନ ଆଇସୋଲେଶନ ପରିୟଡ୍‌ରେ ରୁମ୍‌ ବାହାରକୁ ଆସିବା ବାରଣଥିବାରୁ ଖେଳାଳିମାନେ ପରସ୍ପର ସହିତ କଥା ହେବା ଲାଗି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବାଲ୍‌କୋନୀର ପୂରା ଉପଯୋଗ କରିବେ। କିନ୍ତୁ ସେମାନଙ୍କୁ ସମସ୍ତ ସୋସିଆଲ ଡିଷ୍ଟାନ୍ସ ଗାଇଡ୍‌ଲାଇନ୍‌ ମାନି ଚଳିବାକୁ ହେବ। ରୟାଲ୍ସ ଦଳ ଏହାର ଆଉଟ୍‌ଡୋର୍‌ ଏରିଆ ଚିହ୍ନଟ କରିଛି। ତେବେ ପାଖ ରୁମ୍‌ରେ ରହିଥିବା ସାଥୀ ଖେଳାଳି ଯଦି ବାହାରକୁ ବାହାରିଥିବେ ଜଣେ ଖେଳାଳି ଏହାକୁ ବ୍ୟବହାର କରିପାରିବ ନାହିଁ। ଆଉଟ୍‌ଡୋର ଏରିଆକୁ ଖେଳାଳିମାନେ ପାଳି କରି ବ୍ୟବହାର କରିପାରିବେ। କିଙ୍ଗ୍ସ ଇଲେଭେନ ଖେଳାଳିମାନେ ବାଲ୍‌କୋନୀର ସହାୟତା ନେଇ ସେମାନଙ୍କ ନିକଟ ପଡୋଶୀଙ୍କ ସହିତ କଥାବାର୍ତ୍ତା ହୋଇ ପାରିବେ। ଦୁବାଇରେ ତାଙ୍କ ପ୍ରଥମ ସକାଳ ଶୀର୍ଷକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରୟାଲ୍ସ ପେସ୍‌ ବୋଲର ଜୟଦେବ ଉନାଡ୍‌କଟ୍‌। ଫିଟ୍‌ନେସ୍‌ ପାଇଁ ନିଜରୁମ୍‌ରେ ଏୟାର ସାଇକେଲ ସହିତ ଏବଂ ଆଉଟଡୋର୍‌ ଏରିଆରେ ତାଙ୍କ ଯୋଗ ସେସନର ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ମହିଳା କ୍ରିକେଟରଙ୍କୁ ବାଉନ୍ସର ମାରିବାକୁ ଚେତାବନୀ ଦେଇଥିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ

ଦିନେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି ଡାନିଏଲ୍‌ ଓ୍ବାଟ୍‌ ଏବଂ ସଚିନ ତେନ୍ଦୁଲକରଙ୍କ...

ଆର୍‌ସିଏ ନିର୍ବାଚନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଲଢ଼ିବେ

ଜୟପୁର,୧୩।୯(ପିଟି): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ରାଜସ୍ଥାନ କ୍ରିକେଟ ଆସୋସିଏଶନ(ଆରସିଏ) ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିସିସିଆଇ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଆସୋସିଏଶନର ନିର୍ବାଚନ...

ଶୁଟିଂରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ

ହାଙ୍ଗଝୋ,୨୭।୯ : ୨୦୨୩ ଏସିଆନ ଗେମ୍ସରେ ୨୫ ମିଟର ଶୁଟିଂ ଦଳ ଭାରତ ଦ୍ୱିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ପାଇଛି। ମନୁ ଭାକର, ଇଶା...

ଟସ ଜିତିଲା ଏମଆଇ, ପ୍ରଥମେ ବୋଲିଂ…

ମୁମ୍ବାଇ,୯।୫ : ଆଇପିଏଲ ୨୦୨୩ର ୫୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ମଧ୍ୟରେ ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ...

ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଚହଲ: ଲକ୍‌ଡାଉନ୍‌ରେ ଆଗକୁ ବଢ଼ିଥିଲା କଥା

ନୂଆଦିଲ୍ଲୀ,୨୩।୧୨: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ...

୪୫ ବର୍ଷ ପୂର୍ବେ ଏକମାତ୍ର ବିଶ୍ୱକପ୍‌ ଜିତିଥିଲା ଭାରତ

ନୂଆଦିଲ୍ଲୀ,୧୬।୩(ପି.ଟି.)- ଚାରି ଦଶନ୍ଧି ପୂର୍ବେ ଭାରତୀୟ ହକି ଦଳ ଆଜିର ଦିନରେ ତା’ର ଏକମାତ୍ର ବିଶ୍ୱକପ୍‌ ଜିତିଥିଲା। ଏହା ଭାରତୀୟ ହକି ଦଳର ଏକ ଜାଜ୍ୱଲ୍ୟମୟ...

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଆରମ୍ଭ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାରଠାରୁ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ବିଶେଷ ଦକ୍ଷତା ଥିବା...

‘ଭାରତ ବିପକ୍ଷରେ ଓପନିଂ କରନ୍ତୁ ପୁକୋଭସ୍କି’

ମେଲବୋର୍ନ, ୧୦ା୧୧ (ପି.ଟି.)-ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ତରଫରୁ ଓପନିଂ କରିବା ଲାଗି ଯୁବ ଖେଳାଳି ଓ୍ବିଲ୍‌ ପୁକୋଭସ୍କିଙ୍କୁ...

Advertisement
Archives

Model This Week