Posted inଖେଳ

ଆଇପିଏଲ୍‌:ଫୋକସ୍‌ରେ ନୂଆ ଅଧିନାୟକ ପନ୍ତ, ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ଏକାଧିକ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭।୪(ପି.ଟି.): ଆଉ ଦୁଇ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହେବାକୁ ଯାଉଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି। ଯୁବ ତଥା ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଫଳରେ ପନ୍ତ ସମସ୍ତଙ୍କ ନଜରରେ ରହିଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜିତ ହୋଇଥିବା ଗତ ସଂସ୍କରଣରେ ଦିଲ୍ଲୀ ଶ୍ରେୟାସ ଆୟାରଙ୍କ ନେତୃତ୍ୱରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇ ରନର୍ସଅପ ବିବେଚିତ ହୋଇଥିଲା। ଏଥର କିନ୍ତୁ ଦିଲ୍ଲୀ ଆଉ ଗୋଟିଏ ପାଦ ଉପରକୁ ଯାଇ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ତେବେ ଦଳ ପାଇଁ ଏଥର ଆଗକୁ ବିଭିନ୍ନ ଦୃଷ୍ଟିକୋଣରୁ ଚ୍ୟାଲେଞ୍ଜ୍‌ ରହିଛି ବୋଲି ଦିଲ୍ଲୀ ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଥିବ। ପନ୍ତ ଏବେ ଜଣେ ପରପକ୍ୱ ବ୍ୟାଟ୍ସମ୍ୟାନ ତଥା ଉଇକେଟକିପର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଫଳରେ ତାଙ୍କ ଉପରେ ପ୍ରଶଂସକ ବହୁତ କିଛି ଆଶା ରଖିଛନ୍ତି।
ଦିଲ୍ଲୀର ବ୍ୟାଟିଂ ଲାଇନ୍‌ ଜବରଦସ୍ତ ରହିଛି। ସେହିପରି ଦ୍ରୁତ ବୋଲିଂରେ ମଧ୍ୟ ଦିଲ୍ଲୀ ବେଶ୍‌ ଶକ୍ତିଶାଳୀ ମନେହେଉଛି। ତେଣୁ ଦିଲ୍ଲୀ ଏଥର ମଧ୍ୟ ଟାଇଟଲ ପାଇଁ ଦୃଢ଼ ଦାବିଦାର ମନେହେଉଛି। ଇଞ୍ଜୁରି କାରଣରୁ ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଆଇପିଏଲ୍‌ରୁ ବାଦ୍‌ ପଡିଛନ୍ତି। ତେଣୁ ପନ୍ତଙ୍କୁ ନୂଆ ଅଧିନାୟକ ରୂପେ ଦାୟିତ୍ୱ ପ୍ରଦାନ କରାଯାଇଛି। ୨୦୧୯ରେ ମଧ୍ୟ ଦିଲ୍ଲୀ ଦ୍ୱିତୀୟ ରନର୍ସଅପ ବିବେଚତ ହୋଇଥିଲା। ତେଣୁ ସମୟକ୍ରମେ ଦିଲ୍ଲୀର ପ୍ରଦର୍ଶନରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଦିଲ୍ଲୀ ଏପ୍ରିଲ ୧୦ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
ଦଳର ଶକ୍ତି
ଟୁର୍ନାମେଣ୍ଟରେ ଦିଲ୍ଲୀ ସବୁଠାରୁ ସନ୍ତୁଳିତ ଦଳ ବିବେଚିତ ହେଉଛି। ବ୍ୟାଟିଂ ଓ ଦ୍ରୁତ ବୋଲିଂରେ ଦିଲ୍ଲୀ ଅନ୍ୟ ଦଳଗୁଡିକଠାରୁ ଆଗରେ ରହିଛି। ଅଭିଜ୍ଞ ଓପନର ଶିଖର ଧାଓ୍ବନ, ପୃଥ୍ବୀ ଶ ଓ ଅଜିଙ୍କ୍ୟ ରାହାନେଙ୍କୁ ନେଇ ଟପ୍‌ ଅର୍ଡରରେ ବେଶ୍‌ ଶକ୍ତିଶାଳୀ ରହିଛି। ପନ୍ତଙ୍କ ସମେତ ମାର୍କସ ଷ୍ଟୋଇନିସ୍‌, ଶିମରନ ହେଟମେୟର ଓ ସାମ ବିଲିଙ୍ଗ୍ସଙ୍କୁ ନେଇ ମିଡ୍‌ଲ ଅର୍ଡର ମଧ୍ୟ ଦୃଢ଼ ରହିଛି। ଅଭିଜ୍ଞ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସାମିଲ ହେବା ପରେ ଦଳର ବ୍ୟାଟିଂ ଆହୁରି ଦୃଢ ହୋଇଛି ଓ ଏଥିରେ ପରିପକ୍ୱତା ଆସିଛି। ଗତ ସଂସ୍କରଣରେ ଧାଓ୍ବନ ୬୧୮ ରନ କରିଥିଲେ ଓ ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଗତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସେ ୯୮ ଓ ୬୭ ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ଥିବା ସୂଚନା ଦେଇଛନ୍ତି।
ସେହିପରି ପୃଥ୍ବୀ ବିଜୟ ହଜାରେ ଟ୍ରଫିରେ ୮୨୭ ରନ ସଂଗ୍ରହ କରି ଭଲ ଫର୍ମରେ ରହିଛନ୍ତି। ସେହିପରି ପନ୍ତ ଗତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ସିରିଜରେ ମ୍ୟାଚ୍‌ ଓ୍ବିନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ପନ୍ତ, ଅଲରାଉଣ୍ଡର ଷ୍ଟୋଇନିସ୍‌ ଓ ବିଲିଙ୍ଗ୍ସ ଫିନିଶର ଭୂମିକାରେ ଅବତୀର୍ଣ୍ଣ ହେବେ। ବୋଲିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦକ୍ଷିଣ ଆଫ୍ରିକାର ଦୁଇ ଦ୍ରୁତ ବୋଲର କାଗିସୋ ରବାଡ଼ା (୨୦୨୦ ପର୍ପଲ କ୍ୟାପ ବିଜେତା) ଓ ଅନରିଚ ନୋର୍ଜ ଏଥର ଉପଯୋଗୀ ସାବ୍ୟସ୍ତ ହେବେ। ଗତ ସଂସ୍କରଣରେ ଏହି ଦୁଇ ବୋଲର ମିଳିତ ଭାବେ ୫୨ଟି ଉଇକେଟ ହାସଲ କରିଥିଲେ। ସେହିପରି କ୍ରିସ୍‌ ଓ୍ବକ୍ସ, ଈଶାନ୍ତ ଶର୍ମା ଓ ଉମେଶ ଯାଦବ ମଧ୍ୟ ବୋଲିଂରେ ଏକାଧିକ ବିକଳ୍ପ ସୃଷ୍ଟି କରିଛନ୍ତି।
ଦୁର୍ବଳତା
ଦଳରେ ପର୍ଯ୍ୟାପ୍ତ କ୍ୱାଲିଟି ଖେଳାଳି ନାହାନ୍ତି ଓ ଦଳର ଏହା ସବୁଠାରୁ ବଡ଼ ଦୁର୍ବଳତା। ପୁଣି ବିକଳ୍ପ ଅର୍ଥାତ ବଦଳ ଖେଳାଳି ମଧ୍ୟ ଆବଶ୍ୟକ ସଂଖ୍ୟାରେ ନାହାନ୍ତି। ରାବାଡ଼ା ଓ ନୋର୍ଜଙ୍କୁ ମଧ୍ୟ ଅବଶ୍ୟକ ସ୍ଥଳେ ବିଶ୍ରାମ ଦିଆଯିବା କଷ୍ଟକର ହେବ। ସେହିପରି ଉଇକେଟକିପିଂରେ ପନ୍ତଙ୍କର ବଦଳ ଖେଳାଳି ନାହାନ୍ତି। ଦଳରେ କେରଳ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଷ୍ଣୁ ବିନୋଦ ସାମିଲ ହୋଇଥିଲେ ମଧ୍ୟ ସେ ସେତେଟା ପରିପକ୍ୱ ନୁହନ୍ତି। ପୁଣି ଉମେଶ ଓ ଈଶାନ୍ତ ଗତ କିଛି ମାସରେ ହ୍ବାଇଟ ବଲ୍‌ ଅର୍ଥାତ ସୀମିତ ଓଭର କ୍ରିକେଟ ଖେଳିନାହାନ୍ତି।
ସୁଯୋଗ
ଚ୍ୟାଲେଞ୍ଜ ଥିଲେ ମଧ୍ୟ ପନ୍ତ ଓ ଅନ୍ୟ ଯୁବ ଖେଳାଳିଙ୍କ ପାଇଁ ଅଲଗା କିଛି କରିଦେଖାଇବାର ସୁଯୋଗ ରହିଛି। ଧୋନୀଙ୍କ ପ୍ରଭାବରୁ ମୁକ୍ତ ହୋଇ ପନ୍ତ ଯଦି ଦଳକୁ ଚାମ୍ପିୟନ କରାଇବାରେ ସଫଳ ହୁଅନ୍ତି ତା’ହେଲେ ଏହା ଏକ ବଡ଼ ଉପଲବ୍ଧି ହେବ। ଆଗକୁ ଘରୋଇ ପରିବେଶରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଆଇପିଏଲ ପନ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ସେହିପରି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ମଧ୍ୟ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତିର ସୁଯୋଗ ପାଇବେ।
ଆଶଙ୍କା
ନେତୃତ୍ୱ ପାଇଥିବାରୁ ପନ୍ତ ନିଜର ସ୍ବାଭାବିକ ଖେଳ ଖେଳିବା ନେଇ ଆଶଙ୍କା ରହିଛି। ନେତୃତ୍ୱର ଅତିରିକ୍ତ ଦାୟିତ୍ୱ ତାଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ରାବାଡା ଓ ନୋର୍ଜଙ୍କ ବିକଳ୍ପ ଭାବେ ଉମେଶ ଓ ଈଶାନ୍ତ ସେତେଟା ସଫଳ ହେବା ନେଇ ଆଶଙ୍କା ରହିଛି। ଗତବର୍ଷ ଦିଲ୍ଲୀ ୭ଟି ବିଜୟ ପରେ କ୍ରମାଗତ ୪ଟି ପରାଜୟ ବରଣ କରିଥିଲା। ଫଳରେ ପ୍ଲେ ଅଫ୍‌ରେ ସ୍ଥାନ ହାସଲ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ଏଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଏଥର ମଧ୍ୟ ରହିଛି।
ଦିଲ୍ଲୀ ଦଳ: ରିଷଭ ପନ୍ତ (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମ୍ୟାନ ମେରିଓ୍ବାଲା, ଏମ. ସିଦ୍ଧାର୍ଥ, ଟମ୍‌ କୁରନ ଓ ସାମ ବିଲିଙ୍ଗ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri