Posted inଖେଳ

ଆଇପିଏଲ୍‌: କ୍ରୁନାଲଙ୍କ ଆଚରଣକୁ ନାପସନ୍ଦ

ମୁମ୍ବାଇ,୨୫।୪: ଚଳତି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୫ଥର ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ଦଳ ଏ ପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୩ ପରାଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଶୁକ୍ରବାର ମୁମ୍ବାଇ ପଞ୍ଜାବ କିଙ୍ଗ୍ସଠାରୁ ପରାସ୍ତ ହୋଇଥିଲା। ଦଳର ବ୍ୟାଟିଂ ବିଫଳତାକୁ ଦୁର୍ବଳ ପ୍ରଦର୍ଶନ ପାଇଁ ଦାୟୀ କରାଯାଇଛି। ଗତଥରର ଚାମ୍ପିୟନ ମୁମ୍ବାଇ ଏ ପର୍ଯ୍ୟନ୍ତ ୧୬୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିପାରିନାହିଁ।
କ୍ୱିଣ୍ଟନ ଡିକକ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କୁ ନେଇ ମୁମ୍ବାଇର ଟପ୍‌ ଅର୍ଡର ଏଥର ଚମକ ଦେଖାଇପାରି ନାହାନ୍ତି। ତେବେ ପ୍ରକୃତ ସମସ୍ୟା ରହିଛି ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା ଓ କିରନ ପୋଲାର୍ଡଙ୍କ ବିଫଳତାରେ। ହାର୍ଦ୍ଦିକ ଭଲ ବ୍ୟାଟିଂ କରିପାରୁ ନ ଥିବା ବେଳେ ବୋଲିଂ ମଧ୍ୟ କରୁନାହାନ୍ତି। ଫଳରେ ଦଳର ସନ୍ତୁଳନ ରହୁନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭଲ ଖେଳିଥିଲେ ମଧ୍ୟ କୃନାଲ ଏଥର ଆଇପିଏଲ୍‌ରେ ବିଫଳ ହୋଇଛନ୍ତି। ୫ଟି ଇନିଂସରେ ସେ ୭.୨୫ ହାରରେ ୧୦୭. ୪୦ ଷ୍ଟ୍ରାଇକ ରେଟ୍‌ରେ ମାତ୍ର ୨୯ ରନ ସଂଗ୍ରହ କରିଛନ୍ତି। ପୁଣି ସ୍ପିନକୁ ସୁହାଉଥିବା ପିଚ୍‌ରେ ସେ ମାତ୍ର ୩ଟି ଉଇକେଟ ଅକ୍ତିଆର କରିଛନ୍ତି। ୧୬ ଓଭର ବୋଲିଂ କରି ସେ ୩୮.୬୬ ହାରରେ ୧୧୬ ରନ ବ୍ୟୟ କରିଛନ୍ତି। ପଡିଆରେ ତାଙ୍କର ଆକ୍ରମଣାତ୍ମକ ଆଚରଣକୁ ମଧ୍ୟ ନାପସନ୍ଦ କରାଯାଉଛି। ବୋଲିଂ କରିବା ବେଳେ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଖେଳାଯାଉଥିବା ଶଟ୍‌କୁ ଧରିବାର କୌଣସି ସମ୍ଭାବନା କିମ୍ବା ଅବକାଶ ନ ଥିଲେ ମଧ୍ୟ ସେ ଫିଲ୍ଡରଙ୍କ ଉପରେ ଅସନ୍ତୋଷ ଜାହିର କରି କ୍ରୋଧ ପ୍ରକାଶ କରୁଛନ୍ତି। ତାଙ୍କର ଏହି ଅବାଞ୍ଚିତ ଆଚରଣକୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଟ୍ରୋଲ କରୁଛନ୍ତି। ପଡିଆରେ ଏଭଳି ଆଚରଣ ଗ୍ରହଣୀୟ ନୁହେଁ ବୋଲି ପ୍ରଶଂସକମାନେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଉପହାର ଦେଲେ ରାହାନେ, ଯାହାକୁ ସାରା ଜୀବନ ଭୁଲିପାରିବେନି ସିରାଜ୍‌

ମେଲବୋର୍ନ,୨୯।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରୁ ସ୍ମରଣୀୟ ଡେବ୍ୟୁ କରିଥିବା ମହମ୍ମଦ ସିରାଜଙ୍କୁ ଚତୁର୍ଥ ଦିନରେ ଅଧିତ୍ନାୟକ ଅଜିଙ୍କେ ରାହାନେ ଉପହାର ଦେଇଥିଲେ,...

ପୁଣି କ୍ରିକେଟକୁ ଫେରିବା ନେଇ କ’ଣ କହିଲେ ଧୋନୀ

ମୁମ୍ବାଇ,୨୮।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟକୁ କେବେ ଫେରିବା ସେନେଇ କୌଣସି ସୂଚନା ନ ଥିବାବେଳେ ଏହା ଉପରୁ ନିଜେ...

ଆଡ୍‌ଭାନୀ ଫାଇନାଲରେ

ମଣ୍ଡାଲେ (ମ୍ୟାନ୍‌ମାର), ୧୫ା୯ (ପି.ଟି.)-ଭାରତର ଟପ୍‌ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଚାଲିଥିବା ଆଇବିଏସ୍‌ଏଫ୍‌ ଓ୍ବାଲର୍‌ଡ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଇଂଲଣ୍ଡର...

‘ବୁମରା ମୋତେ ଆଉଟ୍‌ କରିବାକୁ ଚାହୁଁ ନ ଥିଲେ’

ଲିଡ୍ସ,୨୪।୮ : ଲଡର୍‌ସଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ପେସର ଯଶପ୍ରୀତ ବୁମରା ପ୍ରତିପକ୍ଷ ଦଳର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ଓ...

ଇଣ୍ଡିଆନ ସୁପର ଲିଗ୍‌: ସମ୍ମାନ ପାଇଁ ଓଡ଼ିଶା ଏଫ୍‌ସି ଖେଳିବ

ଗୋଆ,୧୧।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ପ୍ଲେ- ଅଫ୍‌ ଆଶା ଏକପ୍ରକାର ଶେଷ ହୋଇଛି। ଗୁରୁବାର ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଓଡ଼ିଶା...

ଦଣ୍ଡିତ ହେଲା ଶ୍ରୀଲଙ୍କା ଦଳ

କଲମ୍ବୋ,୧୦।୬: ଅଷ୍ଟ୍ରେଲିଆ ବିପକ୍ଷରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଶ୍ରୀଲଙ୍କା ଦଳକୁ ଦଣ୍ଡିତ ହେବାକୁ ପଡ଼ିଛି। ଘରୋଇ ଦଳ...

ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧା ସାଜିପାରନ୍ତି ୧୪୦ କିଲୋ କ୍ରିକେଟର୍‌

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮:ଭାରତୀୟ କ୍ରିକେଟ ଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଛି। ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଏକଦିବସୀୟ ସିରିଜ୍‌ ଖେଳୁଛି। ଏହାପରେ ଆରମ୍ଭ ହେବ ଟେଷ୍ଟ...

ଆଇପିଏଲ୍‌: ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୨୧ା୯(ପି.ଟି.): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ...

Advertisement
Archives

Model This Week