ଆଇପିଏଲ୍‌: ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ, ରାଜସ୍ଥାନ

ଆବୁଧାବି, ୧୯।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରୁଥିବା ଦୁଇ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ସୋମବାର ମୁହଁାମୁହିଁ ହେବେ। ପ୍ଲେ- ଅଫ୍‌ ଆଶା ବଜାୟ ରଖିବାକୁ ଉଭୟ ଦଳ ବିଜୟୀ ହେବା ଜରୁରୀ ହୋଇ ପଡିଛି। ଫଳରେ ଏହି ମ୍ୟାଚ୍‌ର ଗୁରୁତ୍ୱ ବଢ଼ିଯାଇଛି। ପରାସ୍ତ ହେଲେ ପ୍ଲେ- ଅଫ୍‌ରେ ସ୍ଥାନ ବଜାୟ ରଖିବା କଷ୍ଟକର ହେବ ବୋଲି ଉଭୟ ଦଳ ହୃଦୟଙ୍ଗମ କରିଥିବେ। ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ଉଭୟ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି।
ଚେନ୍ନାଇ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ୬ ପରାଜୟ ସହ ୬ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୩ ବିଜୟ ଓ ୬ ପରାଜୟ ସହ ସମାନ ୬ ପଏଣ୍ଟ ହାସଲ କରିଥିଲେ ମଧ୍ୟ ନେଟ୍‌ ରନ୍‌ ରେଟ୍‌ ଦୃଷ୍ଟିକୋଣରୁ ପଛରେ ରହି ସପ୍ତମ ସ୍ଥାନରେ ରହିଛି। ଉଭୟ ଦଳ ଏବେ ଆଉ ବାକିଥିବା ୫ଟି ମ୍ୟାଚ୍‌ ଖେଳିବେ। ତେଣୁ ଉଭୟ ଦଳ ପାଇଁ ଆଗକୁ କଷ୍ଟକର ପରସ୍ଥିତି ରହିଛି। ତେଣୁ ଦୁଇ ଦଳକୁ ପ୍ରାୟ ସବୁ ମ୍ୟାଚ୍‌ରେ ବିଜୟୀ ହେବା ଭଳି ପରସ୍ଥିତି ସୃଷ୍ଟି ହୋଇଛି।
ଶନିବାର ଦୁଇ ଦଳ ସେମାନଙ୍କ ଗତ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ୫ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହୋଇଥିବା ବେଳେ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ମ୍ୟାଚ୍‌ ହାରିଥିଲା। ଗ୍ରୋନ ଇଞ୍ଜୁରୀ କାରଣରୁ ତାରକା ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଅତି କମ୍‌ରେ କିଛିଦିନ ପାଇଁ ବାଦ୍‌ ପଡିଛନ୍ତି। ଫଳରେ ଚେନ୍ନାଇର ସମସ୍ୟା ଆହୁରି ବଢିଯାଇଛି। ସନରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇବା ପରେ ଚେନ୍ନାଇ ଏକ ପ୍ରକାର ଟ୍ରାକ୍‌କୁ ଫେରିଥିଲା। ତେବେ ଗତ ମ୍ୟାଚ୍‌ ଦୁର୍ବଳ ଫିଲ୍ଡିଂ ଓ ଶିଖର ଧାଓ୍ବନଙ୍କ ମ୍ୟାଚ୍‌ ବିଜୟୀ ଶତକ ପାଇ ଚେନ୍ନାଇ ପୁଣି ପରାସ୍ତ ହୋଇଥିଲା। ଏକାଧିକ ଜୀବନଦାନ ପାଇ ଧାଓ୍ବନ କ୍ୟାରିୟରର ପ୍ରଥମ ଆଇପିଏଲ ଶତକ ହାସଲ କରିଥିଲେ। ଶେଷରେ ଅନ୍ତିମ ଓଭରରେ ଅକ୍ଷର ପଟେଲ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ୩ଟି ଛକା ମାରି ଚେନ୍ନାଇକୁ ଷଷ୍ଠ ପରାଜୟ ଭେଟି ଦେଇଥିଲେ। ଚେନ୍ନାଇ ଫିଲ୍ଡରମାନେ ଧାଓ୍ବନ ୨୫ ଓ ୭୯ ରନ କରିଥିବା ବେଳେ କ୍ୟାଚ୍‌ ଛାଡିଥିଲେ। ତେଣୁ ଫିଲ୍ଡିଂରେ ଚେନ୍ନାଇ ଉନ୍ନତି କରିବାକୁ ପ୍ରୟାସ କରିବ। କ୍ୟାଚ୍‌ ଛାଡିଥିଲେ ମଧ୍ୟ ଧାଓ୍ବନଙ୍କୁ ଶ୍ରେୟ ଦେବାକୁ ହେବ ବୋଲି ଧୋନୀ ମ୍ୟାଚ୍‌ ପରେ କହିଛନ୍ତି।
ଅପରପକ୍ଷରେ ରାଜସ୍ଥାନ ମଧ୍ୟ ଏକାଧିକ ସମସ୍ୟାରେ ରହିଛି। ବିଜୟକୁ ଅତି ନିକଟରୁ ହାତଛଡା କରିଛି ଏହି ଦଳ। ତେବେ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଫର୍ମକୁ ଫେରିବା ଦଳ ପାଇଁ ଏକ ଖୁସି ଖବର। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ୫୭ ରନର ଦ୍ରୁତ ପାଳି ଖେଳିଥିଲେ। ତେବେ ଦଳରେ ବିଳମ୍ବରେ ଯୋଗ ଦେଇଥିବା ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏପର୍ଯ୍ୟନ୍ତ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ପୁଣି ଜୋଶ ବଟଲର ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଫଳରେ ଦଳର ପ୍ରଦର୍ଶନ ପ୍ରଭାବିତ ହୋଇଛି। ଟୁର୍ନାମେଣ୍ଟ ଆରମ୍ଭରେ ଦମ୍‌ଦାର ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ପରେ ଫେଲ୍‌ ମାରିଛନ୍ତି। ରବିନ୍‌ ଉଥାପ୍ପା ଏବେ ଫର୍ମକୁ ଫେରିବାର ସୂଚାନ ଦେଇଛନ୍ତି। ଗତ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ୨୨ ବଲରୁ ୪୧ ରନ କରିଥିଲେ। ଜୋଫ୍ରା ଆର୍ଚରଙ୍କ ନେତୃତ୍ୱରେ ରାଜସ୍ଥାନ ବୋଲିଂ ବିଭାଗ ମାମୁଲି ମନେହେଉଛି। ଭଉୟ ଦଳ ପାଇଁ ବିଜୟ ଜରୁରୀ ଥିବାରୁ ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ୍‌ ଡୁପ୍ଲେସି, ଶେନ୍‌ ଓ୍ବାଟସନ, କେଦାର ଯାଦବ, ଡ୍ବେନ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଲୁନ୍‌ଗି ଏନ୍‌ଗିଡି, ଦୀପକ ଚହର, ପୀୟୂଷ ଚାଓ୍ବଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର, ଜୋଶ ହାଜେଲଉଡ, ଶାର୍ଦ୍ଦୁଲ ଠାକୁର, ସାମ କୁରାନ, ଏନ୍‌. ଜଗଦୀଶନ, କେ.ଏମ. ସୌଫ, ମୋନୁ କୁମାର, ଆର. ସାଇ କିଶୋର, ଋତୁରାଜ ଗାଏକ୍ୱାଡ ଓ କର୍ନ ଶର୍ମା।
ରାଜସ୍ଥାନ ରୟାଲ୍ସ: ଷ୍ଟିଭ ସ୍ମିଥ୍‌ (ଅଧିନାୟକ), ବେନ୍‌ ଷ୍ଟୋକ୍ସ, ସଞ୍ଜୁ ସାମସନ, ଆଣ୍ଡ୍ର୍ୟୁ ଟାଏ, କାର୍ତ୍ତିକ ତ୍ୟାଗୀ, ଅଙ୍କିତ୍‌ ରାଜପୁତ, ଶ୍ରେୟାସ ଗୋପାଲ, ରାହୁଲ ଟଓ୍ବୋଟିଆ, ଜୟଦେବ ଉନାଡକଟ, ମୟଙ୍କ ମାର୍କଣ୍ଡେ, ମହୀପାଲ ଲୋମରର, ଓସେଶ ଥୋମାସ, ରିୟାନ ପରାଗ, ଯଶସ୍ବୀ ଜୟସ୍ବାଲ, ଆନୁଜ ରାଓ୍ବତ୍‌, ଆକାଶ ସିଂ, ଡେଭିଡ ମିଲର, ମନନ ଭୋରା, ଶଶାଙ୍କ ସିଂ, ବରୁନ ଆରୋନ, ଟମ୍‌ କୁରାନ, ରବିନ ଉଥାପ୍ପା, ଅନିରୁଦ୍ଧ ଯୋଶୀ ଓ ଜୋଫ୍ରା ଆର୍ଚର।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?