Posted inଖେଳ

ଆଇପିଏଲ୍‌ ନିଲାମ: ଚକିତ କରିଥିବା ଖେଳାଳି

ମାଡ୍ରାସ, ୧୯ା୨(ପି.ଟି.)-ଗୁରୁବାର ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମରେ ବହୁ ଖେଳାଳି ଅପ୍ରତ୍ୟାଶିତ ମୂଲ୍ୟରେ ବିକ୍ରି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସ୍ପିନ ଅଲରାଉଣ୍ଡର କ୍ରିଷ୍ଣାପ୍ପା ଗୋଥାମ୍‌। ତାଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାଙ୍କୁ ୯.୨୫ କୋଟି ଟଙ୍କାରେ ନେଇଛି। କର୍ନାଟକର ଏହି ୩୨ ବର୍ଷୀୟ ଅଲରାଉଣ୍ଡର ଆଇପିଏଲ ପାଇଁ ନୂଆ ନୁହନ୍ତି। ସେ ଏହି ଟି୨୦ ଲିଗ୍‌ରେ ଏକାଧିକ ଦଳ ତରଫରୁ ଖେଳିଛନ୍ତି। ନିକଟ ଅତୀତରେ ସେ ପଞ୍ଜାବ କିଙ୍ଗ୍ସ ତରଫରୁ ଖେଳିଛନ୍ତି। ସେ ବଲ୍‌କୁ ସ୍ପିନ କରିପାରନ୍ତି। ଆବଶ୍ୟକ ସ୍ଥଳେ ବଡ଼ ଶଟ୍‌ ଖେଳିପାରନ୍ତି। ସେ ତାଙ୍କ ଅଫ୍‌ ସ୍ପିନ ବୋଲିଂରେ ଭାରତ ଅଧିନାୟକ ବିରାଟ କୋହଲିଙ୍କୁ ଦୁଇଥର ଆଉଟ୍‌ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ଦ୍ୱାରା ରିଲିଜ ହୋଇଥିବା ଏହି ଖେଳାଳିଙ୍କୁ ସିଏସ୍‌କେ ଏତେ ଦାମ୍‌ରେ କିଣିବାରେ ଗୋଥାମ ନିଜେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ସେ ୪୨ ପ୍ରଥମଶ୍ରେଣୀ ଗେମ୍‌ ଖେଳି ୧୦୪୫ ରନ କରିଥିବାବେଳେ ୧୬୬ ଉଇକେଟ ଅକ୍ତିଆର କରିଛନ୍ତି।
ଶାହରୁଖ ଖାନ୍‌
ବଲିଉଡ୍‌ ଷ୍ଟାରଙ୍କ ନାମଧାରୀ ସ୍ପିନ ଅଲରାଉଣ୍ଡ ଶାହରୁଖ ଖାନ୍‌ଙ୍କୁ ପଞ୍ଜାବ କିଙ୍ଗ୍ସ ୫.୨୫ କୋଟି ଟଙ୍କାରେ କ୍ରୟ କରିଛି, ଯାହାଙ୍କ ବେସ୍‌ ପ୍ରାଇସ ୨୦ ଲକ୍ଷ ଟଙ୍କା ରହିଥିଲା। ତାମିଲନାଡୁର ଏହି ବ୍ୟାଟ୍ସମ୍ୟାନ ବଡ଼ ଶଟ ଖେଳିପାରନ୍ତି। ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଜଣେ ଫିନିଶର ଭାବେ ତାଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତି। ଚଳିତବର୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜ ଦଳକୁ ଜିତାଇବାରେ ୨୫ବର୍ଷୀୟ ଶାହରୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗତବର୍ଷ ସେ ନିଲାମରେ ଅଲୋଡା ହୋଇପଡ଼ିଥିଲେ। ସେ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତନ୍ମଧ୍ୟରେ ସେ ଥରେ ୯୨ ରନ କରି ଅପରାଜିତ ରହିଥିଲେ।
ମହମ୍ମଦ ଆଝାରୁଦ୍ଦିନ
ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଆଝାରୁଦ୍ଦିନ କିନ୍ତୁ ତାଙ୍କ ବେସ୍‌ ପ୍ରାଇସ୍‌ ୨୦ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ କ୍ରୟ କରିଛି। ଚଳିତବର୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ଯେଉଁ କେତେଜଣ ବ୍ୟାଟ୍ସମ୍ୟାନ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ସେମାନଙ୍କ ମଧ୍ୟରେ କେରଳର ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ଅନ୍ୟତମ। ମୁମ୍ବାଇ ବିପକ୍ଷରେ ସେ ୩୭ ବଲ୍‌ରେ ବିସ୍ଫୋରକ ଶତକ ହାସଲ କରିଥିଲେ। ଆଝାରୁଦ୍ଦିନ ୨୨ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ତାଙ୍କର ଆଭରେଜ ୨୫.୯୧ ରହିଛି। ସେହିପରି ୨୪ ଲିଷ୍ଟ ଏ’ ମ୍ୟାଚରେ ତାଙ୍କ ଆଭରେଜ ୨୨.୨୫ ରହିଛି।
ଚେତନ ସାକାରିୟା
ସୌରାଷ୍ଟ୍ରର ୨୨ ବର୍ଷୀୟ ବାମହାତୀ ପେସ୍‌ ବୋଲର ଚେତନ ସାକାରିୟାଙ୍କୁ ରାଜସ୍ଥାନ ରୟାଲ୍ସ ୧.୨ କୋଟି ଟଙ୍କାରେ କ୍ରୟ କରିଛି, ଯାହାଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଥିଲା। ଭାବନଗର ଜିଲାର ସାକାରିୟା ଏକ ସାଧାରଣ ପରିବାରରୁ ଆସିଛନ୍ତି। ଗତବର୍ଷ ପର୍ଯ୍ୟନ୍ତ ତାଙ୍କ ଘରେ ଗୋଟିଏ ଟିଭି ନ ଥିଲା। ଖେଳ ଦେଖିବା ଲାଗି ସେ ପଡୋଶୀ ଘର ଟିଭି ଉପରେ ନିର୍ଭର କରୁଥିଲେ। କୁଚ ବିହାର ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ସେ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଗ୍ଲେନ ମ୍ୟାକ୍‌ଗ୍ରାଙ୍କ ଅଧୀନରେ ସେ ଏମ୍‌ଆର୍‌ଏଫ୍‌ ପେସ୍‌ ଏକାଡେମୀରେ ଟ୍ରେନିଂ ନେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri