Posted inଖେଳ

IPL 2025 କାର୍ଯ୍ୟସୂଚୀରେ ହେଲା ପରିବର୍ତ୍ତନ, କୋଲକାତା-ଲକ୍ଷ୍ନୌ ମ୍ୟାଚର ସ୍ଥାନ ହୋଇଛି ପରିବର୍ତ୍ତନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୦।୩: ଏପ୍ରିଲ ୬ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମଧ୍ୟରେ ମ୍ୟାଚ ଏବେ କୋଲକାତା ପରିବର୍ତ୍ତେ ଗୁଆହାଟୀରେ ଅନୁଷ୍ଠିତ ହେବ।
ରାମନବମୀକୁ ନେଇ କୋଲକାତା ପୋଲିସ ସେହି ଦିନ ମ୍ୟାଚ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାରେ ଅସମର୍ଥତା ପ୍ରକାଶ କରିଥିଲା, ଯାହା ପରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ କେକେଆର ପରିଚାଳନା ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଜଣାଇଥିଲା। ସୂତ୍ର ଅନୁସାରେ, KKR ଟିମ ମ୍ୟାନେଜମେଣ୍ଟ ଏହି ମ୍ୟାଚ କୁ ତା’ର ଘରୋଇ ଗ୍ରାଉଣ୍ଡ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳିବାକୁ ଚାହୁଁଥିଲା। ଏହା ମ୍ୟାଚର ତାରିଖ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ବିସିସିଆଇ ମନା କରିଦେଇଥିଲା ଏବଂ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।

ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କୋଲକାତା-ରାଜସ୍ଥାନ ମ୍ୟାଚ ୧୭ ଏପ୍ରିଲ, ରାମନବମୀ ଦିନ ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବାର ଥିଲା। ସେତେବେଳେ ମଧ୍ୟ କୋଲକାତା ପୋଲିସ ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲା, ଯାହା ପରେ ମ୍ୟାଚ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୧୬ ଏପ୍ରିଲକୁ ସ୍ଥଗିତ ରଖାଯାଇଥିଲା, ଯଦିଓ ଏଥର ସ୍ଥାନ ପରିବର୍ତ୍ତନ କରାଯାଇଛି। ଏହା କୋଲକାତାର କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି। ଡିଫେଣ୍ଡିଂ ଚାମ୍ପିଅନ KKR ନୂତନ ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଇଡେନ ଗାର୍ଡେନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆତଙ୍କବାଦୀଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ କହିଲେ ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପହଲଗାମରେ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ‘ସ୍ୱାଧୀନତା ସଂଗ୍ରାମୀ’ ବୋଲି ସମ୍ବୋଧନ କରି ଏକ ବିବାଦୀୟ ମନ୍ତବ୍ୟ...

୨୦୨୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଗାଁକୁ ପିଇବା ପାଣି ପହଞ୍ଚାଇବା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୨୫।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି ଯେ ତାଙ୍କ ସରକାର ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ...

ଆକ୍ରମଣ ପଛରେ କେନ୍ଦ୍ରର ହାତ କହି ବିଧାୟକ ଗିରଫ

ଗୁଆହାଟୀ,୨୫।୪:ପୁଲଓ୍ବାମା ଏବଂ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ରହିଥିବା ମନ୍ତବ୍ୟ ଦେଇ ଆସାମର ଏଆଇୟୁଡିଏଫ୍‌ ବିଧାୟକ ଅମିନୁଲ ଇସ୍‌ଲାମ ଗିରଫ ହୋଇଛନ୍ତି। ଉଭୟ...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ଶ୍ରୀନଗର,୨୫।୪: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି। ଏନଆଇଏ ମଧ୍ୟ ଜମ୍ମୁ ଏବଂ କାଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

ପହଲଗାମ ଆତଙ୍କବାଦୀ ଆକ୍ରମଣ ରିପୋର୍ଟକୁ ନେଇ ନ୍ୟୁୟର୍କ ଟାଇମ୍ସକୁ ପାଠ ପଢାଇଲେ ଆମେରିକା ସରକାର

ନୂଆଦିଲ୍ଲୀ/ୱାଶିଂଟନ,୨୫।୪: ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri