Posted inଖେଳ

ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ୩ ୱିକେଟରେ ପରାସ୍ତ କଲା ରାଜସ୍ଥାନ

ଚଣ୍ଡୀଗଡ଼,୧୩ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ୩ ଉଇକେଟରେ ହରାଇ ପଞ୍ଚମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୮ ଉଇକେଟରେ ୧୪୭ ରନ୍‌ କରିଥିଲା। ଜବାବରେ ରାଜସ୍ଥାନ ୧୯.୫ ଓଭରରେ ୭ ଉଇକେଟ ହରାଇ ୧୫୨ ରନ୍‌ କରିଥିଲା।

ମୁଲାନପୁରର ଧୀମା ପିଚ୍‌ରେ ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନେଇଥିଲା। ରୟାଲ୍ସ ସ୍ପିନର ମାନେ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲେ। କେଶବ ମହାରାଜ ୨ ଉଇକେଟ ନେଇଥିବା ବେଳେ ପଞ୍ଜାବ ୫୨ ରନ୍‌ରେ ୪ ଉଇକେଟ ହରାଇଥିଲା। ଜୀତେଶ ଶର୍ମା ୨୯ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନ ୨୧ ରନ୍‌ କରି ଇନିଂସ ସମ୍ଭାଳିଥିଲେ। ଶେଷ ଭାଗରେ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍‌ ଆସିଥିବା ଆଶୁତୋଷ ଶର୍ମା ୧୬ ବଲରୁ ୩୧ ରନ କରିଥିଲେ। ଆଶୁତୋଷଙ୍କ ଇନିଂସରେ ୧ ଚୌକା ଓ ୩ ଛକା ସାମିଲ ଥିଲା।

ରାଜସ୍ଥାନ ପକ୍ଷରୁ କେଶବ ମହାରାଜ ଓ ଆଭେଶ ଖାନ୍‌ ୨ଟି ଲେଖାଏ, ଟ୍ରେଣ୍ଟ ବୋଲ୍ଟ, କୁଲଦୀପ ସେନ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୪୯ ରନ୍‌ ଜବାବରେ ରାଜସ୍ଥାନ ପ୍ରଥମ ଉଇକେଟରେ ୫୬ ରନ୍‌ ଯୋଡିଥିଲା। ଯଶସ୍ବୀ ଜୟସ୍ବାଲ ୩୯, ତନୁଷ କୋଟିଆନ ୨୪, ସଞ୍ଜୁ ସାମସନ୍‌ ୧୮ ଓ ରିୟାନ ପରାଗ୨୩ ରନ୍‌ କରିଥିଲେ।

ଅନ୍ତିମ ୨ ଓଭରରେ ବିଜୟ ପାଇଁ ୨୦ ରନ୍‌ ଆବଶ୍ୟକ ଥିବା ବେଳେ ରୋଭମାନ ପାଓ୍ବେଲ ୫ ବଲ୍‌ ୧୧ ଓ ସିମରନ୍‌ ହେଟମେୟର ୧୦ ବଲରୁ ଅପରାଜିତ୨୭ ରନ୍‌ କରି ଜିତାଇଥିଲେ। ହେଟମେୟଙ୍କେ ଇନିଂସରେ ୧ ଚୌକା ଓ ୩ ଛକା ସାମିଲ ଥିଲା। ପଞ୍ଜାବ କିଙ୍ଗ୍ସ ପକ୍ଷରୁ କାଗିସୋ ରାବାଡା, ସାମ୍‌ କୁରାନ୍‌ ୨ଟି ଲେଖାଏ ହର୍ଷଲ ପଟେଲ, ଲିଆମ୍‌ ଲିଭିଙ୍ଗଷ୍ଟୋନ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2025: ପୁଣିଥରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଲେ M S Dhoni, ବିମାନ ବନ୍ଦରରେ କଲେ ଏମିତି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ,୧୭।୪: IPL 2025ରେ, CSK ଏହାର ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ୱାଙ୍ଖେଡେ ଷ୍ଟାଡିୟମ ଏହି ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଏ...

ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତର ଅର୍ଥନୀତି, ୩ ବର୍ଷରେ ପଛରେ ପଡିବେ ଜର୍ମାନୀ, ଜାପାନ

ନୂଆଦିଲ୍ଲୀ, ୧୬।୪: ଭାରତର ଅର୍ଥନୀତି ଆଗାମୀ ତିନି ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନକୁ ପଛରେ ପକାଇ ଦେବ ଏବଂ ୨୦୪୭ ସୁଦ୍ଧା ଏହା ବିଶ୍ୱର...

ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ଗଡକରୀ, ୬ ଲେନ୍‌ ହେବ ପୁରୀ-ଭୁବନେଶ୍ୱର ରାସ୍ତା

ଭୁବନେଶ୍ୱର,୧୭।୪: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଗଡ଼କରୀ...

ଟ୍ରାଫିକ୍ ଚାଲାଣ ଧରା ପକାଇଦେଲା ଚୋରି ହୋଇଥିବା ବାଇକ୍, ଘଣ୍ଟାଏ ଭିତରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭।୪: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ଜଣେ ଯୁବକ ଓଡ଼ିଶା ମୋଟର ଯାନ ବିଭାଗ ଦ୍ୱାରା ଜାରି ହୋଇଥିବା ଏକ ଟ୍ରାଫିକ ଚାଲାଣ ଯୋଗୁଁ ମାତ୍ର କେଇ...

IPLରେ ପ୍ରଥମ ଦଳ ଭାବେ ଏମିତି କାରନାମା କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭।୪: Ipl 2025ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏକ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ...

କମିବ ବର୍ଷାର ପ୍ରଭାବ, ରାଜ୍ୟରେ ୨୦ ତାରିଖରୁ ତାତି ବଢିବା ସମ୍ଭାବନା

ନୂଆଦିଲ୍ଲୀ,୧୭।୪: ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରେକର୍ଡ ହେଉଛି। ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା...

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ...

ୱକ୍‌ଫ ସଂଶୋଧନ: ନୂଆ ନିଯୁକ୍ତି ଉପରେ ରୋକ୍‌, ୭ ଦିନ ଭିତରେ କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫: ସୁପ୍ରିମକୋର୍ଟ ଓ୍ୱକ୍‌ଫ ଆଇନ ସଂଶୋଧନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଓ୍ୱାକ୍‌ଫ ବୋର୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri