Posted inଖେଳ

ସାମ୍ନାକୁ ଆସିଲା ଆଇପିଏଲ୍‌ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ସହ ଲଢ଼ିବ ଏହି ଟିମ୍‌ !

ନୂଆଦିଲ୍ଲୀ,୨୨।୨: ଆଇପିଏଲ୍‌ ପ୍ରଶଂସକଙ୍କ ଲାଗି ଖୁସିଖବର। ଟୁର୍ନାମେଣ୍ଟ ଆରମ୍ଭ ହେବାର ତାରିଖ ସ୍ଥିର ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଏହା ଆରମ୍ଭ ହେବ। ଚେନ୍ନାଇରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତେ ତାରିଖ କେବେ ଆସିବ ଚାହିଁ ରହିଛନ୍ତି।

କ୍ରିକ୍‌ବଜର ରିପୋର୍ଟ ଅନୁଯାୟୀ, ଆଇପିଏଲ୍‌ ଚେୟାରମ୍ୟାନ୍‌ ଅରୁଣ ସିଂ ଧୁମଲ ସ୍ପଷ୍ଟ କରିଛନ୍ତି ଯେ ମାର୍ଚ୍ଚ ୨୨ରେ ଲିଗ୍‌ ଆରମ୍ଭ ହେବ। ଗୁରୁବାର ଅପରାହ୍ନ ୫ଟାରେ କାର୍ଯ୍ୟସୂଚୀ ଜାରି କରିଦିଆଯିବ। ଚେନ୍ନାଇରେ ଓପନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସିଏସ୍‌କେ ସିଇଓ କାଶି ବିଶ୍ୱନାଥନ ଆଭାର ବ୍ୟକ୍ତ କରିଛନ୍ତି।

ତେବେ ସବୁବେଳେ ଗତ ସିଜନର ଫାଇନାଲିଷ୍ଟ ନୂଆ ସିଜନର ପ୍ରଥମ ମୁକାବିଲା ଖେଳିଥାନ୍ତି। ଯଦି ସେଭଳି ହୁଏ ତେବେ ମାର୍ଚ୍ଚ ୨୨ରେ ସିଏସ୍‌କେ ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ। ତେବେ ଆଇପିଏଲ୍‌ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ। ସମସ୍ତେ କାର୍ଯ୍ୟସୂଚୀକୁ ଅପେକ୍ଷା କରିଛନ୍ତି।

କହିରଖୁଛୁ, ଚଳିତ ବର୍ଷ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମେ ୧୫ ଦିନର କାର୍ଯ୍ୟକ୍ରମ ଘୋଷଣା କରାଯିବ। ଏହାପରେ ନିର୍ବାଚନ ଅନୁଯାୟୀ ବାକି କାର୍ଯ୍ୟକ୍ରମ ଆସିବ। ତେବେ ମେ’ ୨୬ରେ ଫାଇନାଲ ଖେଳାଯିବ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

ରାସ୍ତା ପାର ହେଉଥିଲେ ହରିଣ, ଦ୍ରୁତ ଗତିରେ ଆସି ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥର ସୋରାଦେବୀ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ମାଈ ହରିଣ ଛୁଆ ଗୁରୁତର…

ପରିବାରର ଚାରି ଜଣଙ୍କ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୁଲାସା: ତରଭୁଜ ନମୁନାରେ ମିଳିଲା…

ମୁମ୍ବାଇ,୭।୫: ତରଭୁଜ ଖାଇବା ପରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri