Posted inଖେଳ

ମାର୍ଚ୍ଚ ୨୭ରୁ ଆଇପିଏଲ୍‌-୧୫; ଭେନ୍ୟୁ ମଧ୍ୟରେ ଭାରତ ପଛକୁ ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକା

ମୁମ୍ବାଇ,୨୩।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ସମ୍ଭବତଃ ୬୦ ଦିନ ଧରି ଚାଲିବାକୁ ଥିବା ଇଭେଣ୍ଟ ଭାରତ ନ ହେଲେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇପାରେ। ତେବେ ଏହା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଶ୍ରୀଲଙ୍କାକୁ ଭେନ୍ୟୁ ତାଲିକାରୁ ବାଦ୍‌ ଦିଆଯାଇଛି।

ବିସିସିଆଇ ଅଧିକାରୀ, ଆଇପିଏଲ ଗଭର୍ନିଂ କାଉନ୍ସିଲ ଚେୟାରମ୍ୟାନ, ଆଇପିଏଲ୍‌ ଦାୟିତ୍ୱରେ ଥିବା ବୋର୍ଡର ଆନ୍ତରୀଣ ସିଇଓ ୧୦ ଫ୍ରାଞ୍ଚାଇଜର ମାଲିକଙ୍କୁ ଶନିବାର ଭେଟିଛନ୍ତି। ଏହି ବୈଠକରେ ମୁଖ୍ୟତଃ ଭେନ୍ୟୁ ଉପରେ ଆଲୋଚନା ହୋଇଛି। ଆଇପିଏଲ ଭାରତରେ ଆୟୋଜିତ ହେଉ ବୋଲି ବିସିସିଆଇ ଚାହୁଁ ଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ ଏଥିରେ ଏକମତ ଅଛନ୍ତି। ଯଦି ଏହାକୁ ବିଦେଶ ନେବାକୁ ପଡ଼େ, ତେବେ ଦକ୍ଷିଣ ଆଫ୍ରିକା ସପକ୍ଷରେ ପ୍ରାୟତଃ ଫ୍ରାଞ୍ଚାଇଜ ମତ ରଖିଛନ୍ତି।

ଯଦି ଆଇପିଏଲ ଭାରତରେ ହୁଏ, ତେବେ ଏହା ମୁମ୍ବାଇ ଓ ନବି ମୁମ୍ବାଇ ହୋଇପାରେ। କାରଣ ଏଠାରେ ୩ ଷ୍ଟାଡିୟମ ସାଙ୍ଗକୁ ସମାନ ସଂଖ୍ୟକ ପ୍ରାକ୍ଟିସ ଗ୍ରାଉଣ୍ଡ ଉପଲବ୍ଧ ଅଛି। ଏହା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆଇପିଏଲ ଭାରତରେ ହେଉ ନ ହେଲେ ଦକ୍ଷିଣ ଆଫ୍ରିକାରେ ହେଉ ବୋଲି ୪ ଫ୍ରାଞ୍ଚାଇଜ ଚାହୁଁଥିବା ବେଳେ ଗୋଟିଏ ଫ୍ରାଞ୍ଚାଇଜ ଅନୁସାରେ ୟୁଏଇ ଶ୍ରେଷ୍ଠ ବିକଳ୍ପ। ଦୁଇଟି ଫ୍ରାଞ୍ଚାଇଜ ସଂଖ୍ୟା ଗରିଷ୍ଠତା ସହ ଯିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ଦୁଇଟି ଫ୍ରାଞ୍ଚାଇଜ ବିସିସିଆଇ ଉପରେ ଏହି ନିଷ୍ପତ୍ତି ଛାଡ଼ିଛନ୍ତି। କୌଣସି ଫ୍ରାଞ୍ଚାଇଜ ଶ୍ରୀଲଙ୍କାକୁ ବିକଳ୍ପ ଭାବେ ଗଣି ନ ଥିଲେ। ଭେନ୍ୟୁ ଉପରେ ଆଲୋଚନା ପାଇଁ ମେଗା ଅକଶନ ପୂର୍ବରୁ ଆଗାମୀ ସପ୍ତାହ ମଧ୍ୟରେ ବୈଠକ ଡକାଯିବ। ସେଠାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

“ମୁଁ ଆନନ୍ଦର ସହ ସ୍ପଷ୍ଟ କରୁଛି ଯେ, ୧୫ତମ ସିଜନ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବ। ଏହା ମେ’ ଶେଷ ପର୍ଯ୍ୟନ୍ତ ଚାଲିବ। ସର୍ବାଧିକ ସଂଖ୍ୟକ ଫ୍ରାଞ୍ଚାଇଜ ଭାରତରେ ଆଇପିଏଲ ଆୟୋଜିତ ହେଉ ବୋଲି ଚାହୁଁଛନ୍ତି” ବୋଲି ବିିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ପୋଶ୍ଚେଫଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା), ୨୮।୧(ପି.ଟି.): ଓପନର ଶ୍ୱେତା ଶେରାଓ୍ବତଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାର୍ଶଭି ଚୋପ୍ରାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୮...

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌କୁ ନେଇ କଳ୍ପନା ଜଳ୍ପନା

ନୂଆଦିଲ୍ଲୀ, ୨୬ା୩ (ପି.ଟି.)-କୋଭିଡ୍‌-୧୯ ଭୟ ଯୋଗୁ ଭାରତରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ ହୋଇ ପାରିବ କି ନା ସେ କଳ୍ପନା...

ଭାରତ-ବାଂଲାଦେଶ ମ୍ୟାଚ୍‌ : ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୨।୧୧ : ଟି -୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବୁଧବାର ଅପରାହ୍ନରେ ଖେଳାଯିବ। ପାକିସ୍ତାନ ଏବଂ ନେଦରଲାଣ୍ଡ...

ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ: ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କଲା ଭାରତ

ସାଉଥମ୍ପଟନ,୮।୭: ସାଉଥମ୍ପଟନରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କରିଛି। ଟସ ଜିତିବା ପରେ...

ବିଶ୍ୱର ପ୍ରଥମ ପୁରୁଷ ଆଖ୍ୟାଠୁ ହାତେ ଦୂରରେ

ମେଲବୋର୍ନ,୨୮।୧: ସ୍ପାନିଶ କିମ୍ବଦନ୍ତୀ ଟେନିସ ଖେଳାଳି ରାଫେଲ ନାଡାଲ ଇତିହାସ ରଚିବାଠାରୁ ହାତେ ଦୂରରେ ଅଛନ୍ତି। ତାଙ୍କ ପାଖରେ ବିଶ୍ୱର ପ୍ରଥମ ପୁରୁଷ ଭାବେ ୨୧ତମ...

ଶିବ ପ୍ରସାଦ, ଅଶୋକଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି)- ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କ ପରି ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳିଙ୍କ ମାର୍ଗ ଦର୍ଶକ ସାଜିଥିବା ଶିବ ପ୍ରସାଦ ଦାସ ଏବଂ ଓଡ଼ିଶା...

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ଶତକ ମାରିଥିବା ଭାରତୀୟ କିଏ ଥିଲେ ଜାଣନ୍ତି କି

କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି ହୁଏ। ପ୍ରତ୍ୟେକ ମ୍ୟାଚ୍‌ କିଛି ରେକର୍ଡ ଭାଙ୍ଗି ମଧ୍ୟ ଥାଏ। ଟେଷ୍ଟରେ ୫୧ଟି ଟେଷ୍ଟ ଶତକ ହାସଲ କରି ସଚିନ...

ଭାରତୀୟ ଟିମ୍‌ରେ ଚୟନ ନ ହେବା ପରେ ନିରାଶ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ; ତେନ୍ଦୁଲକରଙ୍କ ଗୋଟିଏ ପରାମର୍ଶ ବଦଳାଇଦେଇଥିଲା ଚିନ୍ତାଧାରା

ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍‌ର ଗତ ତିନି ସିଜନ୍‌ରେ ୪୦୦ରୁ ଅଧିକା ରନ୍‌ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ରଣଜୀ ଟ୍ରଫି ସହ ଅନ୍ୟ ଘରୋଇ ଟୁର୍ନାମେଣ୍ଟରେ ସେ ଭଲ...

Advertisement
Archives

Model This Week