୧୨ ବଲ୍‌ରେ ହିରୋରୁ ଜିରୋ ପାଲଟିଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୮।୩: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ପୁରୁଣା ଅଭ୍ୟାସ ବଦଳି ନାହିଁ। ରବିବାର ପଞ୍ଜାବ କିଙ୍ଗସ ବିପକ୍ଷରେ ୨୦୫ ରନ ସ୍କୋର କରିବା ସତ୍ତ୍ୱେ ଦଳ ମ୍ୟାଚ ହାରିଛି। ଓଡିନ ସ୍ମିଥ ମାତ୍ର ୮ଟି ବଲରେ ଅପରାଜିତ ୨୫ ରନ କରି ପଞ୍ଜାବ କିଙ୍ଗସକୁ ପାଞ୍ଚ ଉଇକେଟ ବିଜୟ ଆଣିଦେଇଥିଲେ। କିନ୍ତୁ ଏହି ମ୍ୟାଚରେ ଆରସିବିର ଜଣେ ଖେଳାଳି ହିରୋରୁ ଜିରୋ ପାଲଟିଯାଇଛନ୍ତି, ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ଏହି ମ୍ୟାଚ୍‌ ଆରସିବିର ଯୁବ ଖେଳାଳି ଅନୁଜ ରାୱତ ହିରୋରୁ ଜିରୋ ସାଜିଥିଲେ।  ଆଇପିଏଲରେ ଏହା ତାଙ୍କର ପ୍ରଥମ ମ୍ୟାଚ ଥିଲା। ପଞ୍ଜାବ କିଙ୍ଗ୍ସର ଇନିଂସର ୧୫ତମ ଓଭରରେ ଆକାଶ ଦୀପ ବୋଲିଂ କରିଥିଲେ। ଓଭରର ପ୍ରଥମ ୪ ବଲରୁ ୧୧ରନ ସ୍କୋର ହୋଇଥିଲା। ଲିଆମ ଲିଭିଙ୍ଗଷ୍ଟୋନ ପଞ୍ଚମ ବଲରେ କଭରରେ ଏକ ସଟ ଖେଳିଥିଲେ। ଅନୁଜ ଏକ ଚମତ୍କାର କ୍ୟାଚ ନେଇଥିଲେ। ତାଙ୍କ କ୍ୟାଚ୍‌ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ମାତ୍ର ୧୨ ବଲ୍‌ ପରେ ସେ ହିରୋରୁ ଜିରୋ ପାଲଟିଥିଲେ।
ଏହି ମ୍ୟାଚର ଟର୍ନିଂ ପଏଣ୍ଟ ପଞ୍ଜାବ ଇନିଂସର ୧୭ତମ ଓଭର ଥିଲା। ୧୭ତମ ଓଭରର ଚତୁର୍ଥ ବଲରେ ଅନୁଜ ରାୱତ କଭରରେ ଓଡିନ ସ୍ମିଥଙ୍କ ଏକ ସରଳ କ୍ୟାଚ ଛାଡିଥିଲେ। ଓଡିନ ସ୍ମିଥ ସେହି ସମୟରେ ଏକ ରନ୍‌ରେ ବ୍ୟାଟିଂ କରୁଥିଲେ। କ୍ୟାଚ ଡ୍ରପ ହେବା ମାତ୍ରେ, ସ୍ମିଥ ୧୮ତମ ଓଭରରେ ୩ଟି ଛକା ଏବଂ ଗୋଟିଏ ଚୌକା ସହ ୨୫ ରନ କରିଥିଲେ। ଏହି ଓଭରରେ ଆରସିବି ହାତରୁ ମ୍ୟାଚ୍‌ ଛଡାଇ ନେଇଥିଲା ପଞ୍ଜାବ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଟି୨୦ ମ୍ୟାଚ୍‌ରେ ଗୋଟିଏ ଶତକ, ୭ ଅର୍ଦ୍ଧଶତକ; ଜାଣନ୍ତୁ କିଏ ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୫।୯: ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୨ ରନରେ ବିଜୟୀ ହୋଇଛି। ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ...

ହରିୟାଣାରେ ହେବ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ

ନୂଆଦିଲ୍ଲୀ, ୨୫ା୭ (ପି.ଟି.)-୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣ ହରିୟାଣାରେ ହେବ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ...

ଟାଇଗର ଉଡସ୍‌ ଗୁରୁତର ଆହତ

ଲସ୍‌ ଏଞ୍ଜେଲସ୍‌,୨୪।୨: ଗଲ୍ଫର ଟାଇଗର ଉଡସ୍‌ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ହସ୍ପିଟାଲରେ...

ପୁଲ୍‌ ‘ସି’ର ଭାଗ୍ୟ ନିର୍ଦ୍ଧାରଣ ଆଜି

ଭୁବନେଶ୍ୱର, ୧୯।୧ (କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ ଗ୍ରୁପ୍‌ ମ୍ୟାଚ ଗୁଡ଼ିକର ଅନ୍ତିମ ପର୍ଯ୍ୟାୟ ଉପନୀତ ହୋଇଛି। ଗୁରୁବାର ପୁଲ୍‌ ସି’ ଓ ‘ଡି’ର ଭାଗ୍ୟ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ସ୍ବର୍ଣ୍ଣ ସହ ଯଶସ୍ବିନୀଙ୍କୁ ଅଲିମ୍ପିକ କୋଟା

ରିଓ ଡି ଜେନେରିଓ,୧।୯(ପି.ଟି.)- ଏଠାରେ ଚାଲିଥିବା ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ରାଇଫଲ/ ପିସ୍ତଲ ବଶ୍ୱକପ୍‌ରେ ଭାରତର ଯଶସ୍ବିନୀ ସିଂ ଦେସଓ୍ବାଲ ମହିଳା ୧୦ ମିଟର ଏୟାର ପିସ୍ତଲ...

କୋହଲି ପେଟା ଇଣ୍ଡିଆ ପର୍ସନ ଅଫ୍‌ ଦି ଇୟର

ନୂଆଦିଲ୍ଳୀ,୨୦।୧୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ପିପୁଲ ଫର୍‌ ଦି ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍ସ (ପେଟା) ଇଣ୍ଡିଆ ଫର୍ସନ ଅଫ୍‌ ଦି ଇୟର ବିବେଚିତ...

ରୁଷିଆନ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ୪ ଭାରତୀୟ

ନୂଆଦିଲ୍ଲୀ, ୧।୮ (ପି.ଟି.)- ଏସୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ପୂଜାରାଣୀ (୭୫ କିଗ୍ରା) ଓ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଲଭଲିନା ବୋରଗୋହାନି...

ସ୍ବତନ୍ତ୍ର କ୍ଲବରେ କୋହଲି

ମୁମ୍ବାଇ,୧୩।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବିସ୍ଫୋରକ ୭୦ ରନ୍‌ର ଇନିଂସ ଖେଳି ଏକ ସ୍ବତନ୍ତ୍ର...

Advertisement
Archives

Model This Week