ଏହି କ୍ରିକେଟର୍‌ଙ୍କ କାହାଣୀ ଶୁଣିଲେ ଆଖିଲେ ଆସିଯିବ ଲୁହ: ଆଇପିଏଲ୍‌ରେ କଲେ ଧମାକା

ମୁମ୍ବାଇ,୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)ରେ ସୋମବାର ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଟକ୍କର ହୋଇଥିଲା। ଏହି ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାମ ଶେଷ ବଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ବାମହାତୀ ଦ୍ରୁତ ବୋଲର ଚେତନ ସକରିଆ ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରିଥିଲେ। ଚେତନ ସକରିଆର ବେସ୍‌ ପ୍ରାଇସ୍‌ ଥିଲା ୨୦ ଲକ୍ଷ ଟଙ୍କା । କିନ୍ତୁ ରାଜସ୍ଥାନ ତାଙ୍କୁ ୧.୨ କୋଟି ଟଙ୍କାରେ କିଣିଛି। ଡେବ୍ୟୁ ମ୍ୟାଚରେ ସକାରିଆ ଚମତ୍କାର ବୋଲିଂ କରି ଚାରି ଓଭରରେ ୩୧ ରନ ଦେଇ ୩ ଉଇକେଟ ନେଇଥିଲେ। ମ୍ୟାଚ୍‌ ପରେ ପୂର୍ବତନ ବିସ୍ଫୋରକ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ କେବଳ ଚେତନ ସକରିଆଙ୍କୁ ପ୍ରଶଂସା କରିନାହାଁନ୍ତି, ବରଂ ତାଙ୍କ ପାଇଁ ଏକ ଭାବପ୍ରବଣ ଟୁଇଟ୍‌ ମଧ୍ୟ କରିଛନ୍ତି। ଚେତନ ସକରିଆଙ୍କ ମା’ଙ୍କ ଏକ ସାକ୍ଷାତକାର ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଶେୟାର କରିଛନ୍ତି ସେହ୍ବାଗ। ଏହି ଟୁଇଟ ଶେୟାର କରି ସେହ୍ବାଗ କ୍ୟାପସନ ଦେଇଛନ୍ତି, ଚେତନ ସକରିଆଙ୍କ ଭାଇ କିଛି ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଥିବାରୁ ତାଙ୍କ ମାତାପିତା ୧୦ଦିନ ପର୍ଯ୍ୟନ୍ତ ଚେତନଙ୍କୁ କିଛି କହି ନଥିଲେ। ଯେତେବେଳେ ସକରିଆ ଜାଣିବାକୁ ପାଇଲେ ଯେ ତାଙ୍କ ଭାଇ ଆତ୍ମହତ୍ୟା କରିଛନ୍ତି, ସେ ଏକ ସପ୍ତାହ ପର୍ଯ୍ୟନ୍ତ କାହା ସହ କଥା ହୋଇ ନ ଥିଲେ କି କିଛି ଖାଇ ମଧ୍ୟ ନ ଥିଲେ। ଆଇପିଏଲରେ ପୁଅ ସ୍ଥାନ ପାଇବାପରେ ଏକ ସାକ୍ଷାତକାରରେ ଚେତନଙ୍କ ମା’ କହିଥିଲେ ଯେ ତାଙ୍କ ପୁଅ ସଂଘର୍ଷ କରି ଏହି ସ୍ଥିତିରେ ପହଞ୍ଚିଛି।
ଆଇପିଏଲ ଲିଗ ପୂର୍ବରୁ ଚେତନ ସକରିଆ କହିଥିଲେ, ମୋ ଭାଇ ରାହୁଲ ଜାନୁଆରୀରେ ଆତ୍ମହତ୍ୟା କରିଥିଲେ। ମୁଁ ସେତେବେଳେ ଟି -୨୦ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଥିଲି। ମୁଁ ଘରକୁ ମଧ୍ୟ ଫେରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବାର ମୁଁ ଜାଣିଲି। ଟୁର୍ନାମେଣ୍ଟ ଭିତରେ ଯେତେବେଳେ ବି ମୁଁ ମୋର ପରିବାର ସଦସ୍ୟଙ୍କୁ ରାହୁଲ(ସାନ ଭାଇ)ଙ୍କ ସହ କଥା ହେବାକୁ କହିଥିଲି, ସେ ବାହାନା କରି ଏହାକୁ ଏଡାଇ ଦେଇଥିଲେ। ଆଜି ମୁଁ ତାଙ୍କୁ ଅଧିକ ମିସ୍‌ କରୁଛି। ଯଦି ସେ ଆଜି ବଞ୍ଚିଥାନ୍ତେ ତେବେ ସେ ମୋ ଅପେକ୍ଷା ଅଧିକ ଖୁସି ହୋଇଥାନ୍ତେ।
ଚେତନ କହିଥିଲେ ଯେ ତାଙ୍କ ପିତା ଏକ ଟ୍ରକ ଚଳାଉଥିଲେ ଏବଂ ସମସ୍ତ ଅସୁବିଧା ଅତିକ୍ରମ କରିବା ପରେ ସେ ଏଠାରେ ପହଞ୍ଚିଥିଲେ। ସେ କହିଛନ୍ତି, ଏପରି ଏକ ସମୟ ଥିଲା ଯେତେବେଳେ ମୋ ବାପା ଟ୍ରକ ଡ୍ରାଇଭର ଥିଲେ, ପରେ ସେ ଅଟୋ ଚଳାଇବା ଆରମ୍ଭ କରିଥିଲେ। ଏହିପରି ଖେଳିବାକୁ ପର୍ଯ୍ୟାପ୍ତ ଜିନିଷ ନଥିଲା, ତେବେ ଅନ୍ୟ ଖେଳାଳିମାନେ ମୋତେ ସାହାଯ୍ୟ କଲେ। ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ତାଙ୍କୁ ଏକ ଷ୍ଟେସନାରୀ ଦୋକାନରେ କାମ କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?