Posted inଖେଳ

ଶେଷରେ ହସିଲେ ‘ମିଷ୍ଟ୍ରି ଗର୍ଲ’: ପ୍ରଶଂସକ କହିଲେ…

ଦୁବାଇ,୨୯।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଅନେକ ମ୍ୟାଚ୍‌ ପରେ ବିଜୟର ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ ହରାଇ ଛି। ମ୍ୟାଚ ସମୟରେ ଏକ ‘ମିଷ୍ଟ୍ରି ଗର୍ଲ’ ହାଇଦ୍ରାବାଦ ଜର୍ସିରେ ଏସ୍‌ଆର୍‌ଏଚ୍‌ ଦଳକୁ ଉତ୍ସାହିତ କରିଥିବାର ଦେଖାଯାଇଥିଲା। ସେ ହସୁଥିବାର ଦେଖି ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରି କହିଥିଲେ, ତାଙ୍କୁ ଅନେକ ଦିନ ପରେ ଖୁସି ହେବା ଦେଖି ଭଲ ଲାଗୁଛି। ଏହି ‘ମିଷ୍ଟ୍ରି ଗର୍ଲ’ ଜଣଙ୍କ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରାନ। ଦଳର ଖରାପ ପ୍ରଦର୍ଶନ ଦେଖି କାବ୍ୟା ମଧ୍ୟ ନିରାଶ ହେଉଥିଲେ। କିନ୍ତୁ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଦଳ ଜିତିବା ପରେ ସେ ଖଉସି ଥିବା ଦେଖାଯାଇଥିଲେ। ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ବିଷୟରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି।
କାବ୍ୟା ମାରନ ସନ ଗ୍ରୁପର ମାଲିକ କଲାନିଧି ମାରାନଙ୍କ ଝିଅ। ସନରାଇଜର୍ସ ହାଇଦ୍ରାବାଦ ହେଉଛି ତାଙ୍କ ଦଳ। କାବ୍ୟା କାଲାନିଧି ମାରାନଙ୍କ ଝିଅ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୟାନିଧି ମାରାନଙ୍କ ଭଣଜା। ୨୮ ବର୍ଷୀୟ କାବ୍ୟା ନିଜେ ସନ ମ୍ୟୁଜିକ ସହିତ ଜଡିତ। ସେ ପ୍ରଥମେ ନିଜ ଦଳ ଏସ୍‌ଆର୍‌ଏଚ୍‌କୁ ଚିୟର କରିବା ପାଇଁ ଆଇପିଏଲ୍‌ ୨୦୧୮ରେ ପ୍ରଥମଥର ନଜର ଆସିଥିଲେ। ସନରାଇଜର୍ସ ହାଇଦ୍ରାବାଦ ଏସ୍‌ଆର୍‌ଏଚ୍‌ର ସିଇଓ। ଏମବିଏ ଶେଷ କରିବା ପରେ କାବ୍ୟା ତାଙ୍କ ପିତାଙ୍କ ବ୍ୟବସାୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ କମ୍ପାନୀରେ ଏକ ବଡ ପଦବୀ ଗ୍ରହଣ କରିବା ପୂର୍ବରୁ ଅଭିଜ୍ଞତା ହାସଲ କରିବା ପାଇଁ କାବ୍ୟା ସନ ଟିଭି ନେଟୱାର୍କରେ ମଧ୍ୟ ଏକ ଇଣ୍ଟର୍ନସିପ କରିଥିଲେ। କାବ୍ୟା ବର୍ତ୍ତମାନ ସନ ଟିଭି ନେଟୱାର୍କର ଓଟିଟି ପ୍ଲାଟଫର୍ମ ସନ ନେକ୍ସଟ ସନ ଏନଏକ୍ସଟିର ମୁଖ୍ୟ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?