Posted inଖେଳ

ପୃଥ୍ବୀ ଶ’ଙ୍କ ତଣ୍ଟି ଚିପିଲେ ଏହି କ୍ରିକେଟର୍‌

ଅହମଦାବାଦ,୩୦।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ଆକ୍ରମଣାତ୍ମକ ଓପନର୍‌ ପୃଥ୍ବୀ ଶ’ଙ୍କ ଚମତ୍କାର ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଦିଲ୍ଲୀ ଆଗରେ ୧୫୫ ରନ ଲକ୍ଷ୍ୟ ଥିଲା, ଯାହାକୁ ପିଛା କରି ୧୬.୩ ଓଭରରେ ତିନି ଉଇକେଟ ପାଇଁ ୧୫୬ ରନ ସ୍କୋର କରି ଦଳ ହାସଲ କରିଥିଲା। ଶ’ ୪୧ ବଲରେ ୮୨ ରନ କରିଥିଲେ। ଏଥିରେ ୧୨ଟି ଚୌକା ତିନି ଛକା ଥିଲା। ସେ କେକେଆର୍‌ର ଦ୍ରୁତ ବୋଲର୍‌ ଶିଭମ ମାଭି ଏକ ଓଭରରୁ ଲଗାତାର ୬ଟି ଚୌକା ଲଗାଇଥିଲା। ଏହି ଓଭରରେ ମୋଟ ୨୫ ରନ୍‌ ହୋଇଥିଲା। ଆଇପିଏଲ୍‌ ଇତିହାସରେ ଦ୍ୱିତୀୟଥର ଗୋଟିଏ ଓଭରରେ ୬ଟି ଚୌକା ହୋଇଛି। ଏହାପୂର୍ବରୁ ୨୦୧୨ରେ ଅଜିଙ୍କେ ରାହାନେ ଏହି କାରନାମା ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ଶ’ ୧୮ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ମ୍ୟାଚ୍‌ରେ ପରେ ଶ’ ଏବଂ ଶିଭମଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଉଭୟ ମଜା କରୁଥିବାବେଳେ ଶ’ଙ୍କ ତଣ୍ଟିକୁ ଚିପିଦେଇଥିଲେ ଶିଭମ। ୁଭୟଙ୍କ ମଧ୍ୟରେ ଏଭଳି ମଜାଦାର ଭିଡିଓକୁ ଦର୍ଶକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ଖେଳିବେ ରବିନସନ

ଲଣ୍ଡନ,୨୧।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ବୁଧବାର ଘୋଷିତ...

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ...

ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ ସହ ୧୦୦ ଉଇକେଟ, ୧୦୦ କ୍ୟାଚ୍‌ ନେଇଛନ୍ତି ବିଶ୍ୱର ଏହି ୬ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। କିଛି ଖେଳାଳି କେବଳ ବ୍ୟାଟିଂରେ ନୁହେଁ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ କ୍ରିକେଟ୍‌...

ବକ୍ସିଂ ଡେ ଟେଷ୍ଟ ମେଲବୋର୍ନରେ ଖେଳାଯିବ

ମେଲବୋର୍ନ,୯ା୮(ପି.ଟି.): ଯଦି ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଦିଆଯାଏ ତା’ହେଲେ ବକ୍ସିଂ ଡେ ଟେଷ୍ଟ ମେଲବୋର୍ନରେ ଆୟୋଜନ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)...

ପୋଲାଣ୍ଡ ୪, ଉଜ୍‌ବେକିସ୍ତାନ ୦

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି।...

ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ୍‌! ଶେଷରେ ୫ ଇନିଂସ ପରେ…

ନୂଆଦିଲ୍ଲୀ,୧୧।୧: ପୁଣି ଗର୍ଜିଲା ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ୍‌। କେପ୍‌ଟାଉନ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ମୋଇନ ଅଲିଙ୍କୁ ଅନୁମତି ଦେଲା ସିଏସ୍‌କେ

ଚେନ୍ନାଇ, ୫ା୪- ଚଳିତ ଆଇପିଏଲରେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି କୌଣସି ପ୍ରକାର ଲିକର ବ୍ରାଣ୍ଡର ଲୋଗୋ ଥିବା ଜର୍ସି ପିନ୍ଧିବେ ନାହିଁ। ଏ ନେଇ...

ଏହି ଅଭିନେତ୍ରୀଙ୍କ ସହ ଡେଟିଂରେ ଯିବାକୁ ଚାହୁଁଥିଲେ କ୍ରିକେଟର ସୁରେଶ ରାଇନା

ଭାରତୀୟ କ୍ରିକେଟର ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଇବା ସହ ଆଗାମୀ...

Advertisement
Archives

Model This Week