Posted inଖେଳ

ଆଇପିଏଲ୍‌ରେ କରୋନା ମାଡ: ଚେନ୍ନାଇ ଦଳର ୩ ସଦସ୍ୟ ପଜିଟିଭ୍‌

ନୂଆଦିଲ୍ଲୀ,୩।୫: କରୋନା ଯୋଗୁ ଚଳିତବର୍ଷ ଆଇପିଏଲ୍‌ ଅଧାରୁ ପ୍ରଭାବିତ ହୋଇଛି। ତିନିଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ଦଳର ତିନିଜଣ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଦଳର ମୁଖ୍ୟ କାର୍ଯ୍ୟର୍ନିବାହୀ କାଶୀ ବିଶ୍ୱନାଥନ, ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ ଏବଂ ଟିମ ବସ କ୍ଲିନର୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏବେ ଦିଲ୍ଲୀରେ ଥିବା ଦଳର ବାକି ସଦସ୍ୟଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସର ପରବର୍ତ୍ତୀ ମ୍ୟାଚ ଆସନ୍ତା ୫ ତାରିଖ ଦିନ ଦିଲ୍ଲୀର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ। ସୂଚନାଯୋଗ୍ୟ, ଏହାପୂର୍ବରୁ କୋଲକାତା ନାଇଟ ରାଇଡର୍ସର ଦୁଇ ଖେଳାଳି କରୋନା ସଂକ୍ରମିତ ହେବାରୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ବିଶାଳ ଟାର୍ଗେଟ ଦେଲା ବେଙ୍ଗାଲୁରୁ

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍‌ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ଆଗରେ ବିଶାଳ ଟାର୍ଗେଟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ...

୩୦ ବର୍ଷ ପରେ ପ୍ରଥମ ପ୍ରିମିୟର ଲିଗ୍‌ ଟାଇଟଲ ଜିତିଲା ଲିଭରପୁଲ

ଲିଭରପୁଲ,୨୭।୬(ଏପି): ଦୀର୍ଘ ୩୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଲିଭରପୁଲ ପ୍ରଥମଥର ପାଇଁ ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଟାଇଟଲ ହାସଲ କରିଛି। ଏକ ଗୁରୁତ୍ୱପୂର୍ଣ୍ଣ...

ଫାଇନାଲରେ ଭାରତ

ବଫାଲୋ ପାର୍କ, ୩୧ା୧ (ଏପି): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ କ୍ରିକେଟ ସିରିଜ୍‌ ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଓ୍ବେଷ୍ଟଇଣ୍ଡିଜକୁ ଭାରତ...

ଅଷ୍ଟ୍ରେଲିଆକୁ ହରାଇଲା ଟିମ୍‌ ଇଣ୍ଡିଆ

କାନବେରା,୨ା୧୨- ଏଠାରେ ଅନୁଷ୍ଠିତ  ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌କୁ ୧୩ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର...

ଏନ୍‌ଗିଡ଼ିଙ୍କ ସାମିଲରେ ବିଳମ୍ବ

ମୁମ୍ବାଇ, ୧୨।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏହାର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଯାଇଛି। ଏହି ମ୍ୟାଚରେ ଜୋଶ ହାଜଲେଉଡ୍‌ଙ୍କ...

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- କଲମ୍ବିଆ ସେମି ମୁକାବିଲା

ରିଓ ଡି ଜେନିରୋ,୫।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅନ୍ୟତମ ଫେଭରାଇଟ ଦଳ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ...

ଅନୁଷ୍କାଙ୍କୁ ବିବାହ ବାର୍ଷିକୀର ଉପହାର ଦେଲେ ବିରାଟ କୋହଲି

ମୁମ୍ବାଇ, ୧୨।୧୨: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭାରତ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ...

ବେୟାରଷ୍ଟୋଙ୍କୁ ଆଇସିସିର ଭର୍ତ୍ସନା

ଦୁବାଇ, ୧୨ା୧୧ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କୁ ଭର୍ତ୍ସନା କରିଛି। ଅକ୍‌ଲାଣ୍ଡର ଇଡେନପାର୍କଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ...

Advertisement
Archives

Model This Week