ଆଇପିଏଲ୍‌: ଟଓ୍ବୋଟିଆ, ପରାଗ ରାଜସ୍ଥାନକୁ ଜିତାଇଲେ

ଦୁବାଇ,୧୨।୧୦(ପି.ଟି.): ରାହୁଲ ଟଓ୍ବୋଟିଆ ଓ ଯୁବ ବ୍ୟାଟ୍ସମ୍ୟାନ ରିଆନ ପରାଗ ଉପଯୋଗୀ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ବିଜୟୀ କରାଇଛନ୍ତି। ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୬ତମ ମ୍ୟାଚ୍‌ରେ ଟସ୍‌ ଜିତି ହାଇଦ୍ରାବାଦ୍‌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୯.୫ ଓଭରରେ ୫ ଉଇକେଟ ହରାଇ ୧୬୩ ରନକରି ବିଜୟ ହାସଲ କରିଛି। ଏଥିସହ କ୍ରମାଗତ ୪ଟି ପରାଜୟ ପରେ ରାଜସ୍ଥାନ ବିଜୟଧାରାକୁ ଫେରିଛି। ୨୮ ବଲରୁ ୪ ଚୌକା ଓ ୨ ଛକା ସହ ଦ୍ରୁତ ୪୫ରନ କରି ଅପରାଜିତ ରହିଥିବା ଟଓ୍ବୋଟିଆ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୫୯ ଟାର୍ଗେଟର ପିଛାକରି ରଜସ୍ଥାନ ମାତ୍ର ୨୬ ରନରେ ବେନ୍‌ ଷ୍ଟୋକ୍ସ, ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଓ ଜୋସ ବଟଲରଙ୍କୁ ହରାଇ ସମସ୍ୟାରେ ପଡିଥିଲା। ଷ୍ଟୋକ୍ସ ୫, ବଟଲର ୧୬, ସ୍ମିଥ୍‌ ୫ ରନ କରି ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୨୬ ଓ ରବିନ ଉଥାପ୍ପା ୧୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଆଉ କୌଣସି କ୍ଷତି ନ ହେବାକୁ ଦେଇ ଟଓ୍ବୋଟିଆ ଓ ପରାଗ ଷଷ୍ଠ ଉଇକେଟରେ ୪୭ ବଲରୁ ଅପରାଜିତ ଦ୍ରୁତ ୮୫ ରନକରି ଦଳକୁ ଜିତାଇଥିଲେ। ଟଓ୍ବୋଟିଆ ୪୫ ଓ ପରାଗ ୨୬ ବଲରୁ ୨ ଚୌକା ଓ ୨ ଛକା ସହ ୪୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଖଲିଲ ଅହମ୍ମଦ ଓ ରସିଦ ଖାନ୍‌ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ ୫୪ ରନ (୪୪ ବଲ, ୨ ଚୌକା, ୩ ଛକା), ଅଧିନାୟକ ତଥା ଓପନର ଡେଭିଡ୍‌ ଓ୍ବାର୍ନର ୪୮ ରନ (୩୮ ବଲ, ୩ ଚୌକା, ୨ ଛକା), ଜନି ବେୟାରଷ୍ଟୋ ୧୬, ପ୍ରିୟମ ଗର୍ଗ ୧୫ ରନକରି ଆଉଟ ହୋଇଥିବା ବେଳେ ଅଭିଜ୍ଞ କେନ୍‌ ଓ୍ବିଲିୟମସନ ୧୨ ବଲରୁ ୨ ଛକା ସହ ୨୨ରନ କରି ଅପରାଜିତ ରହିଥିଲେ। ବୋଲିଂରେ ରାଜସ୍ଥାନ ତରଫରୁ ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗୀ ଓ ଜୟଦେବ ଉନାଡକଟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୫୮/୪
(ଓ୍ବାର୍ନର- ୪୮, ପାଣ୍ଡେ- ୫୪, ଓ୍ବିଲିୟମସନ- ୨୨*, ଆର୍ଚର- ୧/୨୫, ତ୍ୟାଗୀ- ୧/୨୯, ଉନାଡକଟ- ୧/୩୧)।
ରାଜସ୍ଥାନ ରୟାଲ୍ସ ୧୯.୫ ଓଭରରେ ୧୬୩/୫
(ଟଓ୍ବୋଟିଆ- ୪୫*, ପରାଗ- ୪୨*, ଖଲିଲ- ୨/୩୭, ରସିଦ- ୨/୨୫)।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ : ମେଡିକାଲ

କୋଲକାତା,୫ା୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ। ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ...

ଭାରତୀୟ ଦଳକୁ ଚେତାବନୀ ଦେଲେ ଏହି ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୮।୭: ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ କାର୍ଯ୍ୟ ଏବଂ ଫର୍ମ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଅନେକ ପୂର୍ବତନ ଭେଟେରାନ ଖେଳାଳିମାନେ ବିଶ୍ୱାସ...

ସରକାରଙ୍କ ହସ୍ତକ୍ଷେପ: ବାସନ୍ଦ ବିପଦରେ ଦକ୍ଷିଣ ଆଫ୍ରିକା କ୍ରିକେଟ

କେପ୍‌ ଟାଉନ,୧୫।୧୦(ଏପି): ଦକ୍ଷିଣ ଆଫ୍ରିକା କ୍ରିକେଟ ଏବେ ବାସନ୍ଦଜନିତ ବିପଦର କଳା ବାଦଲ ମଧ୍ୟରେ ରହିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ବିଭିନ୍ନ ମାମଲାରେ ବୁଧବାର...

ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୬।୮: ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଅଗଷ୍ଟ ୧୮ରୁ ଦିନିକିଆ ସିରିଜ ଖେଳାଯିବ। ଏହାକୁ ନେଇ କେ.ଏଲ୍‌. ରାହୁଲ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ହାରାରେରେ ଅଭ୍ୟାସ...

ଆଇପିଏଲ୍‌ ଖେଳିବା ଆଶା ମଉଳିଲା: ପ୍ରତିକ୍ରିୟାରେ ଏଭଳି କହିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରଣ ପାଇଁ ଖୁବ୍‌ଶୀଘ୍ର ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ଜଣ ଖେଳାଳି ନାମାଙ୍କନ କରିଥିଲେ। ଏବେ ବିସିସିଆଇ ପକ୍ଷରୁ...

ଗୋଆ-ରାଜସ୍ଥାନ ଫାଇନାଲ

ଅନୁଗୋଳ ଅଫିସ, ୭ା୧୧: ଅନୁଗୋଳ କଦମ ପଡ଼ିଆରେ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମି ଫାଇନାଲ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଜାତୀୟ ସବ୍‌ଜୁନିୟର ଟିଟି ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ଇନ୍ଦୋରରେ ୮୨ତମ ଜାତୀୟ କ୍ୟାଡେଟ ଓ ସବ୍‌ଜୁନିୟର ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ ଚଳିତମାସ ୨୫ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ...

ଅଶ୍ୱିନଙ୍କୁ ଜରିମାନା

ନୂଆଦିଲ୍ଲୀ,୨୨।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା...

Advertisement
Archives

Model This Week