Posted inଖେଳ

ଆଇପିଏଲ-୧୪: କୋଲକାତାର ଦିଲ୍ଲୀ ପରୀକ୍ଷା ଆଜି

ଅହମଦାବାଦ,୨୯।୪(ପି.ଟି.): ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି। ଗୁରୁବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ କୋଲକାତା ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଦିଲ୍ଲୀ ବିପକ୍ଷରେ କୋଲକାତାର ବ୍ୟାଟିଂ ବିଭାଗ ପରୀକ୍ଷାର ସମ୍ମୁଖୀନ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୫ତମ ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରୁଛି।
କୋଲକାତାର ବ୍ୟାଟିଂ ଆଶାନୁରୂପ ହୋଇପାରିନାହିଁ। ପ୍ରତିଭାସମ୍ପନ୍ନ ଓପନର ଶୁବମନ ଗିଲ ୬ଟି ମ୍ୟାଚ୍‌ରୁ ଏ ପର୍ଯ୍ୟନ୍ତ ମାତ୍ର ୮୯ ରନ ସଂଗ୍ରହ କରି ନିଜ ଦୁର୍ବଳ ଫର୍ମର ପରିଚୟ ଦେଇଛନ୍ତି। ଦୁଇ ସ୍ପିନର ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଦଳର ଟପଅର୍ଡର ଏ ପର୍ଯ୍ୟନ୍ତ ଲୟ ଫେରିପାଇନାହିଁ। ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଧାର୍ଯ୍ୟ କରିଥିତ୍ବା ୧୨୪ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ କୋଲକାତାକୁ ସଂଘର୍ଷ କରିବାକୁ ପଡିଥିଲା। ଦଳ ୩ ଓଭରରେ ମାତ୍ର ୧୭ ରନରେ ୩ ଉଇକେଟ ହରାଇଥିଲା। ତେବେ ଅଧିନାୟକ ମୋର୍ଗାନ ଭଲ ବ୍ୟାଟିଂ କରି ଦଳକୁ ଜିତାଇଥିଲେ। କୋଲକାତା ୬ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୪ ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ତେବେ ଦିଲ୍ଲୀ ୬ ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। କୋଲକାତା ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌କୁ ହରାଇଥିବା ବେଳେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ରେ ଯଥାକ୍ରମେ ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ ଓ ରାଜସ୍ଥାନଠାରୁ ପରାସ୍ତ ହୋଇଛି। ଦିଲ୍ଲୀ ତରଫରୁ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୨୬୫ ରନକରି ସର୍ବାଧିକ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ପୃଥ୍ବୀ ଶ, ଷ୍ଟିଭ ସ୍ମିଥ୍‌ ଓ ବିପଜ୍ଜନକ ରିଷଭ ପନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଦୁର୍ବଳ ଫର୍ମ ପାଇଁ ଶୁବମନଙ୍କୁ ନିମ୍ନକ୍ରମରେ ପଠାଯାଇ ନାରିନଙ୍କୁ ଓପନିଂ କରିବାର ସୁଯୋଗ ଦେବାକୁ ମୋର୍ଗାନ ଚିନ୍ତା କରିବା ଉଚିତ। ରାହୁଲ ତ୍ରିପାଠୀଙ୍କ ସହ ନାରିନ ଓପନ କରିବା ବିକଳ୍ପକୁ ନେଇ ଚିନ୍ତା କରାଯାଇପାରେ। ମୋର୍ଗାନ, ଆନ୍ଦ୍ରେ ରସେଲ, ଦୀନେଶ କାର୍ତ୍ତିକ ମିଡଲ ଅର୍ଡରରେ ସେମାନଙ୍କର ଯୋଗଦାନ କରିଛନ୍ତି। ସେହିପରି ମଙ୍ଗଳବାର ଦିଲ୍ଲୀ ମାତ୍ର ୧ ରନ ପାଇଁ ବାଙ୍ଗାଲୋରଠାରୁ ହାରିଥିଲା। ଏଥିରେ ଶିମରନ ହେଟମେୟର ଓ ପନ୍ତ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓହରିଯିବା ପରେ ଦିଲ୍ଲୀ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରି ଲାଭ ପାଇଛି। ଦିଲ୍ଲୀ ଦଳରେ କାଗିସୋ ରାବାଡ଼ା, ଈଶାନ୍ତ, ଅମିତ ମିଶ୍ରା ଓ ଅକ୍ଷର ପଟେଲଙ୍କ ଭଳି ବୋଲର ରହିଥିବାରୁ କୋଲକାତାର ବ୍ୟାଟିଂ ଲାଇନ ପରୀକ୍ଷା ସମ୍ମୁଖୀନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri