Posted inଖେଳ

ଆଇପିଏଲ୍‌-୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୪।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଷଷ୍ଠ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଚେପକ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ହାଇଦ୍ରାବାଦ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ହାଇଦ୍ରାବାଦ ତା’ର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟେ ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ବାଙ୍ଗାଲୋର ଦ୍ୱିତୀୟ ମ୍ୟାଚ୍‌ ଜିତି ସ୍ଥିତି ଦୃଢ଼ କରିବାକୁ ପ୍ରୟାସ କରିବ।
ପ୍ରଥମ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିତ୍ବା ବାଙ୍ଗାଲୋର ଦଳରେ ପ୍ରତିଭାସମ୍ପନ୍ନ ଓପନର ଦେବଦତ୍ତ ପଡିକାଲ ସାମିଲ ହୋଇଛନ୍ତି। ଫଳରେ ଦଳ ଆହୁରି ଦୃଢ଼ ହେବ। ପଡିକାଲ କୋଭିଡ-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଚଳିତ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପଡିକାଲ କହିଛନ୍ତି। ଗତ ଘରୋଇ ସେସନରେ ଚମତ୍କାର ପ୍ରଦର୍ଶନ କରିଥିବା ପଡିକାଲ ସେହି ଫର୍ମ ଆଇପିଏଲ୍‌ରେ ବଜାୟ ରଖିବାକୁ ପ୍ରୟାସ କରିବେ। ମାର୍ଚ୍ଚ ୨୨ ତାରିଖରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ବାଙ୍ଗାଲୋରର ଅନ୍ୟ ସାଥୀ ଖେଳାଳିଙ୍କ ସହ ଅଭ୍ୟାସ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ ଖେଳି ନ ଥିଲେ। ଫଳରେ କୋହଲି ଓ ଓ୍ବାଶିଂଟନ ସୁନ୍ଦର ଇନିଂସ ଓପନ୍‌ କରିଥିଲେ। ଆଗାମୀ ମ୍ୟାଚ୍‌ଗୁଡିକରେ ବାଙ୍ଗାଲୋର ମହମ୍ମଦ ଆଝାରୁଦ୍ଦିନ ଓ ଅଷ୍ଟ୍ରେଲିଆ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିପାରେ। ଦଳ ପାଇଁ କୋହଲି ଓ ଅଭିଜ୍ଞ ଏବି ଡିଭିଲର୍ସ ପୁଣିଥରେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ନିଜ ଅସାଧାରଣ ପ୍ରଦର୍ଶନ ବଳରେ ପୁଣି ଥରେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ। ପ୍ରଥମ ମ୍ୟାଚ୍‌ରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତାଙ୍କୁ ଅଧିନାୟକ କୋହଲିଙ୍କ ସମେତ ଟିମ୍‌ ମ୍ୟାନେଜମେଣ୍ଟ ସମର୍ଥନ କରୁଛି। କୋହଲି, ଡିଭିଲର୍ସ ଓ ମ୍ୟାକ୍ସଓ୍ବେଲଙ୍କୁ ବାଦ୍‌ ଦେଲେ ଦଳର ବ୍ୟାଟିଂ ଲାଇନ୍‌ ମାମୁଲି ଜଣାପଡୁଛି। ତେଣୁ ଟପ୍‌ ଅର୍ଡରରେ ପଡିକାଲଙ୍କ ଗୁରୁତ୍ୱ ଯଥେଷ୍ଟ ରହିଛି। ୨୦ ବର୍ଷୀୟ କର୍ନାଟକର ଏହି ଯୁବ ବ୍ୟାଟ୍ସମ୍ୟାନ ଆଇପିଏଲ୍‌ ୨୦୨୦ରେ ୧୫ଟି ମ୍ୟାଚ୍‌ ଖେଳି ଦଳ ତରଫରୁ ସର୍ବାଧିକ ୪୭୩ ରନ ସଂଗ୍ରହ କରିଥିଲେ। ଆଇପିଏଲ୍‌ ପଦାର୍ପଣରେ ସେ ୫ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ ୬ଟି ମ୍ୟାଚ୍‌ ଖେଳି ୪୩.୬୦ ରନ ହାରରେ ୨୧୮ ରନ ସଂଗ୍ରହ କରିଥିଲେ। ସେହିପରି ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍‌ ଖେଳି ସେ ୭୩୭ ରନ ସଂଗ୍ରହ କରିଥିଲେ। ପ୍ରଥମ ମ୍ୟାଚ୍‌ର ବିଫଳତା ପରେ ରଜତ ପଟିଦାର ଓ ସୁନ୍ଦର ଏଥର ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ମୁମ୍ବାଇ ବିପକ୍ଷରେ ବାଙ୍ଗାଲୋରର ସବୁ ବୋଲର ବେଶ୍‌ ମାପଚୁପ ବୋଲିଂ କରିଥିଲେ। ମିଡିୟମ ପେସର ହର୍ଶଲ ପଟେଲ ୨୭ ରନ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ।
ଅପରପକ୍ଷରେ ଦୁଇ ଓପନର ରିଦ୍ଧିମାନ ଶାହା ଓ ଓ୍ବାର୍ନର ପ୍ରଥମ ମ୍ୟାଚ୍‌ ବିଫଳ ହୋଇଥିବାରୁ ହାଇଦ୍ରାବାଦ ଚିନ୍ତା ବଢିଯାଇଛି। ବାଙ୍ଗାଲୋର ବିପକ୍ଷରେ ଏମାନେ ଫର୍ମକୁ ଫେରି ବ୍ୟାଟିଂରେ କମାଲ କରିବେ ବୋଲି ଆଶା କରାଯାଉଛି। ବାଙ୍ଗାଲୋର ବିପକ୍ଷରେ ଓ୍ବାର୍ନର ୬୦୦ ରନ ସଂଗ୍ରହର ନିକଟତର ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଓ୍ବାର୍ନର ଭଲ ଖେଳିଲେ ଦଳର ପ୍ରଦର୍ଶନ ଆହୁରି ଦୃଢ ହେବ। କେନ୍‌ ଓ୍ବଲିୟମସନ ବୁଧବାର ଖେଳି ନ ପାରନ୍ତି। ସମ୍ପୂର୍ଣ୍ଣ ଫିଟ୍‌ ହେବା ପାଇଁ ସେ ଆହୁରି କିଛି ସମୟ ଆବଶ୍ୟକ କରୁଛନ୍ତି ବୋଲି କୋଚ୍‌ ଟ୍ରେଭର ବେଲିସ କହିଛନ୍ତି। ପ୍ରଥମ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ଭୁବନେଶ୍ୱର କୁମାର ଖୁବ୍‌ଶୀଘ୍ର ଲୟକୁ ଫେରିବେ ଏବଂ ରସିଦ ଖାଁ ଓ ମହମ୍ମଦ ନବିଙ୍କ ଭଳି ସ୍ପିନର ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି।
ଆରସିବି ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡିଭିଲର୍ସ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍‌ ରିଚାର୍ଡସନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ ଆଲେନ, ଶାହାବାଜ ଅହମଦ, ନବଦୀପ ସଇନି, ଆଡାମ ଜାମ୍ପା, କାଏଲ ଜେମିଶନ, ଗ୍ଲେନ ମ୍ୟାକ୍ସଓ୍ବେଲ, ରଜଦ ପଟିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, କେ.ଏସ. ଭାରତ, ସୂୟାଶ ପ୍ରଭୁଦେଶାଇ, ଡାନିଏଲ ସାମ୍ସ ଓ ହର୍ଶାଲ ପଟେଲ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଚେପକ ଷ୍ଟାଡିୟମ, ଚେନ୍ନାଇ
ପ୍ରସାରଣ: ଷ୍ଟାରସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri