Posted inଖେଳ

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୨୧।୪ (ପି.ଟି.): କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଏବେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ବୁଧବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ହାଇଦ୍ରାବାଦ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ। ଏଥର ହାଇଦ୍ରାବାଦର ଆରମ୍ଭ ନିହାତି ନୈରାଶ୍ୟଜନକ ରହିଛି। ହ୍ୟାଟ୍ରିକ ପରାଜୟ ହାଇଦ୍ରାବାଦ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ କୋଲକାତା ନାଇଟ ରାଇଡର୍ସଠାରୁ ୧୦, ଦ୍ୱିତୀୟ ମ୍ୟାଚ୍‌ରେ ବାଙ୍ଗାଲୋରଠାରୁ ୬ ଓ ତୃତୀୟ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୧୩ ରନରେ ପରାସ୍ତ ହୋଇଛି। ୩ଟି ମ୍ୟାଚ୍‌ରେ ରନ୍‌ ଚେଜ୍‌ କରିବାରେ ହାଇଦ୍ରାବାଦ ବିଫଳ ହୋଇଛି।
ଅପରପକ୍ଷରେ ପଞ୍ଜାବ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି କେବଳ ଗୋଟିଏ ବିଜୟ ହାସଲ କରି ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ ଖାତା ଖୋଲି ନ ପାରି ଅନ୍ତିମ ଅର୍ଥାତ୍‌ ଅଷ୍ଟମ ସ୍ଥାନରେ ରହିଛି। ପଞ୍ଜାବ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୪ ରନରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ୨୬ଟି ବଲ ବାକି ରଖି ୬ ଉଇକେଟରେ ପଞ୍ଜାବକୁ ହରାଇଥିଲା। ସେହିପରି ତୃତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଥିଲା। ହାଇଦ୍ରାବାଦ ଦଳରେ ସେତେଟା ଗଭୀରତା ନାହିଁ। ଦଳରେ ଭାରତୀୟ ଖେଳାଳିଙ୍କ ବେଞ୍ଚ୍‌ ଷ୍ଟ୍ରେନ୍ଥ ସେତେଟା ଦୃଢ ମଧ୍ୟ ନାହିଁ। ଏପରିସ୍ଥଳେ ଅଧିନାୟକ ଓ୍ବାର୍ନରଙ୍କ ଗୁରୁତ୍ୱ ଆହୁରି ବଢିଯାଇଛି। ଆଗରେ ରହି ନେତୃତ୍ୱ ନେବା ସହ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରି ସାଥୀ ଖେଳାଳିଙ୍କୁ ସେ ଭଲ ଖେଳିବାକୁ ପ୍ରେରଣା ଦେବେ ବୋଲି ଆଶା କରାଯାଉଛି। ୩ଟି ମ୍ୟାଚ୍‌ ଖେଳି ଓ୍ବାର୍ନର ମାତ୍ର ୯୩ ରନ ସଂଗ୍ରହ କରିଛନ୍ତି। ବାଙ୍ଗାଲୋର ବିପକ୍ଷରେ ସେ ସର୍ବାଧିକ ୫୪ ରନ ସଂଗ୍ରହ କରିଛନ୍ତି। ତେଣୁ ଓ୍ବାର୍ନରଙ୍କୁ ପଞ୍ଜାବ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିବାର ଆବଶ୍ୟକତା ରହିଛି। କେବଳ ସେତିକୁ ନୁହେଁ ଅନ୍ତିମ ଏକାଦଶ ଚୟନ କରିବା ପୂର୍ବରୁ ଓ୍ବାର୍ନର ଭଲ ଭାବେ ଆଗପଛ ଚିନ୍ତା କରିବାର ଆବଶ୍ୟକତା ରହିଛି। ବିଦେଶୀ ଖେଳାଳିଭାବେ ଓ୍ବାର୍ନର ଓ ସ୍ପିନର ରସିଦ ଖାଁ ଖେଳିବା ନିଶ୍ଚିତ। ପୁଣି ନିର୍ଭରଯୋଗ୍ୟ କେନ୍‌ ଓ୍ବିଲିୟମସନଙ୍କ ଅନୁପସ୍ଥିତି ଦଳ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଳର ମିଡଲ୍‌ ଅର୍ଡର ନିହାତି ଦୁର୍ବଳ ମନେହେଉଛି। ଫଳରେ ଦଳ କ୍ରମାଗତ ଭାବେ ୩ଟି ଚେଜ୍‌ରେ ବିଫଳ ହୋଇଛି। ରିଦ୍ଧିମାନ ଶାହା ଦୁର୍ବଳ ଫର୍ମ ଦେଇ ଗତିକରୁଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ବ୍ୟାଟିଂରେ ଭାରତୀୟ ଖେଳାଳିଙ୍କ ବିଫଳତା ଓ୍ବାର୍ନରଙ୍କ ଚିନ୍ତା ବଢାଇଛି। ମନୀଷ ପାଣ୍ଡେ, ବିଜୟ ଶଙ୍କର, ଅଭିଷେକ ଶର୍ମା ଓ ଅବଦୁଲ ସମାଦ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଅଭିଜ୍ଞ କେଦାର ଯାଦବ ଓ ପ୍ରିୟମ ଗର୍ଗଙ୍କୁ ଏ ପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ। ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଟି. ନଟରାଜନ ମଧ୍ୟ ଦୁର୍ବଳ ପ୍ରଦର୍ଶନ ଜାରି ରଖିଛନ୍ତି। ଗତ ମ୍ୟାଚ୍‌ରେ ନଟରାଜନଙ୍କ ବଦଳରେ ଖଲିଲ ଅହମ୍ମଦଙ୍କୁ ସୁଯୋଗ ମିଳିଥିଲା ଓ ସେ ଭଲ ପ୍ରଦର୍ଶନ କରିଥିଲେ ଓ ମୁମ୍ବାଇକୁ ରୋକିବାରେ ବିଫଳ ହୋଇଥିଲେ। ରସିଦ୍‌ ସ୍ବଳ୍ପ ରନ ବ୍ୟୟ କରିଥିଲେ ମଧ୍ୟ ପୁରୁଣା ପ୍ରଦର୍ଶନକୁ ଦୋହରାଇବାରେ ବିଫଳ ହୋଇଛନ୍ତି।
ଅପରପକ୍ଷରେ ପଞ୍ଜାବ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଚେନ୍ନାଇ ବିପକ୍ଷରେ ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଦିଲ୍ଲୀ ବିପକ୍ଷରେ ରାହୁଲ ୬୧ ଓ ମୟଙ୍କ ଅଗ୍ରଓ୍ବାଲ ୬୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ୧୯୫ ରନର ବଡ଼ ସ୍କୋର ହାସଲ କରିଥିଲେ। ତେବେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଦଳ ପରାଜୟ ବରଣ କରିଥିଲା। ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦୁଇ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଝେ ରିଚାର୍ଡସନ ଓ ରିଲେ ମେରେଡିଥ୍‌ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସବୁ ମ୍ୟାଚ୍‌ରେ ଏହି ଦୁଇ ବୋଲର ବହୁ ରନ ବ୍ୟୟ କରିଛନ୍ତି। ତେଣୁ କ୍ରିସ୍‌ ଜୋର୍ଡାନଙ୍କୁ ଦଳରେ ସାମିଲ କରିବାକୁ ରାହୁଲ ନିଷ୍ପତ୍ତି ନେବା ଉଚିତ ହେବ। ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ପଞ୍ଜାବ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପଞ୍ଜାବ ଅପେକ୍ଷା ହାଇଦ୍ରାବାଦ ଅଧିକ ସମସ୍ୟାରେ ରହିଛି। ଏହି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଅବଦୁଲ ସମଦ, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।
ପଞ୍ଜାବ କିଙ୍ଗ୍ସ ଦଳ:
କେ.ଏଲ୍‌. ରାହୁଲ (ଅଧିନାୟକ/ଉଇକେଟକିପର), ମୟଙ୍କ ଅଗ୍ରଓ୍ବାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂ, ପ୍ରବ୍ସିିମରନ ସିଂ, ନିକୋଲାସ ପୁରାନ (ଉଇକେଟକିପର), ସର୍ଫରାଜ ଖାନ୍‌, ଦୀପକ ହୁଦା, ମୁରୁଗାନ ଅଶ୍ୱିନ, ରବି ବିଷ୍ଣୋଇ, ହରପ୍ରୀତ ବ୍ରାର୍‌, ମହମ୍ମଦ ସାମି, ଆକାଶଦୀପ ସିଂ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଡାଓ୍ବିଡ ମାଲାନ, ଝେ ରିଚାର୍ଡସନ, ଶାହରୁଖ ଖାନ୍‌, ରିଲେ ମର୍ଡିଥ୍‌, ମୋଇସେସ୍‌ ହେନରିକ୍‌, ଜଲଜ ସାକ୍ସେନା, ଉତ୍କର୍ଷ ସିଂ, ଫାବିଏନ୍‌ ଆଲେନ୍‌ ଓ ସୌରଭ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri