Posted inଖେଳ

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୨୧।୪ (ପି.ଟି.): କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଏବେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ବୁଧବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ହାଇଦ୍ରାବାଦ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ। ଏଥର ହାଇଦ୍ରାବାଦର ଆରମ୍ଭ ନିହାତି ନୈରାଶ୍ୟଜନକ ରହିଛି। ହ୍ୟାଟ୍ରିକ ପରାଜୟ ହାଇଦ୍ରାବାଦ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ କୋଲକାତା ନାଇଟ ରାଇଡର୍ସଠାରୁ ୧୦, ଦ୍ୱିତୀୟ ମ୍ୟାଚ୍‌ରେ ବାଙ୍ଗାଲୋରଠାରୁ ୬ ଓ ତୃତୀୟ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୧୩ ରନରେ ପରାସ୍ତ ହୋଇଛି। ୩ଟି ମ୍ୟାଚ୍‌ରେ ରନ୍‌ ଚେଜ୍‌ କରିବାରେ ହାଇଦ୍ରାବାଦ ବିଫଳ ହୋଇଛି।
ଅପରପକ୍ଷରେ ପଞ୍ଜାବ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି କେବଳ ଗୋଟିଏ ବିଜୟ ହାସଲ କରି ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ ଖାତା ଖୋଲି ନ ପାରି ଅନ୍ତିମ ଅର୍ଥାତ୍‌ ଅଷ୍ଟମ ସ୍ଥାନରେ ରହିଛି। ପଞ୍ଜାବ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୪ ରନରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ୨୬ଟି ବଲ ବାକି ରଖି ୬ ଉଇକେଟରେ ପଞ୍ଜାବକୁ ହରାଇଥିଲା। ସେହିପରି ତୃତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଥିଲା। ହାଇଦ୍ରାବାଦ ଦଳରେ ସେତେଟା ଗଭୀରତା ନାହିଁ। ଦଳରେ ଭାରତୀୟ ଖେଳାଳିଙ୍କ ବେଞ୍ଚ୍‌ ଷ୍ଟ୍ରେନ୍ଥ ସେତେଟା ଦୃଢ ମଧ୍ୟ ନାହିଁ। ଏପରିସ୍ଥଳେ ଅଧିନାୟକ ଓ୍ବାର୍ନରଙ୍କ ଗୁରୁତ୍ୱ ଆହୁରି ବଢିଯାଇଛି। ଆଗରେ ରହି ନେତୃତ୍ୱ ନେବା ସହ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରି ସାଥୀ ଖେଳାଳିଙ୍କୁ ସେ ଭଲ ଖେଳିବାକୁ ପ୍ରେରଣା ଦେବେ ବୋଲି ଆଶା କରାଯାଉଛି। ୩ଟି ମ୍ୟାଚ୍‌ ଖେଳି ଓ୍ବାର୍ନର ମାତ୍ର ୯୩ ରନ ସଂଗ୍ରହ କରିଛନ୍ତି। ବାଙ୍ଗାଲୋର ବିପକ୍ଷରେ ସେ ସର୍ବାଧିକ ୫୪ ରନ ସଂଗ୍ରହ କରିଛନ୍ତି। ତେଣୁ ଓ୍ବାର୍ନରଙ୍କୁ ପଞ୍ଜାବ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିବାର ଆବଶ୍ୟକତା ରହିଛି। କେବଳ ସେତିକୁ ନୁହେଁ ଅନ୍ତିମ ଏକାଦଶ ଚୟନ କରିବା ପୂର୍ବରୁ ଓ୍ବାର୍ନର ଭଲ ଭାବେ ଆଗପଛ ଚିନ୍ତା କରିବାର ଆବଶ୍ୟକତା ରହିଛି। ବିଦେଶୀ ଖେଳାଳିଭାବେ ଓ୍ବାର୍ନର ଓ ସ୍ପିନର ରସିଦ ଖାଁ ଖେଳିବା ନିଶ୍ଚିତ। ପୁଣି ନିର୍ଭରଯୋଗ୍ୟ କେନ୍‌ ଓ୍ବିଲିୟମସନଙ୍କ ଅନୁପସ୍ଥିତି ଦଳ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଳର ମିଡଲ୍‌ ଅର୍ଡର ନିହାତି ଦୁର୍ବଳ ମନେହେଉଛି। ଫଳରେ ଦଳ କ୍ରମାଗତ ଭାବେ ୩ଟି ଚେଜ୍‌ରେ ବିଫଳ ହୋଇଛି। ରିଦ୍ଧିମାନ ଶାହା ଦୁର୍ବଳ ଫର୍ମ ଦେଇ ଗତିକରୁଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ବ୍ୟାଟିଂରେ ଭାରତୀୟ ଖେଳାଳିଙ୍କ ବିଫଳତା ଓ୍ବାର୍ନରଙ୍କ ଚିନ୍ତା ବଢାଇଛି। ମନୀଷ ପାଣ୍ଡେ, ବିଜୟ ଶଙ୍କର, ଅଭିଷେକ ଶର୍ମା ଓ ଅବଦୁଲ ସମାଦ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଅଭିଜ୍ଞ କେଦାର ଯାଦବ ଓ ପ୍ରିୟମ ଗର୍ଗଙ୍କୁ ଏ ପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ। ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଟି. ନଟରାଜନ ମଧ୍ୟ ଦୁର୍ବଳ ପ୍ରଦର୍ଶନ ଜାରି ରଖିଛନ୍ତି। ଗତ ମ୍ୟାଚ୍‌ରେ ନଟରାଜନଙ୍କ ବଦଳରେ ଖଲିଲ ଅହମ୍ମଦଙ୍କୁ ସୁଯୋଗ ମିଳିଥିଲା ଓ ସେ ଭଲ ପ୍ରଦର୍ଶନ କରିଥିଲେ ଓ ମୁମ୍ବାଇକୁ ରୋକିବାରେ ବିଫଳ ହୋଇଥିଲେ। ରସିଦ୍‌ ସ୍ବଳ୍ପ ରନ ବ୍ୟୟ କରିଥିଲେ ମଧ୍ୟ ପୁରୁଣା ପ୍ରଦର୍ଶନକୁ ଦୋହରାଇବାରେ ବିଫଳ ହୋଇଛନ୍ତି।
ଅପରପକ୍ଷରେ ପଞ୍ଜାବ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଚେନ୍ନାଇ ବିପକ୍ଷରେ ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଦିଲ୍ଲୀ ବିପକ୍ଷରେ ରାହୁଲ ୬୧ ଓ ମୟଙ୍କ ଅଗ୍ରଓ୍ବାଲ ୬୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ୧୯୫ ରନର ବଡ଼ ସ୍କୋର ହାସଲ କରିଥିଲେ। ତେବେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଦଳ ପରାଜୟ ବରଣ କରିଥିଲା। ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦୁଇ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଝେ ରିଚାର୍ଡସନ ଓ ରିଲେ ମେରେଡିଥ୍‌ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସବୁ ମ୍ୟାଚ୍‌ରେ ଏହି ଦୁଇ ବୋଲର ବହୁ ରନ ବ୍ୟୟ କରିଛନ୍ତି। ତେଣୁ କ୍ରିସ୍‌ ଜୋର୍ଡାନଙ୍କୁ ଦଳରେ ସାମିଲ କରିବାକୁ ରାହୁଲ ନିଷ୍ପତ୍ତି ନେବା ଉଚିତ ହେବ। ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ପଞ୍ଜାବ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପଞ୍ଜାବ ଅପେକ୍ଷା ହାଇଦ୍ରାବାଦ ଅଧିକ ସମସ୍ୟାରେ ରହିଛି। ଏହି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଅବଦୁଲ ସମଦ, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।
ପଞ୍ଜାବ କିଙ୍ଗ୍ସ ଦଳ:
କେ.ଏଲ୍‌. ରାହୁଲ (ଅଧିନାୟକ/ଉଇକେଟକିପର), ମୟଙ୍କ ଅଗ୍ରଓ୍ବାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂ, ପ୍ରବ୍ସିିମରନ ସିଂ, ନିକୋଲାସ ପୁରାନ (ଉଇକେଟକିପର), ସର୍ଫରାଜ ଖାନ୍‌, ଦୀପକ ହୁଦା, ମୁରୁଗାନ ଅଶ୍ୱିନ, ରବି ବିଷ୍ଣୋଇ, ହରପ୍ରୀତ ବ୍ରାର୍‌, ମହମ୍ମଦ ସାମି, ଆକାଶଦୀପ ସିଂ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଡାଓ୍ବିଡ ମାଲାନ, ଝେ ରିଚାର୍ଡସନ, ଶାହରୁଖ ଖାନ୍‌, ରିଲେ ମର୍ଡିଥ୍‌, ମୋଇସେସ୍‌ ହେନରିକ୍‌, ଜଲଜ ସାକ୍ସେନା, ଉତ୍କର୍ଷ ସିଂ, ଫାବିଏନ୍‌ ଆଲେନ୍‌ ଓ ସୌରଭ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri