Posted inଖେଳ

ଆଇପିଏଲ୍‌-୧୪: ଚେନ୍ନାଇର ନୂଆ ଜର୍ସି ଉନ୍ମୋଚିତ

ଚେନ୍ନାଇ,୨୫।୩(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପାଇଁ ୩ଥର ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଦେଶର ସେନାବାହିନୀକୁ ଉତ୍ସର୍ଗ କରି ନୂଆ ରୂପରେ ବୁଧବାର ଏହି ଜର୍ସି ଉନ୍ମୋଚିତ କରାଯାଇଛି। ଏପ୍ରିଲ ୯ ତାରିଖରୁ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇ ୨୦୧୦, ୨୦୧୧ ଓ ୨୦୧୮ରେ ୩ଥର ଆଇପିଏଲ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବାରୁ ଏହି ନୂଆ ଜର୍ସିର ଉପରେ ଥିବା ଫ୍ରାଞ୍ଚାଇଜ୍‌ ଲୋଗର ଠିକ୍‌ ଉପରେ ୩ଟି ତାରକା ଚିହ୍ନିତ କରାଯାଇଛି। ଏଥିସହିତ ଭାରତୀୟ ସଶସ୍ତ୍ର ସେନାବାହିନୀର ସମ୍ମାନ ପାଇଁ ଜର୍ସିରେ ବିଭିନ୍ନ ରଙ୍ଗର କୃତ୍ରିମ ଆବରଣ ରଖାଯାଇଛି। ଦେଶର ଯବାନମାନେ ହିଁ ପ୍ରକୃତ ହିରୋ। ତେଣୁ ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଜର୍ସିରେ ଆମେ ଏଭଳି ଆବରଣ ରଖିଛୁ ବୋଲି ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ କେ.ଏସ. ବିଶ୍ୱନାଥନ କହିଛନ୍ତି। ଟୁଇଟରରେ ସିଏସ୍‌କେ ଏ ନେଇ ଏକ ଭିଡିଓ ରିଲିଜ କରିଛି। ଏଥିରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୂଆ ଜର୍ସି ଲଞ୍ଚ୍‌ କରୁଥିବାର ଦେଖାଯାଇଛି। ୨୦୦୮ରେ ଆଇପିଏଲ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ଚେନ୍ନାଇ ତା’ର ଜର୍ସିକୁ ପରିବର୍ତ୍ତନ କରି ନୂଆ ରୂପ ଓ ରଙ୍ଗ ଦେଇଛି।
ସେନାବାହିନୀ ପ୍ରତି ସିଏସ୍‌କେର ସ୍ବତନ୍ତ୍ର ସମ୍ମାନ ପୂର୍ବରୁ ରହିଆସିଛି। ୨୦୧୯ ଆଇପିଏଲ୍‌ ସେସନ ପୂର୍ବରୁ ସେନାକୁ ୨ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲା। ଧୋନୀ ମଧ୍ୟ ଟେରିଟୋରିଆଲ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ପଦ ହାସଲ କରିଛନ୍ତି। ସେ ମଧ୍ୟ ୨୦୧୯ରେ ପାରାଶୁଟ ରେଜିମେଣ୍ଟରେ ଟ୍ରେନିଂ ନେଇଥିଲେ। ଗତ ୧୧ଟି ସେସନରେ ସିଏସ୍‌କେ ୬ ଥର ଆଇପିଏଲ୍‌ ଫେୟାର ପ୍ଲେ ପୁରସ୍କାର ହାସଲ କରିଛି। ଏଥିସହିତ ସିଏସ୍‌କେର ପ୍ରାୟୋଜକ ରହିଥିବା ମନ୍ତ୍ରା, ଇଣ୍ଡିଆ ସିମେଣ୍ଟ୍ସ ଲିମିଟେଡ, ଗଲ୍ଫ, ନିପ୍ପୋନ ପେଣ୍ଟ, ଏସ୍‌ଏସ୍‌ଜେ ଓ ଅଷ୍ଟ୍ରାଲ ପାଇପ୍ସର ଲୋଗଗୁଡ଼ିକ ମଧ୍ୟ ଜର୍ସିରେ ଚିହ୍ନିତ ହୋଇଛି। ସିଏସ୍‌କେ ଆପ୍‌ କିମ୍ବା ଓ୍ବେବ୍‌ସାଇଟ୍‌ରୁ ପ୍ରଶଂସକମାନେ ଏହି ଜର୍ସିର ଅବିକଳ ନକଲ ମଗାଇବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସି ଖବର ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ଉଇକେଟ କିପର-ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। କ୍ୱିଣ୍ଟନଙ୍କ ସ୍ତ୍ରୀ ଶାଶା ଡି କକ ଆସନ୍ତା...

ବିମାନ ବନ୍ଦରରେ ଛଡ଼ାଇ ନେଲେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାସପୋର୍ଟ

ଅକ୍‌ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା କେଉଁଠି। ଏପରି କି ଗଦା ସହ...

ପୁଣି ବଢ଼ିବ ଆଇପିଏଲ ଦଳ ସଂଖ୍ୟା

ମୁମ୍ବାଇ,୧୪।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ ସଂଖ୍ୟା ପୁଣି ଥରେ ବୃଦ୍ଧିପାଇବାର ସମ୍ଭାବନା ସୃଷ୍ଟି ହାଇଛି। ଅହମ୍ମଦାବାଦ୍‌ର ଆଦାନୀ ଗ୍ରୁପ, ପୁଣେର ଆରପିଜି ସଞ୍ଜୀବ...

ବିରାଟଙ୍କ ପରେ ବାପା ହେବାକୁ ଯାଉଛନ୍ତି ଏହି କ୍ରିକେଟର, ଖୁବ ଶୀଘ୍ର ଘରକୁ ଆସିବେ ନୂଆ ଅତିଥି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହିଲିଙ୍କ ପରେ ଆଉ ଜଣେ ଖେଳାଳି ପିତା ହେବାକୁ ଯାଉଛନ୍ତି। ପୂର୍ବତନ ସ୍ପିନ ବୋଲର ହରଭଜନ ସିଂ ନିକଟରେ...

ଚେପକ୍‌ ପିଚ୍‌କୁ ନେଇ ଅନିଶ୍ଚିତତା

ଚେନ୍ନାଇ,୨୩ା୫(ପି.ଟି.): ଆଇପିଏଲ୍‌ର କ୍ୱାଲିଫାୟର୍‌-୧ରେ ମଙ୍ଗଳବାର ପରସ୍ପରକୁ ଭେଟିବେ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ଏହା ସହିତ...

ଆଇସିସି ପ୍ଲେୟର ଅଫ ଦି ମନ୍ଥ ହେଲେ ବିରାଟ କୋହଲି, ସିକନ୍ଦର ରାଜା, ଡେଭିଡ ମିଲରଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୭ ।୧୧: ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ(ଆଇସିସି) ଅକ୍ଟୋବର ମାସ ପାଇଁ ପ୍ଲେୟାର ଅଫ୍ ଦ ମନ୍ଥ ପାଇଁ ଆୱାର୍ଡର ଘୋଷଣା କରିଛି । ଏଥର ଏହି...

ପ୍ରି କ୍ୱାର୍ଟରରେ ତନିଶା-ଅଶ୍ୱିନ

କୋଲୁନ୍‌,୧୪ା୯(ପି.ଟି.): ହଂକଂ ଓପନ ସୁପର ୫୦୦ ସିରିଜ୍‌ ବ୍ୟାଡ୍‌ମିଣ୍ଟନର ପ୍ରଥମ ଦିନରେ ମହିଳା ଡବଲ୍ସ ଯୋଡି ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା ପ୍ରିକ୍ୱାର୍ଟର ଫାଇନାଲରେ...

ଏହି କାରଣରୁ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ

ନୂଆଦିଲ୍ଲୀ,୫।୭: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଷୟରେ ଏକ ମଜାଦାର କଥା କହିଛନ୍ତ।...

Advertisement
Archives

Model This Week