Posted inଖେଳ

ଆଇପିଏଲ୍‌-୧୪: ଚେନ୍ନାଇର ନୂଆ ଜର୍ସି ଉନ୍ମୋଚିତ

ଚେନ୍ନାଇ,୨୫।୩(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପାଇଁ ୩ଥର ଟାଇଟଲ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଦେଶର ସେନାବାହିନୀକୁ ଉତ୍ସର୍ଗ କରି ନୂଆ ରୂପରେ ବୁଧବାର ଏହି ଜର୍ସି ଉନ୍ମୋଚିତ କରାଯାଇଛି। ଏପ୍ରିଲ ୯ ତାରିଖରୁ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇ ୨୦୧୦, ୨୦୧୧ ଓ ୨୦୧୮ରେ ୩ଥର ଆଇପିଏଲ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବାରୁ ଏହି ନୂଆ ଜର୍ସିର ଉପରେ ଥିବା ଫ୍ରାଞ୍ଚାଇଜ୍‌ ଲୋଗର ଠିକ୍‌ ଉପରେ ୩ଟି ତାରକା ଚିହ୍ନିତ କରାଯାଇଛି। ଏଥିସହିତ ଭାରତୀୟ ସଶସ୍ତ୍ର ସେନାବାହିନୀର ସମ୍ମାନ ପାଇଁ ଜର୍ସିରେ ବିଭିନ୍ନ ରଙ୍ଗର କୃତ୍ରିମ ଆବରଣ ରଖାଯାଇଛି। ଦେଶର ଯବାନମାନେ ହିଁ ପ୍ରକୃତ ହିରୋ। ତେଣୁ ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଜର୍ସିରେ ଆମେ ଏଭଳି ଆବରଣ ରଖିଛୁ ବୋଲି ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ କେ.ଏସ. ବିଶ୍ୱନାଥନ କହିଛନ୍ତି। ଟୁଇଟରରେ ସିଏସ୍‌କେ ଏ ନେଇ ଏକ ଭିଡିଓ ରିଲିଜ କରିଛି। ଏଥିରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୂଆ ଜର୍ସି ଲଞ୍ଚ୍‌ କରୁଥିବାର ଦେଖାଯାଇଛି। ୨୦୦୮ରେ ଆଇପିଏଲ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ଚେନ୍ନାଇ ତା’ର ଜର୍ସିକୁ ପରିବର୍ତ୍ତନ କରି ନୂଆ ରୂପ ଓ ରଙ୍ଗ ଦେଇଛି।
ସେନାବାହିନୀ ପ୍ରତି ସିଏସ୍‌କେର ସ୍ବତନ୍ତ୍ର ସମ୍ମାନ ପୂର୍ବରୁ ରହିଆସିଛି। ୨୦୧୯ ଆଇପିଏଲ୍‌ ସେସନ ପୂର୍ବରୁ ସେନାକୁ ୨ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲା। ଧୋନୀ ମଧ୍ୟ ଟେରିଟୋରିଆଲ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ପଦ ହାସଲ କରିଛନ୍ତି। ସେ ମଧ୍ୟ ୨୦୧୯ରେ ପାରାଶୁଟ ରେଜିମେଣ୍ଟରେ ଟ୍ରେନିଂ ନେଇଥିଲେ। ଗତ ୧୧ଟି ସେସନରେ ସିଏସ୍‌କେ ୬ ଥର ଆଇପିଏଲ୍‌ ଫେୟାର ପ୍ଲେ ପୁରସ୍କାର ହାସଲ କରିଛି। ଏଥିସହିତ ସିଏସ୍‌କେର ପ୍ରାୟୋଜକ ରହିଥିବା ମନ୍ତ୍ରା, ଇଣ୍ଡିଆ ସିମେଣ୍ଟ୍ସ ଲିମିଟେଡ, ଗଲ୍ଫ, ନିପ୍ପୋନ ପେଣ୍ଟ, ଏସ୍‌ଏସ୍‌ଜେ ଓ ଅଷ୍ଟ୍ରାଲ ପାଇପ୍ସର ଲୋଗଗୁଡ଼ିକ ମଧ୍ୟ ଜର୍ସିରେ ଚିହ୍ନିତ ହୋଇଛି। ସିଏସ୍‌କେ ଆପ୍‌ କିମ୍ବା ଓ୍ବେବ୍‌ସାଇଟ୍‌ରୁ ପ୍ରଶଂସକମାନେ ଏହି ଜର୍ସିର ଅବିକଳ ନକଲ ମଗାଇବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri